ହାଇଦ୍ରାବାଦ: ସ୍ତ୍ରୀକୁ ହତ୍ୟା, ତାପରେ ପ୍ରେସର କୁକରରେ ସିଝାଇ ପୋଖରୀରେ ଫିଙ୍ଗିଲା ସ୍ବାମୀ । ବର୍ବରତାର ସବୁ ସୀମା ଟପିଗଲା ସ୍ବାମୀ । କ୍ଷଣିକ କ୍ରୋଧ କେତେ ଯେ ଭୟଙ୍କର ହୋଇପାରେ ଏହି ଘଟଣାରୁ ବାରି ହୋଇ ପଡୁଛି । ହାଇଦ୍ରାବାଦରେ ଘଟିଛି ଏମିତି ଲୋମଟାଙ୍କୁରା ହତ୍ୟାକାଣ୍ଡ । ମିରପେଟ ନ୍ୟୁ ଭେଙ୍କଟରମଣ କଲୋନୀରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ଅଭିଯୁକ୍ତ ଜଣକ ହେଉଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ ଗୁରୁମୂର୍ତ୍ତି । ସେ ନିଜ ପତ୍ନୀଙ୍କୁ ହତ୍ୟା କରିବା ପରେ ଶରୀରକୁ ଛୋଟ ଛୋଟ ଖଣ୍ଡ କରି ପ୍ରଥମେ ପ୍ରେସର କୁକୁରରେ ସିଝାଇ ଦେଇଥିଲା । ଏହାପରେ ବଳକା ଅଂଶକୁ ପାଖରେ ଥିବା ଏକ ପୋଖରୀକୁ ଫିଙ୍ଗି ଦେଇଥିଲା ।
ଏହା ପରେ ଜାନୁଆରୀ 16ରେ ନିଜ ମା’ଙ୍କ ସହ ମିରପେଟ୍ ଥାନାରେ ପହଞ୍ଚି ପତ୍ନୀ ଭେଙ୍କଟା ମାଧବୀ ନିଖୋଜ ହୋଇ ଯାଇଥିବା ମାମଲା ରୁଜୁ କରିଥିଲା ଗୁରୁମୂର୍ତ୍ତି । ପୋଲିସ ତଦନ୍ତ ଚଲାଇ ଥିବାବେଲେ ଏହି ଘଟମାର ପର୍ଦ୍ଦାଫାଶ ହୋଇଥିଲା । ଖୋଦ ସ୍ବାମୀ ଗୁରୁମୂର୍ତ୍ତି ପୋଲିସ ନିକଟରେ ନିଜ ଦୋଷ ସ୍ବୀକାର କରିଥିଲା ।
- ଅସଫଳ ବିବାହ ନେଲା ମାଧବୀଙ୍କ ଜୀବନ
ତଦନ୍ତରୁ ଜଣାପଡିଥିଲା ଯେ ଗୁରୁମୂର୍ତ୍ତି ଓ ମାଧବୀ ଦାର୍ଘ 13 ବର୍ଷ ପୂର୍ବେ ବିବାହ କରିଥିଲେ । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । କିନ୍ତୁ ଗତ କିଛି ମାସ ଧରି ସେମାନଙ୍କ ବୈବାହିକ ଜୀବନରେ ଝଡ ସୃଷ୍ଚି ହୋଇଥିଲା । ଘରେ ସବୁବେଳେ କଳହ ଲାଗି ରହୁଥିଲା । ଘରର ଅଶାନ୍ତି ପଡୋଶୀଙ୍କ କାନରେ ବି ପଡୁଥିଲା । ସମ୍ପର୍କୀୟଙ୍କ ଠୁ ଆରମ୍ଭ କରି ପଡୋଶୀଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ମନମାଳିନ୍ୟ ବିଷୟରେ ଅବଗତ ଥିଲେ । ଯେତେବେଲେ ପୋଲିସ ଗୁରୁମୂର୍ତ୍ତିଙ୍କୁ ପଚରା ଉଚୁରା କରିଥିଲା ତାଙ୍କ ପତ୍ନୀ ନିଜେ କୁଆଡେ ଚାଲି ଯାଇଥିବା ସେ ପୋଲିସକୁ ଜଣାଇଥିଲା । କିନ୍ତୁ ବାରମ୍ବାର ନିଜ ବୟାନ ବଦଳାଉ ଥିଲା ଗୁରୁମୂର୍ତ୍ତି । ସେପଟେ ପରିବାରର ତିକ୍ତତା କଥା ପୋଲିସକୁ ତଦନ୍ତରେ ସହାୟକ ହୋଇଥିଲା । ସେହି ଦିଗରେ ପୋଲିସ ତଦନ୍ତ କରିବା ଆରମ୍ଭ କରି ଦେଇଥିଲା ।
- ସତ ମାନିଗଲା ସ୍ବାମୀ
ପୋଲିସ ତଦନ୍ତ ବେଳେ ସବୁ ସତ ମାନିଯାଇଥିଲା ରାକ୍ଷସ ସ୍ବାମୀ । ସେ ହିଁ ପତ୍ନୀ ମାଧବୀଙ୍କୁ ହତ୍ୟା କରିଥିବା ପୋଲିସ ନିକଟରେ ମାନି ଯାଇଥିଲା । ଗତ ଜାନୁଆରୀ 15ରେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ଜୋରଦାର ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ଉତକ୍ଷିପ୍ତ ହୋଇ ପତ୍ନୀଙ୍କୁ ହତ୍ୟା କରିଥିଲା ଗୁରୁମୂର୍ତ୍ତି। ହେଲେ ଏହାପରେ ସେ ଯେଉଁ ଅମାନୁଷିକ କାଣ୍ଡ ଘଟାଇଥିଲା ତାହା ନିଶ୍ଚିତରୂପେ ବିରଳ ଅପରାଧ କହିଲେ ଭୁଲ ହେବ ନାହିଁ । ଏହା ପରେ ସେ ସ୍ତ୍ରୀର ଶରୀରକୁ ଏକ ଧାରୁଆ ଅସ୍ତ୍ରରେ ପିସ୍ ପିସ୍ କରି କାଟି ଦେଇଥିଲା । ତଥାପି ଗୁରୁମୂର୍ତ୍ତିର ରାଗ ଥମି ନଥିଲା । ପତ୍ନୀର ସ୍ମୃତିକୁ ସବୁଦିନ ପାଇଁ ହଟେଇ ଦେବାକୁ ସେ ଏକ ପ୍ରେସର କୁକୁର୍ରେ ସିଝାଇ ଦେଇଥିଲା । ଏହା ପରେ ସେ ଜିଲେଲାଗୁଡା ପୋଖରୀରେ ସମସ୍ତ ଅଂଶବିଶେଷ ଫିଙ୍ଗି ଦେଇଥିଲା । ପାଣିରେ ସମସ୍ତ ପ୍ରମାଣ ନଷ୍ଟ ହୋଇଯିବ ଭାବି ସେ ପୋଖରୀକୁ ବାଛିଥିଲା ।
- ପୋଖରୀରେ ପୋଲିସର ସର୍ଚ୍ଚ ଅପରେସନ