ଓଡିଶା

odisha

ETV Bharat / state

କନ୍ଧମାଳ ‘ଠୁରି ଆଳୁ’ର ଚାହିଦା ବେଶୀ, ମିଳୁନି ସରକାରୀ ପ୍ରୋତ୍ସାହନ - potatos cultivation kandhamal - POTATOS CULTIVATION KANDHAMAL

Potatos cultivation Kandhamal: ବିନା ସାର ଓ କୀଟନାଶକରେ ସଂପୂର୍ଣ୍ଣ ଦେଶୀ ପଦ୍ଧତ୍ତିରେ ଚାଷ ହେଉଛି ଦେଶୀ ଆଳୁ ଚାଷ । ହେଲେ ସରକାରୀ ପ୍ରୋତ୍ସହନ ନ ମିଳିବାରୁ ଚାହିଦା ଅନୁଯାୟୀ ଆଳୁ ବଜାରରେ ମିଳୁନାହିଁ । ଅଧିକ ପଢନ୍ତୁ

Potatos cultivation Kandhamal
Potatos cultivation Kandhamal

By ETV Bharat Odisha Team

Published : Mar 30, 2024, 3:24 PM IST

Potatos cultivation Kandhamal

କନ୍ଧମାଳ: ଦେଖିବାକୁ ଖୁବ ଛୋଟ ଆଉ ବାଟି ପରି ଗୋଲଗୋଲ । ଏହା କନ୍ଧମାଳ ଆଳୁ ନାଁରେ ପରିଚିତ । ହେଲେ କେହି କେହି ବନ୍ଧ ଗଡ ଆଳୁ ଓ ଠୁରି ଆଳୁ ବି କହୁଛନ୍ତି । ବିନା ସାର ଓ କୀଟନାଶକରେ ସଂପୂର୍ଣ୍ଣ ଦେଶୀ ପଦ୍ଧତ୍ତିରେ ଏହି ଆଳୁ ଚାଷ କରାଯାଉଥିବାରୁ ଏହା ସମସ୍ତଙ୍କର ପସନ୍ଦ ପାଲଟିଛି । ଏଥିରେ ଶର୍କରା ଅଂଶ ବହୁତ କମ ଥାଏ । ସେଥିପାଇଁ ତ ଡାଇବେଟିସ ରୋଗୀ ମଧ୍ୟ ବିନା କୌଣସି ଚିନ୍ତାରେ ଖାଇଥାନ୍ତି । କିନ୍ତୁ ଦୁଃଖର ବିଷୟ ଠୁରି ଆଳୁ ଚାଷୀଙ୍କୁ ଯେତିକି ପ୍ରୋତ୍ସାହନ ଦିଆଯିବା କଥା ସେତିକି ସରକାର ଦେଉନାହାନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ ।

ବିନା ଶୀତଳଭଣ୍ଡାରରେ ଏହି ଆଳୁ ପାଖାପାଖି 8 ମାସରୁ ବର୍ଷେ ଯାଏ ରହିଥାଏ। କନ୍ଧମାଳ ଚାଷୀ ଏହି ଆଳୁ ଉତ୍ପାଦନ କରିବା ପରେ ନିଜ ପରିବାର ଖାଇବା ପାଇଁ ସାଇତି ରଖିବା ସହ ବଳକା ଆଳୁକୁ ବିକ୍ରି କରିଥାନ୍ତି। ବଜାରରେ ପୂର୍ବରୁ ଏହି ମାଳ ଆଳୁ କିଲୋ 25 ରୁ 30 ଟଙ୍କା ଲେଖାଏଁ ହେଉଥିବା ବେଳେ ଏଥର କମ ଚାଷ ହୋଇଥିବାରୁ ଦର ବୃଦ୍ଧି ପାଇ କିଲୋ ପିଛା 50 ରୁ 60 ଟଙ୍କା ରହିଛି । ତଥାପି ଲୋକେ ଦରକୁ ନ ଦେଖି କିଣି ନେଉଛନ୍ତି। ହେଲେ ମାଳ ଆଳୁ ଚାଷ ପାଇଁ କୌଣସି ପ୍ରୋତ୍ସାହନ ନାହିଁ । ଚାଷୀ ନିଜ ଅର୍ଥରେ ଏହି ଚାଷ କରୁଛନ୍ତି। ତେଣୁ ବହୁତ କମ ଚାଷୀ ଏହି ମାଳ ଆଳୁ ଚାଷ କରୁଥିବାରୁ ଚାହିଦା ଅନୁଯାୟୀ ଆଳୁ ବଜାରରେ ମିଳୁନାହିଁ ।

ଅନ୍ୟପକ୍ଷରେ ବମ୍ବେ ଆଳୁକୁ ସରକାର ଗୁରୁତ୍ଵ ଦେଉଥିବା ବେଳେ କନ୍ଧମାଳ ଆଳୁ ଚାଷୀ ବମ୍ବେ ଆଳୁ ଚାଷ କରି ଉତ୍ପାଦନ କରି ପାରୁ ନାହାନ୍ତି । ଫଳରେ ଅନେକ ସମୟରେ କ୍ଷତି ସହୁଛନ୍ତି । ସେହିପରି ଉତ୍ପାଦିତ ଆଳୁ ରଖିବା ପାଇଁ ଜିଲ୍ଲାରେ ଗୋଟିଏ ମଧ୍ୟ ଶୀତଳଭଣ୍ଡାର ନାହିଁ । ତେଣୁ ଚାଷୀମାନେ ବମ୍ବେ ଆଳୁ ଚାଷରୁ ମୁହଁ ଫେରାଉଛନ୍ତି । ତେବେ ମାଳ ଆଳୁର ଉତ୍ପାଦନ ଭଲ ହୋଇଛି ଚାହିଦା ମଧ୍ୟ ଭଲ ରହିଛି ତେଣୁ ଚାଷୀମାନେ ଏହି ମାଳ ଆଳୁ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । କିନ୍ତୁ ସରକାରୀ ସ୍ତରରେ ଏହି ମାଳ ଆଳୁକୁ ମାନ୍ୟତା ମିଳିନଥିବାରୁ ପ୍ରୋତ୍ସାହନ ମିଳୁନାହିଁ । ଆର୍ଥିକ ସଙ୍କଟାପନ୍ନ ଯୋଗୁଁ ଚାଷୀମାନେ ଅଧିକ ଚାଷ କରିପାରୁ ନାହାଁନ୍ତି। ତେଣୁ ଏହି ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇ ଦେବାକୁ ଚାଷୀମାନେ ଅନୁରୋଧ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ତରଭୁଜ ଚାଷ ଉପରୁ ମୁହଁ ଲେଉଟାଇଲେଣି ଚାଷୀ, ମିଳୁନି ସରକାରୀ ପ୍ରୋତ୍ସାହନ

ଏନେଇ ଜଣେ ଚାଷୀ କହିଛନ୍ତି ଯେ, 'କନ୍ଧମାଳରେ ଏହାକୁ ଦେଶୀ ଆଳୁ ବା ଠୁରି ଆଳୁ କୁହାଯାଏ । ଏହାର ଚାହିଦା ଜିଲ୍ଲା ତଥା ରାଜ୍ୟରେ ରହିଥିବା ବେଳେ ଏହାକୁ ଜଣେ ଡାଇବେଟିସ ରୋଗୀ ବି ଖାଇପାରିବ । କାରଣ ଏଥିରେ ଶର୍କରା ଅଂଶ ବହୁତ କମ୍ ରହିଛି । ହେଲେ ଆଳୁ ପାଇଁ କୌଣସି ପ୍ରୋତ୍ସାହନ ନ ମିଳିବାରୁ ଚାଷ ମଧ୍ୟ ଧିରେ ଧିରେ କମୁଛି ।'

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details