ଓଡିଶା

odisha

By ETV Bharat Odisha Team

Published : Feb 13, 2024, 12:01 PM IST

Updated : Feb 13, 2024, 12:06 PM IST

ETV Bharat / state

ଭରତପୁର ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ, ପାଟିରେ ଫୁଟିଥିଲା ବୋମା

Elephant death in Odisha: ଆଖି ବୁଜିଲା ଅସୁସ୍ଥ ଦନ୍ତା ହାତୀ । ଖୋର୍ଦ୍ଧା ଜଙ୍ଗଲରେ ବିସ୍ଫୋରଣର ଶିକାର ହୋଇଥିବା ଦନ୍ତା ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । କେହି ଶିକାରୀ ଖାଦ୍ୟରେ ବୋମା ରଖିଥିବା ବେଳେ ଏହି ହାତୀ ପାଟିରେ ଏହା ବିସ୍ଫୋରଣ ଘଟିଥିବା ଅନୁମାନ କରାଯାଉଛି । ଅଧିକ ପଢନ୍ତୁ

Elephant Death
ଆଖିବୁଜିଲା ଅସୁସ୍ଥ ଦନ୍ତା

ଭୁବନେଶ୍ୱର: ଭରତପୁର ଜଙ୍ଗଲରେ ବୋମା ବିସ୍ଫୋରଣର ଶିକାର ହୋଇଥିବା ଦନ୍ତା ହାତୀର ମୃତ୍ୟୁ ହୋଇଛି । ହାତୀଟିର ପାଟିରେ ବୋମା ଫୁଟିଥିବା ସନ୍ଦେହ କରାଯାଉଥିଲା । ବିସ୍ଫୋରଣର ଶିକାର ହୋଇଥିବା ଏହି ହାତୀକୁ ଆହତ ଅବସ୍ଥାରେ ଉଦ୍ଧାର କରିବା ପରେ OUAT ଓ ନନ୍ଦନକାନନ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା ଜାରି ରହିଥିଲା । ତେବେ ସୋମବାର ମଧ୍ୟରାତ୍ରରେ ଏହି ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି ।

ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ 10ରୁ 15 ଦିନ ତଳେ ହାତୀଟି ଖୋର୍ଦ୍ଧା ଜଙ୍ଗଲରୁ ଭରତପୁର ଜଙ୍ଗଲକୁ ଚାଲି ଆସିଥିଲା । ସେଠାରେ ଅନ୍ୟ ହାତୀମାନଙ୍କ ସହ ଚଳପ୍ରଚଳ କରୁଥିଲା । ତେବେ 3ରୁ 4 ଦିନ ତଳେ ହାତୀଟି ଚଲାବୁଲା କରିପାରୁନଥିବା ବେଳେ ଜଙ୍ଗଲ ରାସ୍ତାରେ ପଡିରହିଥିବା ନେଇ ଗତକାଲି (ସୋମବାର) ପାଟ୍ରୋଲିଂ ସମୟରେ ବନ କର୍ମଚାରୀ ଦେଖିବାକୁ ପାଇଥିଲେ । ହାତୀଟିର ମୁହଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ପାଇଥିଲେ । ହାତୀର ଜିଭ ଛିଡିଯିବା ସହ ମାଢି ହାଡ ଫାଟି ନଷ୍ଟ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ହାତୀଟିକୁ ଉଦ୍ଧାର କରାଯାଇ ତା'ର ଚିକିତ୍ସା ଆରମ୍ଭ କରାଯାଇଥିଲା । ଓୟୁଏଟି ଓ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରାଣୀ ଚିକିତ୍ସକମାନେ ମିଶି ହାତୀର ଚିକିତ୍ସା କରୁଥିଲେ । ହେଲେ ହାତୀର ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଗତକାଲି ମଧ୍ୟରାତିରେ ତା'ର ମୃତ୍ୟୁ ହୋଇଛି ।

ଏହାମଧ୍ୟ ପଢନ୍ତୁ..ପୋଚ ଖାଇବାକୁ ସହର ମୁହାଁ ହାତୀ, ଆତଙ୍କିତ ଲୋକେ

ଅନ୍ୟପଟେ ଖୋର୍ଦ୍ଧା ଜଙ୍ଗଲରେ କେହି ଶିକାର କରିବା ଉଦ୍ଦେଶ୍ୟରେ ଖାଦ୍ୟରେ ବୋମା ରଖିଥିବା ବେଳେ ହାତୀଟି ମୁହଁରେ ବୋମା ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି । ହାତୀଟିର ଜିଭ ଛିଡିଯାଇଥିବା ବେଳେ ମାଢି ହାଡ ଭାଙ୍ଗିଯାଇଛି । ଶରୀରର କିଛି ଅଂଶ କ୍ଷତବିକ୍ଷତ ହୋଇଥିବା ଦେଖିବାକୁ ମିଳିଛି । ବିସ୍ଫୋରଣ ପରେ ହାତୀଟି ଭୟରେ ଖୋର୍ଦ୍ଧା ଜଙ୍ଗଲରୁ ଭରତପୁର ଜଙ୍ଗଲକୁ ପଳାଇ ଆସିଥିବା ଅନୁମାନ କରାଯାଉଛି । ତେବେ ଏନେଇ ବନ ବିଭାଗକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ସୂଚନା ମିଳି ପାରିନାହିଁ ।


ରାଜ୍ୟରେ ହାତୀ ଶିକାର ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଜୀବଜନ୍ତୁଙ୍କ ଶିକାର ପାଇଁ ଶିକାରୀ ଜାଲ, କାତି ଓ ବୋମା ବିଛାଉଥିବା ବେଳେ ନିରୀହ ଜନ୍ତୁମାନେ ଖାଦ୍ୟ ଅନ୍ୱେଷଣରେ ଆସି ଶିକାରୀ ଜାଲରେ ପଡୁଛନ୍ତି । କେତେବେଳେ ଗୁଳି କରି ହାତୀମାନଙ୍କୁ ହତ୍ୟା କରାଯାଉଛି ତ କେତେବେଳେ ଖାଦ୍ୟରେ ବୋମା ଖଞ୍ଜି ଶିକାର କରାଯାଉଛି । ବନ ବିଭାଗ ପକ୍ଷରୁ ଏହାକୁ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ରାଜ୍ୟରେ ବନ୍ୟପ୍ରାଣୀ ଶିକାର ଘଟଣା ବଢିବାରେ ଲାଗିଛି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Feb 13, 2024, 12:06 PM IST

ABOUT THE AUTHOR

...view details