ଆସୁଛି ଗ୍ରୀଷ୍ମଦିନ ବଢୁଛି ଖରା, ଜଙ୍ଗଲ ନିଆଁ ନିୟନ୍ତ୍ରଣକୁ ନେଇ ପରିବେଶବିତଙ୍କ ଚିନ୍ତା ପ୍ରକଟ ଭୁବନେଶ୍ବର: ଆଗକୁ ଆସୁଛି ଗ୍ରୀଷ୍ମ ଋତୁ । ଖରା ବଢିବା ସହିତ ଜଙ୍ଗଲରେ ନିଆଁ ଲାଗିବାର ସମ୍ଭାବନା ବୃଦ୍ଧି ହୋଇଥାଏ । ଫଳରେ ଅନେକ ମୂଲ୍ୟବାନ ଗଛ ସହିତ ବନ୍ୟ ପ୍ରାଣୀ ମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ । ତେବେ ମାଘ ମାସରୁ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଲାନି । ତେବେ ରାଜ୍ୟରେ ଥିବା ଅନେକ ଜଙ୍ଗଲରେ ନିଆଁ ଲାଗିବା ଆଶଙ୍କା ରହିଛି । ତେଣୁ ଜଙ୍ଗଲ ସଂଲଗ୍ନରେ ରହୁଥିବା ଗାଁର ଲୋକମାନଙ୍କୁ ସଚେତନ କରିବା ଆବଶ୍ୟକ । ବିଭିନ୍ନ ବନଖଣ୍ଡରେ ସବଡିଭିଜନ ସ୍ତରରେ ବନାଗ୍ନିକୁ ରୋକିବା ନିମନ୍ତେ ତାଲିମ ଓ ସଚେତନତା ଶିବିର ଆୟୋଜନ ଆରମ୍ଭ ହେଲାଣି । ହେଲେ ବନାଗ୍ନି ରୋକିବା ପାଇଁ ପୂର୍ବ ପ୍ରସ୍ତୁତ କରିବା ସହ ଚିନ୍ତା ପ୍ରକଟ କହିଛନ୍ତି ପରିବେଶ ବିଶେଷଜ୍ଞ । ଖରାଦିନେ ଜଙ୍ଗଲରେ ନିଆଁ ଲାଗିଲେ ଦରକାରୀ ବୃକ୍ଷରାଜି ସହିତ ବନ୍ୟପ୍ରାଣୀ ପୋଡିଯିବା ସହ ଆଖପାଖ ପରିବେଶ ମଧ୍ୟ ପ୍ରଦୂଷିତ ହୋଇଯାଇଥାଏ ।
ଏହା ମଧ୍ୟ ପଢନ୍ତୁ ...ତାତିରୁ ମିଳିଲା ତ୍ରାହି, ଆଜିଠୁ ୪ଦିନ ଯାଏଁ ରାଜ୍ୟରେ ବର୍ଷା !
ଜଙ୍ଗଲରେ ନିଆଁ ଲାଗିବା ହେଉଛି ମନୁଷ୍ୟଜନିତ କାରଣରୁ ହୋଇଥାଏ ଯେମିତିକି ଜଙ୍ଗଲ ମଧ୍ୟରେ ଅଧା ଜଳା ସିଗାରେଟ/ବିଡି ଫୋପାଡିବା, ଭଲ ଉତ୍ପାଦନ ପାଇଁ ଗଛଲତା ରେ ନିଆଁ ଲଗାଇବା, ଡାଳକୁ ଡାଳ ଘଷି ହେବା ଆଦି କାରଣ ପାଇଁ ଜଙ୍ଗଲରେ ନିଆଁ ଲାଗିଥାଏ । ଏହାକୁ ଦୃଷ୍ଟିରେ ରଖି ଏହି ବନାଞ୍ଚଳରେ ଥିବା ପ୍ରାୟ ଗାଁ ଗୁଡ଼ିକରେ ଲୋକମାନେ ପ୍ରତିବର୍ଷ ଖରାଦିନ ପୂର୍ବରୁ ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ନିଜକୁ ପ୍ରସ୍ତୁତ କରନ୍ତି । ଏନେଇ ରାଜ୍ୟ ସରକାର ଜଙ୍ଗଲ ନିଆଁ ଲିଭାକୁ ନେଇ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି । ଏନେଇ ପରିବେଶ ବିଶେଷଜ୍ଞ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି ଯେ, ରାଜ୍ୟରେ ଦେଖାଯାଉଥିବା ଜଙ୍ଗଲ ନିଆଁ ବିଶେଷ ଭାବରେ ଗ୍ରାଉଣ୍ଡ ଫାୟର । ଅର୍ଥାତ୍ ଜଙ୍ଗଲର ତଳେ ତଳେ ପଡିଥିବା ଶୁଖିଲା ପତ୍ର ଓ ଶୁଖିଲା କାଠରେ କୁହୁଳି କୁହୁଳି ଲାଗିଥାଏ ନିଆଁ । ସେଥିପାଇଁ ଅଧିକରୁ ଅଧିକ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳ ଗୁଡିକରେ ଲୋକଙ୍କୁ ସଚେତନ କରିବା ଆବଶ୍ୟକ ।
ଏହାଛଡ଼ା ଯେଉଁମାନେ ନିଆଁ ଲଗାଉଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ । ସେ କହିଛନ୍ତି ଯେ ଖରା ବଢିବା ସହିତ ଏକ ଚାଲେଞ୍ଜ ସୃଷ୍ଟି କରୁଛି । ଆଗକୁ ବିଭିନ୍ନ ଜଙ୍ଗଲରେ ନିଆଁ ବ୍ୟାପିବ। ୨୦୨୧ ମସିହାରେ ଜଙ୍ଗଲରେ ନିଆଁ ଲାଗିବାର ଓଡ଼ିଶା ଦେଶରେ ଏକ ନମ୍ବର ରାଜ୍ୟ ଭାବରେ ମାନ୍ୟତା ହାସଲ କରିଥିଲା ବୋଲି କହିଛନ୍ତି । ଯାହାଫଳରେ ରାଜ୍ୟ ସରକାର ଏକ ଟାକ୍ସ ଫୋର୍ସ ଗଠନ କରାଯାଇଥିଲା । ସ୍ଥାନୀୟ ଲୋକଙ୍କର ସହାୟତା ନେଲେ ଜଙ୍ଗଲରେ ନିଆଁକୁ ବହୁ ମାତ୍ରାରେ କମ କରିପାରିବା ବୋଲି କହିଛନ୍ତି । ତେବେ ଜଙ୍ଗଲ ନିଆଁ ବିଶେଷ ଭାବରେ ମନୁଷ୍ୟକୃତ । ତେବେ ସ୍ଥାନୀୟ ଲୋକଙ୍କ ସହଯୋଗ ଫଳରେ ଏହା ବିଶେଷ ଭାବରେ ଫଳପ୍ରଦ ହୋଇପାରିବ । ତେବେ ଜଙ୍ଗଲ ବିଭାଗରେ ଅନେକ ପଦବୀ ଖାଲି ପଡ଼ିଛି । ଜଙ୍ଗଲରେ ଯେଭଳି ଭାବରେ ବନ କର୍ମଚାରୀ ଏବଂ ଅଗ୍ନିଶମ ବିଭାଗର ଗାଡ଼ି ଜାଣିପାରିଥିବ ସେନେଇ ରାସ୍ତା ରହିଥିବା ଆବଶ୍ୟକ ଏବଂ ବନ ବିଭାଗ ପକ୍ଷରୁ ଉପକରଣ ପର୍ଯ୍ୟାପ୍ତ ପରିମାଣରେ ରହିବା ଦରକାର ବୋଲି କହିଛନ୍ତି ପରିବେଶବିତ ଜୟକୃଷ୍ଣ ପାଣିଗ୍ରାହୀ ।
ଇଟିଭି ଭାରତ, ଭୁବନେଶ୍ବର