ଓଡିଶା

odisha

ETV Bharat / state

ବିଜେଡିରେ ଯୋଗଦେଲେ ପୂର୍ବତନ ବିଜେପି ରାଜ୍ୟ ସମ୍ପାଦକ ସୁରେନ୍ଦ୍ର ପଣ୍ଡା - ବିଜେଡିରେ ମିଶିଲେ ସୁରେନ୍ଦ୍ର ପଣ୍ଡା

BJD Mishrana Parva: ବିଜେଡିରେ ସାମିଲ ହୋଇଛନ୍ତି ବିଜେପି ରାଜ୍ୟ ସମ୍ପାଦକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେନ୍ଦ୍ର ପଣ୍ଡା । ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରସୁଲପୁର ବ୍ଲକର ସୁରେନ୍ଦ୍ର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଆଜି ଶଙ୍ଖଭବନରେ ବିଜେଡ଼ି ମିଶିଛନ୍ତି । ଅଧିକ ପଢନ୍ତୁ

ବିଜେଡିରେ ଯୋଗଦେଲେ ପୂର୍ବତନ ବିଜେପି ରାଜ୍ୟ ସମ୍ପାଦକ ସୁରେନ୍ଦ୍ର ପଣ୍ଡା
ବିଜେଡିରେ ଯୋଗଦେଲେ ପୂର୍ବତନ ବିଜେପି ରାଜ୍ୟ ସମ୍ପାଦକ ସୁରେନ୍ଦ୍ର ପଣ୍ଡା

By ETV Bharat Odisha Team

Published : Feb 23, 2024, 10:42 PM IST

Updated : Feb 24, 2024, 9:41 AM IST

ବିଜେଡିରେ ଯୋଗଦେଲେ ପୂର୍ବତନ ବିଜେପି ରାଜ୍ୟ ସମ୍ପାଦକ ସୁରେନ୍ଦ୍ର ପଣ୍ଡା

ଭୁବନେଶ୍ବର: ବିଜେଡିରେ ସାମିଲ ହୋଇଛନ୍ତି ବିଜେପି ରାଜ୍ୟ ସମ୍ପାଦକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେନ୍ଦ୍ର ପଣ୍ଡା । ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରସୁଲପୁର ବ୍ଲକର ସୁରେନ୍ଦ୍ର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଆଜି ଶଙ୍ଖଭବନରେ ବିଜେଡ଼ି ମିଶିଛନ୍ତି । ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ ହୋଇଥିବା ସୁରେନ୍ଦ୍ର, ସମସ୍ତ ବିଜେପି ଓ କଂଗ୍ରେସ କର୍ମୀଙ୍କୁ ଉଭୟ ନେତା ଦଳକୁ ସ୍ବାଗତ କରିଛନ୍ତି ।

ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ, ସୁରେନ୍ଦ୍ର ପଣ୍ଡାଙ୍କର ଆଜି ହେଉଛି ଘରବାହୁଡ଼ା । ସେ ସ୍ବର୍ଗତ ଅଶୋକ ଦାସ ଏବଂ କଳ୍ପତରୁ ଦାସଙ୍କ ଘନିଷ୍ଠ ସହଯୋଗୀ ଓ ତାଙ୍କ ପରିବାରର ସଦସ୍ୟ ଥିଲେ । ବିଗତ ଦିନରେ ସେ ଦଳ ପାଇଁ ବହୁତ ପରିଶ୍ରମ କରିବା ସହ ଯାଜପୁର ଜିଲ୍ଲାର ସେ ଜଣେ ସଚ୍ଚୋଟ ଓ ସ୍ବାଭିମାନ କର୍ମୀ ଥିଲେ । ମୁଁ ଆଜି ସୁରେନ୍ଦ୍ର ପଣ୍ଡା ଓ ତାଙ୍କ ସହ ବିଜେଡ଼ିରେ ଯୋଗ ଦେଇଥିବା ସମସ୍ତ ବିଜେପି କର୍ମୀଙ୍କୁ ସ୍ୱାଗତ ଜଣାଉଛି । ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ଯାଜପୁର ବିଶେଷକରି ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ।

ଅଧିକ ପଢନ୍ତୁ- ବିଜେଡିରେ ଯୋଗଦେଲେ ସୁକାନ୍ତ କୁମାର ପାଣିଗ୍ରାହୀ

ବିଜେଡ଼ିରେ ସାମିଲ ହୋଇଥିବା ବିଜେପି ନେତା ସୁରେନ୍ଦ୍ର ପଣ୍ଡା କହିଛନ୍ତି ଯେ, ଆଜି ହେଉଛି ମୋର ଘରବାହୁଡ଼ା । ମୁଁ ପୂର୍ବରୁ ଦଳ ସହ ଥିଲି । ଆଜି ବିଜେଡ଼ିରେ ଯୋଗ ଦେଇ ମୋତେ ନିଜ ଘରକୁ ଫେରିଲା ପରି ଲାଗୁଛି । ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ଦଳରେ ଗ୍ରହଣ କରିଥିବାରୁ ସେ ବିଜେଡି ସଭାପତି ନବୀନ ପଟ୍ଟନାୟକ, ସାଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଅନ୍ୟ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଏହି ମିଶ୍ରଣ ପର୍ବରେ ଯୁବନେତା ତଥା ୟୁଏନଏସ ମହାବିଦ୍ୟାଳୟର ପୂର୍ବତନ ସଭାପତି ବାପିନା ବିଶ୍ବାଳ, ଯୁବନେତା ଗଙ୍ଗାଧର ସାହୁ, ସୁରେନ୍ଦ୍ର କୁମାର ପଣ୍ଡା, ପ୍ରକାଶ ସେଠୀ, ବିଜୟ ରାଉତ, ଦୀପକ ତିଆଡ଼ି, ଯାଜପୁର ଜିଲ୍ଲା ଅଖିଳ ଭାରତ ଯାଦବ ୟୁନିୟନର ସମ୍ପାଦକ ଇଂ ମନୋଜ ଦାସ, ଭାଗବତ ୟୁନିୟନ ସଭାପତି ପ୍ରଶାନ୍ତ ସାମଲ, ପୂର୍ବତନ ସଭାପତି ବିନୋଦ ବିହାରୀ ସାମଲ, ବରିଷ୍ଠ କଂଗ୍ରେସ ନେତା ବଟକୃଷ୍ଣ ବାରିକ, ସାମାଜିକ କର୍ମୀ ପ୍ରକାଶ ଜେନା, ନିରୁପମା ନାୟକ, ଯାଦବ ୟୁନିୟନର ସମ୍ପାଦକ ପ୍ରଶାନ୍ତ ସାମଲଙ୍କ ନେତୃତ୍ୱରେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହୋଇଛନ୍ତି । ଦଳର ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 24, 2024, 9:41 AM IST

ABOUT THE AUTHOR

...view details