ଓଡିଶା

odisha

ETV Bharat / state

ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଲା ବର୍ଷା, ପାଣିରେ ଭିଜୁଛି ବର୍ଷକର ଫସଲ - CROP DAMAGE

ବର୍ଷା ପାଣିରେ ଚାଷୀର ଅମଳ ଧାନ । ପରିଶ୍ରମକୁ ପାଣିରେ ଭାସୁଥିବା ଦେଖି ଚାଷୀ ଆଖିରେ ଲୁହ ଗଡୁଛି ।

PADDY CROP DAMAGE
PADDY CROP DAMAGE (ETV BHARAT ODISHA)

By ETV Bharat Odisha Team

Published : Dec 26, 2024, 2:01 PM IST

ଗଜପତି/ନିଆଳି: ଲଘୁଚାପ ଜନିତ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । କେଉଁଠି ବର୍ଷକର ଭସଲ ପାଣିରେ ଭାସୁଛି ତ ଆଉ କେଉଁଛି ଧାନ ଫସଲ ଗଜା ହୋଇଯାଇଛି । କଷ୍ଟ ଅର୍ଜିତ ଫସଲକୁ ଏପରି ଦେଖି ଚାଷୀ ଆଖିରୁ ଲୁହ ଶୁଖୁନି । ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲାରେ ଗତ ସପ୍ତାହେ ହେଲା ଲଗାଣ ବର୍ଷା ଜାରି ରହିଛି । ଫଳରେ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି । ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ଭଲ ବର୍ଷା ହୋଇଥିବାରୁ ଚାଷୀମାନେ ଚାଷକାମ ଆରମ୍ଭ କରିଥିବା ବେଳେ ଭଲ ଅମଳ ହେବ ବୋଲି ଆଶା ରଖିଥିଲେ । ହେଲେ ଅକ୍ଟୋବର ମାସ ବେଳକୁ ବର୍ଷା ଉଭାନ ହୋଇଯିବାରୁ ଚାଷୀ ନିଜ ଫସଲ ବଞ୍ଚାଇବା ପାଇଁ ନାହିଁନଥିବା ଅସୁବିଧା ଭୋଗ କରିଥିଲେ । ଅମଳ ସମୟରେ ବର୍ଷା ହେବାରୁ ଫସଲ ନଷ୍ଟ ହୋଇଯିବା ନେଇ ଚାଷୀ ଆଶଙ୍କା କରିଛନ୍ତି ।

ଅଧିକାଂଶ ଚାଷୀ ନିଜ ଧାନ ଅମଳ କରିସାରିଥିଲେ ମଧ୍ୟ ତାହାକୁ ବିକ୍ରି କରିପାରିନାହାନ୍ତି । ଅମଳ ଧାନ ରଖିବା ପାଇଁ ସ୍ଥାନ ଅଭାବ ଥିବାରୁ ଚାଷୀମାନେ ଖୋଲା ଆକାଶ ତଳେ ଏହାକୁ ପକାଇ ରଖିଛନ୍ତି । ଗୋଟିଏ ପଟେ ଅମଳ ଧାନ ଖୋଲା ଆକାଶ ତଳେ ବର୍ଷାରେ ଭିଜୁଥିବା ବେଳେ ଅନ୍ୟପଟେ ଏହାକୁ କିଣିବା ପାଇଁ ମଣ୍ଡି ଖୋଲାଯାଇନାହିଁ । ବର୍ଷାରେ ଭିଜୁଥିବା ଧାନ ଏବେ ଗଜା ହୋଇଯାଇଛି । ପୁଣି ଏକ ଲଘୁଚାପ ଦାନା ବାନ୍ଧୁଥିବା ବେଳେ ଆସନ୍ତା ୨୭ତାରିଖୁ ପୁଣି ବର୍ଷା ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଆକଳନ କରିଛି । ଯାହା ବଳକା ଧାନକୁ ବି ନଷ୍ଟ କରିବା ଆଶଙ୍କା ପ୍ରକାଶ ପାଇଛି । ଏଭଳି ହେଲେ ଏଫଏକ୍ୟୁ ମାନ ନଷ୍ଟ ହେବ ଏବଂ ମଣ୍ଡିରେ ଧାନ କିଣାଯିବ ନାହିଁ । ତେଣୁ ଚାଷୀ କ୍ଷତି ସହିବା ନିଶ୍ଚିତ । ସରକାର ତୁରନ୍ତ କ୍ଷତିପୂରଣ ଯୋଗାଇଦେବା ସହ ବୀମା ଟଙ୍କା ଯୋଗାଇଦେବାକୁ ଚାଷୀମାନେ ଦାବି କରିଛନ୍ତି । କୃଷିଋଣ ଛାଡ ପାଇଁ ମଧ୍ୟ ସରକାର ଘୋଷଣା କରିବା ଜରୁରୀ ବୋଲି ଚାଷୀମାନେ କହିଛନ୍ତି ।

PADDY CROP DAMAGE (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଚାଷୀଙ୍କ ଦମ୍ଭ ଭାଙ୍ଗି ଦେଲା ଅଦିନିଆ ବର୍ଷା, ପାଣିରେ ଭାସୁଛି ବର୍ଷକର ଦାନା - RAIN DAMAGE PADDY CROP

ଏହା ମଧ୍ୟ ପଢନ୍ତୁ-ଅଦିନିଆ ବର୍ଷା ଉଜାଡିଲା ଧାନ, କ୍ଷେତରେ ମନ୍ତ୍ରୀ ବିଭୂତି ଜେନାଙ୍କ ସ୍ଥିତି ଅନୁଧ୍ୟାନ - PADDY DAMAGE

ଏନେଇ ଜଣେ ଚାଷୀ କହିଛନ୍ତି, ''ଗତ 7 ଦିନ ହେଲା ଲଗାଣ ବର୍ଷା ଜାରି ରହିଛି । ଆମ ଅଞ୍ଚଳର ଲୋକେ କେବଳ ଧାନ ଚାଷ ଉପରେ ନିର୍ଭରଶୀଳ । ଏଥର ଭଲ ଫସଲ ହୋଇଥିଲା, କିନ୍ତୁ ବର୍ଷା ଯୋଗୁଁ ଅମଳ ଧାନ ନଷ୍ଟ ହୋଇଗଲାଣି । ବିଲରେ ଯେଉଁ ଧାନ ମଧ୍ୟ ରହିଛି ତାହା ନଷ୍ଟ ହେବାରେ ଲାଗିଛି । ତେଣୁ ଏଗୁଡିକୁ ସ୍ଥାନାନ୍ତର ପାଉଁ ମଣ୍ଡି ତୁରନ୍ତ ଖୋଲନ୍ତୁ ସରକାର । ''

ନିଆଳିରେ ବି ସମାନ ସ୍ଥିତି:

ସପଟେ ବର୍ଷା ଯୋଗୁଁ କଟକ ନିଆଳିରେ କ୍ଷତି ସହିଛନ୍ତି ଚାଷୀ । ବର୍ଷା ପାଣିରେ ବୁଡି ରହିଛି ଶହ ଶହ ହେକ୍ଟର ପାଚିଲା ଧାନ । ଫଳେ କ୍ଷତିପୂରଣ ଦାବି କରିଛନ୍ତି ଚାଷୀ । ଖାଲି ନିଆଳି ନୁହଁ କଣ୍ଟାପଡ଼ା, ବାରଙ୍ଗ,କଟକ ସଦର ଓ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଓ ବାଲିଅନ୍ତା ଧାନ ଚାଷୀ ସମାନ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଏନେଇ ଜଣେ ଚାଷୀ କହିଛନ୍ତି, ''ମୁଁ ଅଢେଇ ଏକର ଚାଷ କରିଥିଲିଲ । ଧାନ କାଟି ଘରକୁ ନେବା ବେଳେ ବର୍ଷା ହେବାରୁ ସେ ସବୁ ନଷ୍ଟ । ଧାର କରଜ କରିକି ଚାଷ କରିଥିଲୁ, ଏବେ ଚିନ୍ତା ଋଣ ଟଙ୍କା କେମିତି ସୁଝିବୁ । ଧାନ ଗଜା ହୋଇଯିବାରୁ ଆମେ ହତାଶ ହେଇଯାଇଛୁ । ''

PADDY CROP DAMAGE (ETV BHARAT ODISHA)

ଇଟିଭି ଭାରତ, ଗଜପତି/ନିଆଳି

ABOUT THE AUTHOR

...view details