ଓଡିଶା

odisha

ETV Bharat / state

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ପୋଲିସ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ । ସେ ଛତିଶଗଡ଼ ରାଜ୍ୟ ସୁକ୍‌ମା ଅଞ୍ଚଳର ବୋଲି ଜଣାପଡ଼ିଛି । ବିଭିନ୍ନ ଗୁଳିବିନିମୟ ଘଟଣାରେ ସାମିଲ ଥିଲେ ।

Maoist Surrendered
Maoist Surrendered (ETV Bharat Odisha)

By ETV Bharat Odisha Team

Published : 5 hours ago

ଭବାନୀପାଟଣା: ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ । କଳାହାଣ୍ଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଏହି ମାଓବାଦୀ । ଦଣ୍ଡକାରଣ୍ୟ ସ୍ପେଶାଲ ଜୋନରେ କାମ କରିବା ପରେ ଦୀର୍ଘ ଦିନ ଧରି ଓଡିଶାର ବିଭିନ୍ନ ଜିଲ୍ଲାରେ ମାଓବାଦୀଙ୍କ ସହିତ କାମ କରିଥିଲେ । ଆଜି କଳାହାଣ୍ଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ଏନେଇ ଆଜି (ବୁଧବାର) କଳାହାଣ୍ଡି ଏସ୍‌ପିଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର ।

ମାଓ କ୍ୟାମ୍ପରେ କେବେ ସାମିଲ ହେଲେ:

ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀ ଜଣକ ହେଉଛନ୍ତି ଛତିଶଗଡ ରାଜ୍ୟ ସୁକମା ଅଞ୍ଚଳର ଦେବୀ ସୋରୀ ଓରଫ ଗୀତା (୨୨) । ସେ ୨୦୧୮ ମସିହାରେ ଦୁର୍ଦ୍ଦାନ୍ତ ମାଓ କମାଣ୍ଡର ହିଡମାର କାର୍ଯ୍ୟକଳାପରେ ଅନୁପ୍ରାଣୀତ ହୋଇ ମାଓ କ୍ୟାମ୍ପରେ ସାମିଲ ହୋଇଥିଲେ । ଦଣ୍ଡକାରଣ୍ୟ ସ୍ପେଶାଲ ଜୋନଲ କମିଟି ମାଓବାଦୀର ଚିତ୍ରନାଟ୍ୟ ମଣ୍ଡଳୀରେ କାମ କରିବା ପରେ ସେଠାକାର ମାଓବାଦୀଙ୍କ ଏରିଆ କମାଣ୍ଡର କମଳା ସହିତ ସାକ୍ଷାତ ହେବା ପରେ ମାଓ ସଙ୍ଗଠନ ସହିତ ରହି କାମ କରି ଆସୁଥିଲେ । ଏହାପରେ ୨୦୨୨ ମସିହାରେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼ ଡିଭିଜନ ସିପିଆଇ ମାଓବାଦୀ ସଂଗଠନରେ ସାମିଲ ହୋଇ ଲାଲବାହିନୀର ମିଲିଟାରୀ ଗ୍ରୁପ୍‌ରେ ରହି ସମସ୍ତଙ୍କ ଚିକିତ୍ସା ସେବା କରି ଆସୁଥିଲେ । ଏହାସହ ୫ଟି ଗୁଳିବିନିମୟ ଘଟଣାରେ ମଧ୍ୟ ତାଙ୍କର ସଂପୃକ୍ତି ଥିବା ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ପ୍ରକାଶ କରିଛନ୍ତି ।

Maoist Surrendered (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ମାଓ କ୍ୟାମ୍ପରେ ଜାତିବାଦ ନେଇ ପାତରଅନ୍ତର ! ମହିଳା ମାଓବାଦୀଙ୍କ ସମେତ ଆତ୍ମସମର୍ପଣ କଲେ ୨ ମାଓବାଦୀ - HARDCORE MAOISTS SURRENDERED

ଏହା ମଧ୍ୟ ପଢ଼ନ୍ତୁ...Maoist-Girlfriend Meet; ଗାର୍ଲଫ୍ରେଣ୍ଡ ଚକ୍କରରେ ଧରାପଡିଲା ମାଓବାଦୀ, ପ୍ରେମିକା କଥାରେ ଜଙ୍ଗଲ ଛାଡି ସହରକୁ ଆସିଲା, ପୋଲିସ ମାମୁଁ ମାଡିବସିଲା - Naxalite Arrested

ଏହା ମଧ୍ୟ ପଢ଼ନ୍ତୁ...'୨୦୨୬ ସୁଦ୍ଧା ମୂଳପୋଛ ହେବେ ମାଓବାଦୀ', ଓଡ଼ିଶାରେ ସଫଳ ହୋଇଛି ମାଓ ଦମନ: DGP

Maoist Surrendered (ETV Bharat Odisha)

ମାଓବାଦୀ ସଂଗଠନରେ ଏହି କାମ କରୁଥିଲେ:

ଏନେଇ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର କହିଛନ୍ତି, "ଗୀତା ସୋରି ମାଓବାଦୀଙ୍କ ଚିତ୍ରନାଟ୍ଯ ମଣ୍ଡଳୀ ଅଛି ସେ ସେଥିରେ ଯୋଗ ଦେଇ ମାଓବାଦୀଙ୍କ ସହିତ ରହୁଥିଲେ । ମାଓବାଦୀ ସଂଗଠନରେ ସେ ଚିକିତ୍ସା ସେବା ଯୋଗାଉଥିଲେ । ସେ ନିଜେ ଭାୟାରିଂ କରୁନଥିଲେ ମଧ୍ୟ ବିଭିନ୍ନ ଗୁଳିବିନିମୟ ଘଟଣାରେ ସାମିଲ ଥିଲେ । ମାଓ କମାଣ୍ଡର ହିଡମା ଠାରୁ ସେ ଅନୁପ୍ରାଣୀତ ହୋଇ ପାର୍ଟିରେ ଯୋଗ ଦେଇଥିଲେ । ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ସେ ହିଡମା ଗ୍ରୁପ୍‌ରେ କାମ କରିଥିଲେ । ପରେ ଓଡ଼ିଶା ଆସିଥିଲେ । ସେ କଳାହାଣ୍ଡି, କନ୍ଧମାଳ ବୌଦ୍ଧ ଅଞ୍ଚଳରେ କାମ କରୁଥିବା ବେଳେ ଏବେ ଆତ୍ମା ସମର୍ପଣ କରିଛନ୍ତି । ତାଙ୍କୁ ସମସ୍ତ ସରକାରୀ ସୁବିଧା ସୁଯୋଗଇ ଦିଆଯିବ । କଳାହାଣ୍ଡି ଜିଲ୍ଲାରେ ମାଓ ଅପରେସନ ମଧ୍ୟ ଚାଲୁଛି । ଯେଉଁମାନେ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଚାହୁଁଛନ୍ତି ସେମାନେ ଆସନ୍ତୁ । କାରଣ ସରକାରଙ୍କ ଅନେକ ଯୋଜନା ରହିଛି । ତାଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ।"

Maoist Surrendered (ETV Bharat Odisha)


ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details