ଭୁବନେଶ୍ୱର:ରାଜଧାନୀରେ ହାଇପ୍ରୋଫାଇଲ ଠକ ଗିରଫ । ରିଚାର୍ଜ ସ୍କିମ୍ ରିଟର୍ଣ୍ଣ ଲୋଭ ଦେଖାଇ କୋଟି କୋଟି ଟଙ୍କା ହୋଇଥିଲା ଠକେଇ । WAY TO ADD ପ୍ରାଇଭେଟ ଲିମିଟେଡର ମାଲିକ ମୋହନ ପରିଡ଼ାଙ୍କୁ ୫୦କୋଟି ଟଙ୍କା ଠକେଇ ଅଭିଯୋଗରେ ମଙ୍ଗଳବାର ଦିନ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW । ଏନେଇ ସୂଚନା ଦେଇଛନ୍ତି EOW ଏସପି ଦିଲ୍ଲୀପ କୁମାର ତ୍ରିପାଠୀ ।
ସୂଚନା ଅନୁଯାୟୀ, ରିଚାର୍ଜ ସ୍କିମରେ ଅଧିକ ରିଟର୍ଣ୍ଣର ଲୋଭ ଦେଖାଇ ଠକେଇ କରୁଥିଲେ WAY TO ADD pvt ltd ସଂସ୍ଥାର ସିଏମଡି ମୋହନ ପରିଡ଼ା ଓ ତାଙ୍କ ପତ୍ନୀ । ବିଭିନ୍ନ ସ୍କିମରେ ଲୋକଙ୍କୁ ୨୬ ପ୍ରତିଶତ ଲାଭାଂଶ ଆଳରେ ନିବେଶ ପାଇଁ ପ୍ରବର୍ତ୍ତାଉଥିଲେ । ଏପରିକି ଲୋକଙ୍କ ଭରସା ଓ ବିଶ୍ବାସ ପାଇଁ କମ୍ପାନିର ରେଜିଷ୍ଟ୍ରେସନ ସାର୍ଟିଫିକେଟ ମଧ୍ୟ ଦେଖାଉଥିଲେ । ଏହି ସଂସ୍ଥା ବିଶେଷକରି ଅନଲାଇନ ରିଚାର୍ଜ, ଡିଟିଏଚ, ଏୟାର ଟିକଟ, ବସ ଟିକଟ ଇତ୍ୟାଦି ଡିଲ୍ କରୁଥିଲା । ୧୦୦ ଟଙ୍କା ରିଚାର୍ଜ କଲେ ୧୧୦୦ ଟଙ୍କାର ଲାଭ ଦେଇ ଲୋକଙ୍କୁ ଆକର୍ଷିତ କରିଥିଲେ ।ସ୍କିମ ମାଧ୍ୟମମରେ ପ୍ରଥମେ ନିବେଶକାରୀଙ୍କୁ ସଂସ୍ଥା ଅଳ୍ପ କିଛି ଲାଭ ଦେଉଥିଲା । କୌଣସି ବ୍ୟକ୍ତି ଯଦି ୩ ଜଣ ଜମାକାରୀ ସଂସ୍ଥାକୁ ଆଣନ୍ତି ତେବେ ତାଙ୍କୁ ଅଧିକ ୨ ପ୍ରତିଶତ ଟଙ୍କା ମିଳିବ ବୋଲି ପ୍ରତିଶୃତି ମିଳୁଥିଲା ।ଏହି ଲୋଭନୀୟ ଅଫର ଦେଖି ଶହ ଶହ ଜମାକାରୀ ଲକ୍ଷ ଲକ୍ଷ ଟଙ୍କା ନିବେଶ କରିଥିଲେ ।
ଏହାମଧ୍ୟ ପଢନ୍ତୁ.. ଚେକ୍ ନକଲ କରି ଟଙ୍କା ଠକେଇ ରାକେଟ୍, ନକ୍ସଲ ଅଞ୍ଚଳରୁ ଠକକୁ ଗିରଫ କଲା EOW - Cheque Cloning