ଓଡିଶା

odisha

ETV Bharat / state

ଫ୍ୟାନ୍ସି ନମ୍ବର ଦେବା ନାଁରେ ଲକ୍ଷାଧିକ ଠକେଇ: 3 ଠକ ଗିରଫ, ଦେଶର ବିଭିନ୍ନ ଅଞ୍ଚଳକୁ ଲମ୍ବିଛି ଚେର - Fake call centre busted - FAKE CALL CENTRE BUSTED

FAKE CALL CENTRE BUSTED: ଫ୍ୟାନସି ସିମ୍ ରାକେଟର ପର୍ଦ୍ଦାଫାସ । ତିନିକୁ ଗିରଫ କରିଛି ବାଲେଶ୍ୱର ସାଇବର ଥାନା ପୋଲିସ । ଅନଲାଇନ ଜରିଆରେ ଲୋକମାନଙ୍କୁ ମେସେଜ ପଠାଇ ଫ୍ୟାନସି ନମ୍ବର ନେବାକୁ କହି ଲୁଟୁଥିଲେ ଟଙ୍କା । ଅଧିକ ପଢନ୍ତୁ

FAKE CALL CENTRE BUSTED
FAKE CALL CENTRE BUSTED (ETV Bharat Odisha)

By ETV Bharat Odisha Team

Published : Aug 30, 2024, 9:42 PM IST

ବାଲେଶ୍ୱର: ଫ୍ୟାନସି ନମ୍ବର୍ ନେବାକୁ କହି ଲୁଟୁଥିବା ୩ ଲୁଟେରା ଗିରଫ । ଏଭଳି ଏକ ରାକେଟ ପର୍ଦ୍ଦାଫାସ କରିଛିବାଲେଶ୍ୱର ସାଇବର ଥାନା ପୋଲିସ । ଏକ ଚାରି ମହଲା କୋଠାରେ କିଛି ଅସାମାଜିକ କାର୍ଯ୍ୟକଳାପ ଚାଲିବା ନେଇ ସୂଚନା ପାଇବା ପରେ ସେଠାରେ ଚଢ଼ାଉ କରିଥିଲା ବାଲେଶ୍ୱର ପୋଲିସ । ମୋବାଇଲ, ଲାପଟପ ସହ ତିନି ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ସେମାନେ ଅନଲାଇନ ଜରିଆରେ ଲୋକମାନଙ୍କୁ ମେସେଜ ପଠାଇ ଫ୍ୟାନସି ନମ୍ବର ନେବାକୁ କହି ଟଙ୍କା ଲୁଟୁଥିବା ନେଇ ପୋଲିସ ସୂଚନା ଦେଇଛି ।

FAKE CALL CENTRE BUSTED (ETV Bharat Odisha)

ତିନି ସାଇବର ଲୁଟେରା ଗିରଫ୍:
ଏହାକୁ ନେଇ ବାଲେଶ୍ୱର SP ସାଗରିକା ନାଥ କହିଛନ୍ତି,"ସାଇବର ଟିମକୁ ଗୋଟେ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା ଯେ କରଞ୍ଜିଆ ଛକ ପାଖରେ ଏକ ଚାରିତାଲା ଘରର ତିନି ମହଲାରେ ଗୋଟେ କଲ ସେଣ୍ଟର ଚାଲୁଅଛି । କେଉଁ ପ୍ରକାରର ଅଛି କେମିତି ଅଛି ତାହାର କିଛି କ୍ଳାରିଟି ନଥିଲା । ସୂଚନା ଆଧାରରେ ଆମ ଟିମ ସେହି ସ୍ଥାନରେ ଚଢ଼ାଉ କରିଥିଲା । ଚଢ଼ାଉ କରିବା ପରେ ତାଙ୍କ ପାଖରୁ ଲାପଟପ ଆଉ ମୋବାଇଲ ଫୋନ ଗୁଡିକ ଥିଲା ତାକୁ ସବୁ ସିଜ୍ କରାଗଲା । ସିଜ୍ କଲାପରେ ବିସ୍ତୃତ ଭାବେ ଘଟଣାର ତଦନ୍ତ କରାଗଲା । ତଦନ୍ତ ବେଳେ ଏତିକି ଜଣାପଡ଼ିଲା ଯେ ସେମାନେ କିଛି ଟା ଯୁବତୀମାନଙ୍କୁ ନେଇକି ଗୋଟେ କଲ୍ ସେଣ୍ଟର ଚାଲୁ ରଖିଥିଲେ । ଯେଉଁଥିରେ କି ସେମାନଙ୍କ ଉଦ୍ଦେଶ୍ୟ ରହୁଥିଲା ଲୋକଙ୍କୁ ମେସେଜ ପଠାଇ ଫ୍ୟାନସି ସିମ୍ ଦେବାର ପ୍ରଲୋଭନ ଦେଉଥିଲେ ।"

ଫ୍ୟାନସି ସିମ୍ ନାଁରେ ଠକୁଥିଲେ:

ସେ ଆହୁରି ମଧ୍ୟ କହିଛନ୍ତି,"ଲୋକମାନେ କିଛିଟା ଟଙ୍କା ଏମାନଙ୍କ ଆକାଉଣ୍ଟରେ ପଠାଉଥିଲେ । ସମୁଦାୟ ପ୍ରକ୍ରିୟାରେ ଶେଷରେ ଯେଉଁ ସିମ ଲୋକମାନଙ୍କୁ ପଠାଉଥିଲେ ତାହା କୌଣସି ଫ୍ୟାନସି ସିମ ନଥିଲା । ବହୁତ କମ୍ ସମୟ ମଧ୍ୟରେ ଏହି ସୂଚନା ଆମ ପାଖରେ ପହଞ୍ଚିଥିଲା । ଅଧିକରୁ ଅଧିକ 10 ଦିନ ଭିତରେ ଏହି ସେଟଅପ୍ ଚାଲିଥିଲା । କିନ୍ତୁ 10 ଦିନ ଭିତରେ ହିଁ ଏମାନେ ପାଖାପାଖି 1 ଲକ୍ଷ ଟଙ୍କା ଠକେଇ କରି ସାରିଥିଲେ । ତାଙ୍କର ମୁଖ୍ୟ ଲକ୍ଷ୍ୟ ରହୁଛି କି ସେମାନେ ସିମ ଗୁଡ଼ାକ ଯାହାକି ଅନ୍ୟ ଲୋକମାନଙ୍କ ନାଁରେ କିଣନ୍ତି ଅନ୍ୟ ଲୋକଙ୍କୁ ବିକ୍ରି କରନ୍ତି । ସେମାନେ ଯେଉଁ ବ୍ୟାଙ୍କ୍ ଆକାଉଣ୍ଟକୁ ଲୋକମାନେ ପଇସା ପଠାଉଥିଲେ ତାହା ବି ସେମାନଙ୍କ ନିଜର ଆକାଉଣ୍ଟ ନୁହେଁ ।

'ଏବେ ସୁଦ୍ଧା ଯେତିକି ଆମକୁ ସୂଚନା ମିଳିଛି ସେମାନେ ପାଖାପାଖି 8 ରୁ 10 ଲୋକମାନଙ୍କୁ ଏହିଭଳି ସିମ ପଠାଇଛନ୍ତି । କିନ୍ତୁ ସେସବୁ ଫ୍ୟାନସି ନମ୍ବର ନୁହେଁ ପ୍ରଲୋଭନ ଏଇଟା ଥିଲା କି ସେଇଟା ଫ୍ୟାନସି ନମ୍ବର ବୋଲି । ଏହି ଘଟଣାରେ ଆମେ ତିନି ଜଣଙ୍କୁ ଧରିଛୁ । ସେଥିରୁ ଜଣେ ଆମର ବାଲେଶ୍ୱରର ଆଉ ଦୁଇଜଣ ପଶ୍ଚିମ ମେଦିନିପୁର ମୋହନପୁର ଅଞ୍ଚଳରୁ ବୋଲି ଜଣାପଡ଼ିଛି । ଆମେ ପଶ୍ଚିମ ମେଦିନିପୁର ପୋଲିସ ସହିତ ଯୋଗାଯୋଗ କରିବୁ । '

ଏହା ମଧ୍ୟ ପଢନ୍ତୁ ....CJI ଙ୍କୁ ବି ଛାଡିଲେନି ଠକ, ଚନ୍ଦ୍ରଚୂଡଙ୍କ ନାଁରେ ଆସିଲା ଏମିତି ମେସେଜ... - Scammers Poses As CJI

ବାଲେଶ୍ୱରରୁ ପୁରା ଦେଶରେ ଚାଲୁଥିଲା ଫ୍ୟାନସି ସିମ୍ ରାକେଟ:

'ଆମ ପାଖରେ ଯାହା ତଥ୍ୟ ରହିଛି ସେମାନେ ଦିଲ୍ଲୀ, ବାରଣାସୀ, ରାଞ୍ଚି, ପଶ୍ଚିମବଙ୍ଗ ଅଞ୍ଚଳର କିଛି ଲୋକଙ୍କୁ ସିମ ପଠାଇଛନ୍ତି । ବାଲେଶ୍ୱର ଲୋକଙ୍କୁ ଏବେଯାଏ ଦେଇ ନାହାନ୍ତି କାରଣ ଯେହେତୁ ଦିଲ୍ଲୀରେ ଜଣଙ୍କୁ ସିମ ମିଳିଲା ସେତ କଷ୍ଟ କରିକି ଖୋଜିଖୋଜି କି ବାଲେଶ୍ୱର ଯାଏ ଆସିବନି । ଇଣ୍ଟରନେଟ ଜରିଆରେ ସେମାନେ ବାଲେଶ୍ୱରରେ ବସିକି ପୁରା ଦେଶରେ ଏମିତି ରାକେଟ୍ ଚଳାଇଥିଲେ।'

କ'ଣ କ'ଣ ଜବତ କରିିଛି ପୋଲିସ:

ଅନ୍ୟପଟେ ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତ ତିନି ଜଣଙ୍କ ପାଖରୁ 16 ଟି ମୋବାଇଲ ଫୋନ୍, ଦୁଇଟି ଲାପଟପ, 9ଟି ଏଟିଏମ୍ କାର୍ଡ, 8ଟି ସିମ କାର୍ଡ, ଗୋଟିଏ ଡ୍ରାଇଭିଂ ଲାଇସେନ୍ସ ଏବଂ ପଶ୍ଚିମବଙ୍ଗ ନମ୍ବର୍ ଥିବା ଗୋଟିଏ କାର ଜବତ କରାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details