କୋରାପୁଟ:ଗଣତନ୍ତ୍ର ଦିବସ ରାତ୍ରିଭୋଜନରେ ଯୋଗଦେବା ପାଇଁ କୋରାପୁଟର ଡକ୍ଟର ବିଜୟାନନ୍ଦ ପାଣିଗ୍ରାହୀଙ୍କୁ ଆସିଛି ନିମନ୍ତ୍ରଣ । ରାତ୍ରିଭୋଜନରେ ଯୋଗଦେବା ପାଇଁ ଡକ୍ଟର ବିଜୟାନନ୍ଦଙ୍କୁ ନିମନ୍ତ୍ରଣ କରିଛନ୍ତି ରାଷ୍ଟ୍ରପତି । ସେ ହେଉଛନ୍ତି ଭୁବନେଶ୍ୱର ସ୍ଥିତ ଷ୍ଟାର୍ଟଅପ୍ ବାୟୋ-ପାୟୋନିଅର୍ ପ୍ରାଇଭେଟ୍ ଲିମିଟେଡର ପ୍ରତିଷ୍ଠାତା ।
କେମିତି ଥିଲା ଡକ୍ଟର ବିଜୟାନନ୍ଦଙ୍କ ଯାତ୍ରା:
ଡକ୍ଟର ପାଣିଗ୍ରାହୀଙ୍କ ପ୍ରେରଣାଦାୟକ ଯାତ୍ରା କୋରାପୁଟରୁ ଆରମ୍ଭ ହୋଇଥିଲା । ଯେଉଁଠାରେ ସେ ଏକ୍ସ-ବୋର୍ଡ ୟୁପି ସ୍କୁଲ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଏବଂ ସରକାରୀ କଲେଜରେ ଅଧ୍ୟୟନ କରିଥିଲେ । ପରେ ସେ ଉଚ୍ଚଶିକ୍ଷା ଏବଂ ଗବେଷଣା ପାଇଁ ଭୁବନେଶ୍ୱରକୁ ଚାଲିଯାଇଥିଲେ । ତେବେ ଭାରତର ଔଷଧ କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ।
କେଉଁଥିରେ ମିଲିଥିଲା ସଫଳତା:
2020 ମସିହାରେ, କୋଭିଡ ମହାମାରୀ ସମୟରେ ଡକ୍ଟର ବିଜୟାନନ୍ଦ ପାଣିଗ୍ରାହୀ ଏବଂ ତାଙ୍କ ଦଳ ପ୍ରୋଟେଜ୍ ଇନହିବିଟର ବିକଶିତ କରିଥିଲେ । ଯାହା ଔଷଧ ଉତ୍ପାଦନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲ ଥିଲା। ତାଙ୍କର ଏହି ସଫଳତାକୁ କେନ୍ଦ୍ର ସରକାରଙ୍କ ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଦ୍ୱାରା ସମର୍ଥନ କରାଯାଇଥିଲା । ଯାହାକି 2016 ରେ ଯାତ୍ରା ଆରମ୍ଭ କରିଥିବା ଏହି ରାସାୟନିକ ପଦାର୍ଥର ବୃହତ ପରିମାଣର ଉତ୍ପାଦନକୁ ସକ୍ଷମ କରିଥିଲା । ତାଙ୍କ ଅବଦାନକୁ ସ୍ୱୀକୃତି ଦେଇ ଦେଶର ରାଷ୍ଟ୍ରପତି ଡକ୍ଟର ବିଜୟାନନ୍ଦ ପାଣିଗ୍ରାହୀଙ୍କୁ ଗଣତନ୍ତ୍ର ଦିବସ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କରିଛନ୍ତି । ଯାହାକି ତାଙ୍କ ପାଇଁ ଏକ ବଡ଼ ସମ୍ମାନର କଥା ବୋଲି କହିଛନ୍ତି ଡକ୍ଟର ବିଜୟାନନ୍ଦ ପାଣିଗ୍ରାହୀ ।