ଓଡିଶା

odisha

ETV Bharat / state

ସହରାଞ୍ଚଳ ଭୋଟଙ୍କର ଉପରେ ଆଖି, ଯୋଜନା ବାବଦରେ ଜଣାଉଛନ୍ତି ସରକାର - ନଗର ଉନ୍ନୟନ ବିଭାଗ

Eye on Urban voters: ରାଜ୍ୟର ୧୧୫ଟି ପୌରାଞ୍ଚଳରେ ୪୯୭ ସଚେତନତା ଶିବିର ଆୟୋଜନ କରାଯିବ । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥି ଭାତାନନ । ଜାନୁଆରୀ ୨୨ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଫେବ୍ରୁଆରୀ ୭ ତାରିଖ ଯାଏଁ ଚାଲିବ । ଗ୍ରାମାଞ୍ଚଳରେ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜନ ପରେ ଏବେ ସହରରେ ଆରମ୍ଭ ହେବ ଏହି କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

ସହରାଞ୍ଚଳ ଭୋଟଙ୍କର ଉପରେ ଆଖି, ଯୋଜନା ବାବଦରେ ଜଣାଉଛନ୍ତି ସରକାର
ସହରାଞ୍ଚଳ ଭୋଟଙ୍କର ଉପରେ ଆଖି, ଯୋଜନା ବାବଦରେ ଜଣାଉଛନ୍ତି ସରକାର

By ETV Bharat Odisha Team

Published : Jan 25, 2024, 10:34 PM IST

ସହରାଞ୍ଚଳ ଭୋଟଙ୍କର ଉପରେ ଆଖି, ଯୋଜନା ବାବଦରେ ଜଣାଉଛନ୍ତି ସରକାର

ଭୁବନେଶ୍ବର: ଆମ ଓଡିଶା ନବୀନ ଓଡିଶା ଜରିଆରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରି ଗ୍ରାମାଞ୍ଚଳ ଭୋଟରଙ୍କୁ ଆକର୍ଷିତ କରିଛନ୍ତି ରାଜ୍ୟ ସରକାର । ଗାଁ ଭୋଟରଙ୍କୁ ଆକୃଷ୍ଟ କରିବା ପରେ ଏବେ ସହର ଭୋଟରଙ୍କ ଉପରେ ବିଜେଡି ନେତୃତ୍ୱାଧୀନ ବିଜେଡି ସରକାରର ଆଖି । ତେଣୁ ସହରବାସୀଙ୍କୁ ବିଭିନ୍ନ ଯୋଜନା ବାବଦରେ ଅବଗତ କରାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

ରାଜ୍ୟର ୧୧୫ଟି ପୌରାଞ୍ଚଳରେ ୪୯୭ ସଚେତନତା ଶିବିର ଆୟୋଜନ କରାଯିବ । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥି ଭାତାନନ । ଜାନୁଆରୀ ୨୨ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଫେବ୍ରୁଆରୀ ୭ ତାରିଖ ଯାଏଁ ଚାଲିବ । ଗ୍ରାମାଞ୍ଚଳରେ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜନ ପରେ ଏବେ ସହରରେ ଆରମ୍ଭ ହେବ ଏହି କାର୍ଯ୍ୟକ୍ରମ । ସହର ପାଇଁ ସରକାରଙ୍କ କି କି ଯୋଜନା ରହିଛି, ହିତାଧିକାରୀଙ୍କୁ କି କି ସୁବିଧା ମିଳୁଛି, ତାହା ଜଣାଇବା ପାଇଁ ନଗର ଉନ୍ନୟନ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି ।

ଅଧିକ ପଢନ୍ତୁ- 'ଆମ ଓଡିଶା ନବୀନ ଓଡିଶା' ରାଜନୀତି; ବିଜେଡି କର୍ମୀଙ୍କୁ ପୋଷିବା ପାଇଁ ଯୋଜନା କହିଲା କଂଗ୍ରେସ

ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥି ଭାଥନନଙ୍କ ଜାରୀ ହୋଇଥିବା ନିର୍ଦ୍ଦେଶାନାମା ଅନୁସାରେ ୧୧୫ ପୌରାଂଚଳରେ ୪୯୭ଟି ସଚେତନତା ଶିବିର କରାଯିବ । ଆୟୋଜିତ ହେବ ଆଓନୋ ବା ଆମ ଓଡ଼ିଶା, ନବୀନ ଓଡ଼ିଶା(ସହରୀ) ଶିବିର । ଜାନୁଆରୀ ୨୨ରୁ ଫେବ୍ରୁଆରୀ ୭ ତାରିଖ ଯାଏଁ ଚାଲିବ କାର୍ଯ୍ୟକ୍ରମ । ପ୍ରତ୍ୟେକ କ୍ୟାମ୍ପ ପାଇଁ ଖର୍ଚ୍ଚ ହେବ ୬୫ ହଜାର ଟଙ୍କା । ରାଜ୍ୟ ସରକାରଙ୍କ ସ୍କିମ ସଂପର୍କରେ ସହରାଞ୍ଚଳର ଜନସାଧାରଣଙ୍କୁ ଅବଗତ କରାଇବେ । କାର୍ଯ୍ୟକ୍ରମର ଫଟୋ ଓ ଭିଡିଓଗ୍ରାଫି କରାଯାଇ ନଗର ଉନ୍ନୟନ ବିଭାଗକୁ ପଠାଯିବ ।

କାର୍ଯ୍ୟକ୍ରମକୁ ନେଇ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ ଦଳ । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ବିରୋଧୀ । ସରକାରୀ କାର୍ଯ୍ୟକ୍ରମ ନାଁରେ ଦଳୀୟ ପ୍ରଚାର କରାଯାଉଥିବା ବିରୋଧୀ ଅଭିଯୋଗ କରିଛନ୍ତି । ବିରୋଧୀଙ୍କୁ ଜବାବ ଦେଇଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଶଶୀଭୂଷଣ ବେହେରା । ଶଶୀଭୂଷଣ କହିଛନ୍ତି ଯେ, ନଗର ଉନ୍ନୟନ ବିଭାଗ ଯାହା ପଦକ୍ଷେପ ନେଉଛି ତାହା ରାଜ୍ୟ ସରକାରଙ୍କ ନିଷ୍ପତ୍ତିର ପ୍ରତିଫଳନ । ଗ୍ରାମାଞ୍ଚଳରେ ମଧ୍ୟ ଅନୁରୂପ ଭାବେ କର୍ମୀ ମାନେ ହାଉସ ଟ୍ୟାଗିଙ୍ଗ ଜରିଆରେ କାର୍ଯ୍ୟକ୍ରମ କରୁଛନ୍ତି । ଘରକୁ ଘର ଯାଇ ଲୋକଙ୍କ ସହିତ ଆଲୋଚନା କରିବେ । ସହରୀ ଭୋଟ ପାଇଁ ସରକାର ଏହା କରୁଥିବା କହିବା ପୂର୍ବରୁ ବିରୋଧୀ ଦଳ ଆତ୍ମ ସମୀକ୍ଷା କରନ୍ତୁ । ଗତ ପଞ୍ଚାୟତ ନିର୍ବାଚନରେ ୩୦ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି କେତେ ଜିତିଛି, ଆଉ ସେମାନେ କେତେ ଜିତିଛନ୍ତି ? ଗ୍ରାମାଞ୍ଚଳର ଲୋକଙ୍କ ସମର୍ଥନ ବିନା ବିଜେଡି ୩୦ ଜିଲ୍ଲା ପରିଷଦ ଜିତି ପାରିଥାନ୍ତା କି ? ନିର୍ବାଚନ ଆସିଲେ ବିରୋଧୀ ଦଳ ଏମିତି ଅଭିଯୋଗ କରନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details