ଓଡିଶା

odisha

ETV Bharat / state

ଅଂଶୁଘାତ ରୋକିବାକୁ ପଦକ୍ଷେପ, ଖରାରେ କାମ କରିବେନି ଶ୍ରମିକ - ODISHA WEATHER

Labourers Working hours Changed: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରଙ୍କ ନିର୍ଦ୍ଦେଶ । ଦିନ ୧୧ରୁ ସାଢ଼େ ୩ ପର୍ଯ୍ୟନ୍ତ କାମ କରିବେନି ଶ୍ରମିକ । ଅଧିକ ପଢନ୍ତୁ

ଖରାରେ କାମ କରିବେନି ଶ୍ରମିକ
ଖରାରେ କାମ କରିବେନି ଶ୍ରମିକ

By ETV Bharat Odisha Team

Published : Apr 5, 2024, 5:13 PM IST

ଭୁବନେଶ୍ବର:ରାଜ୍ୟରେ ଅସହ୍ୟ ହେଲାଣି ତାତି । ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ସାରା ରାଜ୍ୟରେ ପରିଲକ୍ଷିତ ହୋଇଛି ଅସମ୍ଭାଳ ତାତି । ରୌଦ୍ରତାପ ଜନିତ ଅଂଶୁଘାତ ରୋକିବାକୁ ସରକାର ପଦକ୍ଷେପ ନେଇଛନ୍ତି । ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି । ଖରାରେ ଦିନ ୧୧ରୁ ସାଢ଼େ ୩ ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ କରିବାକୁ ମନା କରାଯାଇଛି । ଏପ୍ରିଲରୁ ଜୁନ ୧୫ ପର୍ଯ୍ୟନ୍ତ ଶ୍ରମିକଙ୍କ ଉପରେ ନଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ରାଜସ୍ବ କମିଶନର ଓ ଜିଲ୍ଲାପାଳଙ୍କୁ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅତ୍ୟାବଶ୍ୟକୀୟ ସେବା ସହ ଜଡ଼ିତ ଶ୍ରମିକଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥା ପାଇଁ ପରାମର୍ଶ ଜାରି ହୋଇଛି ।

ଚଳିତ ଏପ୍ରିଲ ମାସରେ ରୌଦ୍ରତାପ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖିଲେ ଚଳିତ ଗ୍ରୀଷ୍ମ ଋତୁରେ ରୌଦ୍ରତାପ ଜନିତ ଅଂଶୁଘାତ ଆଶଙ୍କା ରହିଛି । ତେଣୁ ସମ୍ପୂର୍ଣ ଖରାରେ କାର୍ଯ୍ୟରତ ଶ୍ରମିକମାନଙ୍କ ଚଳିତ ଏପ୍ରିଲ ମାସରୁ ଜୁନ ମାସ ୧୫ ତାରିଖ ପର୍ଯନ୍ତ ପୂର୍ବାହ୍ନ ୧୧ରୁ ଓ ଅପରାହ୍ନ ସାଢ଼େ ୩ ପର୍ଯ୍ୟନ୍ତ କାର୍ଯ୍ୟ କାରିବାକୁ ବାରଣ କରାଯାଇଛି । ପ୍ରଚଣ୍ଡ ରୌଦ୍ରତାପ ଜନିତ ଅଂଶୁଘାତକୁ ଦୃଷ୍ଟିରେ ରଖି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ଏ ନେଇ ସମସ୍ତ ରାଜସ୍ବ କମିଶନର, ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ମହାନଗରର ନିଗମ କମିଶନର ଓ ରାଜ୍ୟ ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:ବିଦ୍ୟାଳୟରେ ବାଜିବ ସ୍ୱତନ୍ତ୍ର "ଜଳ ବିରତି ଘଣ୍ଟି", ଛାତ୍ରଛାତ୍ରୀ ପିଇବେ ପାଣି - WATER BELL FOR STUDENTS

ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ରାଜ୍ୟରେ ଥ‌ିବା କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗ, ବେସରକାରୀ ନିଯୁକ୍ତିଦାତା, ବାଣିଜ୍ୟ ଓ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଏବଂ ଠିକାଦାରଙ୍କୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । କାର୍ଯ୍ୟରତ ଶ୍ରମିକଙ୍କୁ ଚଳିତ ଏପ୍ରିଲ ମାସରୁ ଜୁନ ମାସ ୧୫ ପର୍ଯ୍ୟନ୍ତ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା କରିବା ନିମନ୍ତେ ପୂର୍ବାହ୍ନ ୧୧ରୁ ଅପରାହ୍ନ ୩.୩୦ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟରେ ନ ଲଗାଇବାକୁ ବିଧବଦ୍ଧ ବ୍ୟବସ୍ଥା କରିବେ । ଆବଶ୍ୟକ ସ୍ଥଳେ କାର୍ଯ୍ୟ ନିର୍ଘଣ୍ଟର ସମୟ ପରିବର୍ତ୍ତନ କରିବେ । ଶ୍ରମିକଙ୍କୁ ସମ୍ଭାବ୍ୟ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା କରିବା ପାଇଁ ବିଭିନ୍ନ ସତର୍କମୂଳକ ପଦକ୍ଷେପ ନିଆଯିବ ।

*ଥଣ୍ଡା ପାନୀୟ ଜଳର ସୁବ୍ୟବସ୍ଥା
*ଛାୟା ପ୍ରଦାନ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା
*ସ୍ବାସ୍ଥ୍ୟ ସେବା ପାଇଁ ଡାକ୍ତରୀ ଚିକିତ୍ସାର ବ୍ୟବସ୍ଥା
*ଶ୍ରମିକ ପାଇଁ ଓଆରଏସ ପ୍ୟାକେଟ ବ୍ୟବସ୍ଥା

ସେହିପରି ରାଜ୍ୟରେ ବଢୁଥିବା ତାପମାତ୍ରାକୁ ନଜରରେ ରଖି ପ୍ରମୁଖ ସହରରେ ପର୍ଯ୍ୟାପ୍ତ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ମହାନଗର କମିଶନରଙ୍କୁ ଏସଆରସି ଅଫିସରୁ ଚିଠି କରାଯାଇଛି । ଖରା ବଢୁଥିବାରୁ ପର୍ଯ୍ୟାପ୍ତ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ଛକରେ ବିଶ୍ରାମ ଗୃହ, ଜଳଛତ୍ର ନଥିବା ସାମ୍ନାକୁ ଆସିବା ପରେ ପଦକ୍ଷେପ ନିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details