ଓଡିଶା

odisha

ETV Bharat / state

ଫସାଇ ଦେଲା ପୁରସ୍କାର, ଗାୟକଙ୍କୁ ଉପହାରରେ ନକଲି ଟଙ୍କା ଦେଇ ଫସିଲେ ଯୁବକ - Fake currency seized - FAKE CURRENCY SEIZED

Fake currency seized: ନକଲି ନୋଟ ରାକେର୍ଟର ପର୍ଦ୍ଦାଫାସ । ଗାୟକଙ୍କୁୁ ପୁରସ୍କାରରେ ନକଲି ନୋଟ୍ ଦେଇ ଫସିଗଲେ ଅଭିଯୁକ୍ତ । 2 ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ନକଲି ନୋଟ ରାକେର୍ଟର ପର୍ଦ୍ଦାଫାଶ
ନକଲି ନୋଟ ରାକେର୍ଟର ପର୍ଦ୍ଦାଫାଶ

By ETV Bharat Odisha Team

Published : Mar 28, 2024, 10:45 AM IST

Updated : Mar 28, 2024, 11:03 AM IST

Fake currency seized

ବଲାଙ୍ଗୀର:ପାଟଣାଗଡ଼ରେ ନକଲି ନୋଟ ରାକେଟରେ ପର୍ଦ୍ଦାଫାସ । ଭଇଁସା ଗାଁରୁ ବିପୁଳ ପରିମାଣର ନକଲି ନୋଟ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଗିରଫ ଦୁଇ ଅଭିଯୁକ୍ତମାନେ ହେଲେ ପାଟଣାଗଡ଼ ଥାନା ଭଇଁଷା ଗାଁର ବରୁଣ ପାନୁଆନ ଏବଂ ଦେଓଗାଁ ଥାନା ବୁଡ଼ାବାହାଲ ଗାଁର ରୋହିତ ବସ୍ତିଆ ବୋଲି ଜଣାପଡିଛି । ଏଥିସହ ସେମାନଙ୍କ ଠାରୁ ୧ ଲକ୍ଷ ୩୭ ହଜାର ଟଙ୍କାର ନକଲି ୫୦୦ ଟଙ୍କିଆ ନୋଟ, କମ୍ପ୍ୟୁଟର ଓ ପ୍ରିଣ୍ଟର ଜବତ କରାଯାଇଛି ।

ଅଭିଯୋଗ ଅନୁସାରେ, ଗତ 22 ତାରିଖରେ ଏହି ଗ୍ରାମରେ ୨୪ ପ୍ରହର ନାମ ଚାଲିଥିଲା । ଏହି ସମୟରେ ଜଣେ ଗାୟକ ନାମଯଜ୍ଞରେ ଗୀତ ଗାଉଥିଲେ । ବରୁଣ ପାନୁଆନ ସେଠାରେ ଉପସ୍ଥିତ ଥିଲେ । ଗାୟକଙ୍କ ଗୀତ ତାଙ୍କୁ ଭଲ ଲାଗିଥିଲା । ସେ ଖୁସିରେ ତାଙ୍କୁ ୨ଟି ୫୦୦ ଟଙ୍କିଆ ଦେଇଥିଲେ । ଗାୟକ ମଧ୍ୟ ୧୦୦୦ ଟଙ୍କା ପାଇ ଖୁସି ହୋଇଯାଇଥିଲେ । ହେଲେ ତାଙ୍କର ଏହି ଖୁସି ବେଶୀ ସମୟ ରହିନଥିଲା । ଘରେ ଯାଇ ଦେଖିଲା ବେଳକୁ ୨ଟି ୫୦୦ ଟଙ୍କା ନକଲି ଥିଲା । ଏନେଇ ଗାୟକ ଜଣଙ୍କ ଘଟଣା ବିଷୟରେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ ।

ଏହା ମଧ୍ୟ ପଢନ୍ତୁ-ନୂଆପଡାରେ ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରି ଠାବ, ଦୁଇ ଗିରଫ

ଏହାପରେ ସରପଞ୍ଚ ପାଟଣାଗଡ଼ ପୋଲିସକୁ ଖବର ଦେଇଥିଲେ । ଯାହା ପରେ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ଵତନ୍ତ୍ର ପୋଲିସ ଟିମ୍ ଗାଁରେ ପହଞ୍ଚି ଗ୍ରାମର ନିବାସୀ ବରୁଣ ପାନୁଅନ ଘରେ ଚଢାଉ କରିଥିଲେ । ଏଥିସହ ବରୁଣ ପାନୁଆନଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା । ପୋଲିସ ଆଗରେ ବରୁଣ ସବୁ ଗୁମର ଖୋଲିଥିଲେ । ଏହି ଘଟଣାରେ ତାଙ୍କର ସହଯୋଗୀ ରୋହିତ ସଂପୃକ୍ତ ଥିବା ବରୁଣ ପୋଲିସକୁ କହିଥିଲେ । ପରେ ପୋଲିସ ରୋହିତ ଓ ବରୁଣଙ୍କ ଘରେ ଚଢ଼ାଉ କରିଥିଲା । ଯେଉଁଠୁ ପୋଲିସ୍ 274ଟି ନକଲି 500 ଟଙ୍କିଆ ନୋଟ, ଓ କମ୍ପୁଟର, ପ୍ରିଣ୍ଟର, ନକଲି ନୋଟ ପାଇ ବ୍ୟବହାର କରୁଥିବା ପେପର ଓ ବ୍ୟବହୃତ କାଲି ଇତ୍ୟାଦି ପୋଲିସ୍ ଜବତ କରିଥିଲା । ତେବେ ଗତକାଲି(ବୁଧବାର) ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସଡ଼ିପିଓ ସଦାନନ୍ଦ ପୂଜାରୀ କହିଛନ୍ତି । ତେବେ ଏହି ନକଲି ନୋଟ କାରବାର କେବେଠୁ ଚାଲିଥିଲା ଏବଂ କେଉଁ ଅଞ୍ଚଳ ପର୍ଯ୍ୟନ୍ତ ଏହା ବ୍ୟାପି ଥିଲା ତାର ତଦନ୍ତ ପୋଲିସ୍ ଜାରି ରଖିଥିବା ଏସଡିପିଓ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Mar 28, 2024, 11:03 AM IST

ABOUT THE AUTHOR

...view details