ଓଡିଶା

odisha

ETV Bharat / state

ସମ୍ବଲପୁର ଓ ହୀରାକୁଦ କେନାଳ ହିଡରେ ବଡ ଧରଣର ଲିକ, ଅସନ୍ତୁଷ୍ଟ ଚାଷୀ

Farmers demand repair of hole in Mohammadpur Canals: ସମ୍ବଲପୁର ଓ ହୀରାକୁଦ ବିଭାଜିକା କେନାଳ ହିଡରେ ବଡ ଧରଣର ଲିକ । ଏହାକୁ ନେଇ ସମ୍ବଲପୁର କୃଷକ ସଂଗଠନର ସଦସ୍ୟ ମାନେ ଘଟଣା ସ୍ଥଳକୁ ଯାଇ ନିଜର ଅସନ୍ତୋଷ ପ୍ରକଟ କରିଛନ୍ତି। ଅନ୍ୟପଟେ ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚଦ୍ର ସାହୁ କହିଛନ୍ତି ଯେ ତୁରନ୍ତ ସ୍ଥାୟୀ ମରାମତି ପ୍ରକିୟା ଆରମ୍ଭ ହେବ । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 22, 2024, 11:00 PM IST

ସମ୍ବଲପୁର ଓ ହୀରାକୁଦ କେନାଳ ହିଡରେ ବଡ ଧରଣର ଲିକ, ଅସନ୍ତୁଷ୍ଟ ଚାଷୀ
ସମ୍ବଲପୁର ଓ ହୀରାକୁଦ କେନାଳ ହିଡରେ ବଡ ଧରଣର ଲିକ, ଅସନ୍ତୁଷ୍ଟ ଚାଷୀ

ସମ୍ବଲପୁର ଓ ହୀରାକୁଦ କେନାଳ ହିଡରେ ବଡ ଧରଣର ଲିକ, ଅସନ୍ତୁଷ୍ଟ ଚାଷୀ

ସମ୍ବଲପୁର: ସମ୍ବଲପୁର ଓ ହୀରାକୁଦ ବିଭାଜିକା କେନାଳ ହିଡରେ ବଡ ଧରଣର ଲିକ । ଏହିଭଳି ଲିକ ହୋଇଥିଲେ ମଧ୍ୟ କେନାଲ କର୍ତ୍ତୃପକ୍ଷ ଅସ୍ଥାୟୀ ଭାବେ ବାଲି ବସ୍ତା ଦେଇ ମରାମତି କରି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସମ୍ବଲପୁର କୃଷକ ସଂଗଠନର ସଦସ୍ୟ ମାନେ ଘଟଣା ସ୍ଥଳକୁ ଯାଇ ନିଜର ଅସନ୍ତୋଷ ପ୍ରକଟ କରିଛନ୍ତି । ଚାଷୀ ମାନେ ଘଟଣା ସ୍ଥଳରେ ପହଞ୍ଚିବା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଡ୍ୟାମ କର୍ତ୍ତୃପକ୍ଷଙ୍କ ସହ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଅନ୍ୟ ପଟେ ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚଦ୍ର ସାହୁ କହିଛନ୍ତି ଯେ ତୁରନ୍ତ ସ୍ଥାୟୀ ମରାମତି ପ୍ରକିୟା ଆରମ୍ଭ ହେବ ।

ଅଧିକ ପଢନ୍ତୁ- ଇନ୍ଦ୍ରାବତୀ ଜଳଭଣ୍ଡାର ଛାଡ଼ିଲା ପାଣି, ଉତ୍ସାହିତ ଚାଷୀ

ସମ୍ବଲପୁର ହୀରାକୁଦ ଡ୍ୟାମ ମହମ୍ମଦପୁର ଗାଁ କେନାଲର ସମ୍ବଲପୁର ଓ ହୀରାକୁଦ ବିଭାଜିକା କେନାଲରେ ଦେଖାଦେଇଛି ବଡ଼ ଧରଣର ଲିକ। କେନାଲଟି ପୂର୍ବରୁ ପଥରରେ ତିଆରି ହୋଇଥିବା ବେଳେ ଏହାର ର କିଛି ଅଂଶ ଧସି ଯାଇ ପାଣି ଲିକ କରୁଥିବା ବେଳେ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଅସ୍ଥାୟୀ ଭାବେ ବାଲିବସ୍ତା ପକାଇ ଫାଟ ଲୁଚାଇବା ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି l ଏନେଇ ସମ୍ବଲପୁର କୃଷକ ସଂଗଠନର ଚାଷୀ ମାନେ ସେଠାକୁ ପହଞ୍ଚି କେନାଲର ଏପରି ଅବସ୍ଥା ଦେଖିବା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣା ସ୍ଥଳରେ ଜିଲ୍ଲାର ଚାଷୀ ମାନେ ଏନେଇ ପ୍ରତିବାଦ କରିବା ସହ ସ୍ଥାୟୀ ମରାମତି ପାଇ ଦାବୀ କରିଥିଲେ । କେବଳ କେନାଲ ହିଡରେ ଗୋଟିଏ ଗାତ ନୁହେଁ ଉଭୟ ବିଭାଜିକା କେନାଲରେ ଆହୁରୀ ଛୋଟ ଛୋଟ ଏକାଧିକ ସ୍ଥାନରେ ଲିକ ହେବାରୁ ପାଣି ଅଧିକ ପରିମାଣ ଝରୁଛି । ତୁରନ୍ତ କେନାଲ ମରାମତି ନକରାଗଲେ ଏହା ବଡ ଧରଣ ଲିକ ହେବା ସହ କେନାଲ ଭୁଶୁଡି ଯିବାର ଆଶଙ୍କା ରହିଛି । ଏହା ଦ୍ବାରା ଉଭୟ କେନାଲର ଜଳସେଚିତ ଅଞ୍ଚଳରେ ଥିବା 32 ରୁ ଅଧିକ ଗାଁର ପାଖାପାଖି ପ୍ରାୟ 12 ହଜାର ହେକ୍ଟର ରବି ଫସଳରେ ଜଳସେଚନ ପ୍ରଭାବିତ ହେବା ସହ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟଯେ ହୀରାକୁଦର ମହମ୍ମଦପୁର କେନାଲରୁ ସମ୍ବଲପୁର ବିଭାଜିକା କେନାଲ କୁ 119.11 କ୍ୟୁସେକ ଜଳ ପ୍ରବାହିତ ହୋଇଥାଏ l ଏହି କେନାଲର ଦୀର୍ଘତା ପାଖାପାଖି 19 କିଲୋମିଟର ରହିଛି । ଅନ୍ୟପଟେ ହୀରାକୁଦ ବିଭାଜିକା କେନାଲକୁ 7 କ୍ୟୁସେକ ଜଳ ପ୍ରବାହିତ ହୋଇଥାଏ । ସେପଟେ ଏହା ଜାଣିବା ପରେ ଘଟଣା ସ୍ଥଳରେ ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ, ଜଳସେଚନ ବିଭାଗ ଓ ଜଳ ସଂପଦ ବିଭାଗର କର୍ତ୍ତୃପକ୍ଷ ପହଞ୍ଚିଥିଲେ । ହୀରାକୁଦ ଡ୍ୟାମ ମୁଖ୍ୟଯନ୍ତ୍ରୀ ଘଟଣା ସ୍ଥଳରେ ପହଁଚିବା ପରେ କହିଛନ୍ତି ଯେ କୌଣସି ବଡ ଧରଣର ଦୁର୍ଘଟଣା ଯେମିତି ନହେବ ସେଥିପାଇଁ ଏହା ଉପରେ 24 ଘଣ୍ଟା ନଜର ରଖାଯିବl ଏଥିସହ ହୋଇଥିବା ଲିକେଜର ଶୀଘ୍ର ମରାମତି କରାଯିବା ନେଇ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details