ଜଗତସିଂହପୁର:ଦୁଇ ଜଣ7 ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ମାମଲା । 4 ବର୍ଷ ପରେ ପୀଡିତାଙ୍କୁ ମିଳିଲା ନ୍ୟାୟ । ଦୁଷ୍କର୍ମକାରୀ 69 ବର୍ଷୀୟ ବୃଦ୍ଧ ବ୍ୟକ୍ତିଙ୍କୁ ଶନିବାର ଜଗତସିଂହପୁର ଜିଲ୍ଲା ସ୍ୱତନ୍ତ୍ର ପୋକ୍ସ କୋର୍ଟ 20 ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇବା ସହିତ 45 ହଜାର ଟଙ୍କା ଜରିମାନା ରାୟ ଶୁଣାଇଛନ୍ତି । ଜରିମାନା ଅନାଦେୟ ଅଧିକ 9 ମାସ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ସ୍ୱତନ୍ତ୍ର ପୋକ୍ସ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ, ଜଗତସିଂହପୁର ଅଭୟଚନ୍ଦପୁର ଥାନା ଡାଳିମ୍ଭପୁର ପଞ୍ଚାୟତ ଅଞ୍ଚଳର କାଙ୍ଗାଳୀ ବେହେରା ନାମକ ଜଣେ 65 ବର୍ଷୀୟ ବୃଦ୍ଧ ଗତ 2020 ମସିହା ସେପ୍ଟେମ୍ବର ମାସ 9 ତାରିଖ ଦିନ ଏକ ଠାକୁରାଣୀ ମନ୍ଦିରରେ ବସିଥିଲେ । ମନ୍ଦିର ପାଖରେ 7 ବର୍ଷୀୟା 2 ଜଣ ନାବାଳିକା ଖେଳୁଥିବାର ଦେଖି ବୃଦ୍ଧ ଜଣଙ୍କ ନିକଟରେ ଥିବା ଏକ ରେଡ଼କ୍ରସ ଭବନକୁ 2 ନାବାଳିକାଙ୍କୁ ଉଠାଇ ନେଇଥିଲା । ସେଠାରେ 2 ଜଣ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ପରେ ନାବାଳିକା 2 ଜଣ ଚିତ୍କାର କରି କାନ୍ଦିଥିଲେ । ସେଠାରେ ଲୋକେ ରୁଣ୍ଡ ହୋଇଯିବା ଭୟରେ ଅଭିଯୁକ୍ତ ବୃଦ୍ଧ ଜଣକ ସେଠାରୁ ଚମ୍ପଟ ମାରିଥିଲେ । ପରେ ନାବାଳିକା 2 ଜଣ ଯାଇ ତାଙ୍କ ପରିବାର ଲୋକଙ୍କ ଆଗରେ ସବୁକଥା କହିଥିଲେ । ଏନେଇ 2 ନାବାଳିକାଙ୍କ ପରିବାର ଲୋକେ ଅଭୟଚନ୍ଦପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।