ଓଡିଶା

odisha

ETV Bharat / state

ପୁଅର ପ୍ରେମ ହେଲା କାଳ, ଘର ପୋଡ଼ିଦେଲେ ପ୍ରେମିକାଙ୍କ ପରିବାର ଲୋକେ

Fire Broke Out In Keonjhar: ପ୍ରତିଶୋଧ ନେଲେ ପ୍ରେମିକାର ପରିବାର । ପ୍ରେମିକର ଘର ପୋଡ଼ିଦେଲେ ପ୍ରେମିକାଙ୍କ ପରିବାର ଲୋକେ । ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ । ଅଧିକ ପଢନ୍ତୁ

ପୁଅର ପ୍ରେମ ହେଲା କାଳ, ଘର ପୋଡ଼ିଦେଲେ ପ୍ରେମିକାଙ୍କ ପରିବାର ଲୋକେ
ପୁଅର ପ୍ରେମ ହେଲା କାଳ, ଘର ପୋଡ଼ିଦେଲେ ପ୍ରେମିକାଙ୍କ ପରିବାର ଲୋକେ

By ETV Bharat Odisha Team

Published : Feb 12, 2024, 9:36 PM IST

ପୁଅର ପ୍ରେମ ହେଲା କାଳ, ଘର ପୋଡ଼ିଦେଲେ ପ୍ରେମିକାଙ୍କ ପରିବାର ଲୋକେ

କେନ୍ଦୁଝର:ଚାଲିଛି ପ୍ରେମର ସପ୍ତାହ । ଆସନ୍ତା ୧୪ ତାରିଖ ଭେଲେଣ୍ଟାଇନ୍ ଦିବସ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ ହେଇ ଥିବାବେଳେ ଏହି ଦିନରେ ପ୍ରେମୀ ଯୁଗଳମାନେ କାହିଁ କେତେ ସ୍ବପ୍ନ ଦେଖିଥାଆନ୍ତି । କିନ୍ତୁ ଏହି ପ୍ରେମ ପାଇଁ ଘର ଲୋକଙ୍କ ମଧ୍ୟରେ ତିକ୍ତତା ଯୋଗୁଁ ଘରପୋଡି ହେବା ନୂଆ ଘଟଣା ସାମ୍ନାକୁ ଆସିଛି । ପୁଅର ପ୍ରେମ ଘର ଲୋକଙ୍କ ପାଇଁ ହୋଇଛି କାଳ । ପ୍ରେମିକର ଘର ପୋଡ଼ିଦେଲେ ପ୍ରେମିକାଙ୍କ ପରିବାର ଲୋକେ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରର ହାଟଡିହି ବ୍ଲକର ନନ୍ଦିପଦା ଥାନା ଅନ୍ତର୍ଗତ ଇଞ୍ଚୋଳ ପଞ୍ଚାୟତ ଭୁତପଦା ଗ୍ରାମରେ ।

ଅଭିଯୋଗ ଅନୁଯାୟୀ ଭୁତପଦା ଗ୍ରାମର ପିତାମ୍ବର ଯେନାଙ୍କ ପୁଅ ଗତ କିଛିଦିନ ତଳେ ବନ୍ତ ଥାନା ବାଇପୁର ଗ୍ରାମର ଜଣେ ଝିଅକୁ ଭଲପାଇବା ସହିତ ତାକୁ ନେଇ ଘରୁ ଦୁହେଁ ଫେରାର ହୋଇଯାଇଛନ୍ତି । ହେଲେ ଝିଅଘର ଲୋକେ ଏନେଇ ବନ୍ତ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପିତାମ୍ବରଙ୍କ ପରିବାର ଲୋକଙ୍କୁ ଉଠାଇ ନେଇ ପଚରାଉଚରା କରିବା ସହିତ ଝିଅକୁ ଆଣି ଛାଡିବା ପାଇଁ କହି ଛାଡ଼ିଦେଇଥିଲେ । ଏପରିକି ବାରମ୍ବାର ଝିଅ ଘର ଲୋକମାନେ ଆସି ପିତାମ୍ବରଙ୍କ ପରିବାରକୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି । ସେପଟେ ଭୟରେ ପିତାମ୍ବରଙ୍କ ପରିବାର ଲୋକେ ଘର ଛାଡ଼ି ବାହାରେ ରହୁଥିଲେ ।

ଏହା ମଧ୍ୟ ପଢନ୍ତୁ ......ସନ୍ଦେହ ଘେରରେ ପୌର ପରିଷଦ ଅଫିସ ଅଗ୍ନିକାଣ୍ଡ, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ବିରୋଧୀ

ସେପଟେ ରବିବାର ବିଳମ୍ବିତ ରାତିରେ ପିତାମ୍ବରଙ୍କ ସ୍ତ୍ରୀ ମନୋରମା ଘରେ ଏକୁଟିଆ ଥିବାବେଳେ ଝିଅଘର ଲୋକମାନେ ରାତିରେ ଆସି କବାଟ ଖୋଲି ମନୋରମାକୁ ମାରପିଟ କରିଥିବା ଅଭିଯୋଗ ହୋଇଛି । ଏହା ସହ ଘରେ ଥିବା ସୁନାରୁପା ମଧ୍ୟ ନେଇ ଯାଇ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ କରିଛନ୍ତି ମନୋରମା । ସେପଟେ ନିଆଁ ଦେଖି ଗ୍ରାମବାସୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ ।ଏହା ପରେ ଉକ୍ତ ଝିଅ ଘର ଲୋକେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ।

ସେପଟେ ମନୋରମା ନନ୍ଦିପଦା ଥାନାରେ ଅଭିଯୋଗ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ନନ୍ଦିପଦା ପୋଲିସ ମନୋରମାଙ୍କ ଅଭିଯୋଗ ଆଧାରରେ ଥାନା କେଶ ନଂ ୮୬/୨୦୨୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏନେଇ କୌଣସି ପୋଲିସ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

ଇଟିଭି ଭାରତ,କେନ୍ଦୁଝର

ABOUT THE AUTHOR

...view details