ଓଡିଶା

odisha

ETV Bharat / state

ଓଡ଼ିଶାରେ ଭୂକମ୍ପ ଝଟ୍‌କା, ଥରିଲା ପୁରୀ, ବାଲେଶ୍ବର ଏବଂ ବ୍ରହ୍ମପୁର - EARTHQUAKE IN ODISHA

ରାଜଧାନୀ ଭୁବନେଶ୍ବର ସମେତ ଉପକୂଳ ଜିଲ୍ଲାଗୁଡ଼ିକର ବିଭିନ୍ନ ସ୍ଥାନରେ ଅନୁଭୂତ ହୋଇଛି ମୃଦୁ ଭୂକମ୍ପ । କେନ୍ଦ୍ରସ୍ଥଳ ବଙ୍ଗୋପସାଗରରେ ତୀବ୍ରତା ରିକ୍ଟର ସ୍କେଲରେ ୫.୧ ରେକର୍ଡ କରାଯାଇଛି ।

EARTHQUAKE IN ODISHA
EARTHQUAKE IN ODISHA (NCS)

By ETV Bharat Odisha Team

Published : Feb 25, 2025, 8:06 AM IST

ଭୁବନେଶ୍ବର: ସକାଳୁ ସକାଳୁ ଥରିଲା ଓଡ଼ିଶାରେ । ରାଜ୍ୟରେ ଭୂମିକମ୍ପ ଝଟ୍‌କା । ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଛି । ବଙ୍ଗୋପସାଗରରେ ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୧ ରେକର୍ଡ କରାଯାଇଛି । ଭୂକମ୍ପ ଫଳରେ ରାଜ୍ୟର ଉପକୂଳବର୍ତ୍ତି ଅଞ୍ଚଳ ଗୁଡ଼ିକରେ କମ୍ପନ ସୃଷ୍ଟି ହୋଇଛି । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି ।

ଓଡ଼ିଶାରେ ଭୂମିକମ୍ପ:

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (National Center for Seismology)ର ସୂଚନା ଅନୁସାରେ ଆଜି (ମଙ୍ଗଳବାର) ସକାଳ ୬ଟା ୧୦ ମିନିଟ୍‌ ୨୫ ସେକେଣ୍ଡ ସମୟରେ ବଙ୍ଗୋପସାଗରରେ ଭୂମିକମ୍ପ ହୋଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ବଙ୍ଗୋପସାଗର । ବଙ୍ଗୋପସାଗରରେ ୯୧ କିଲୋମିଟର ଗଭୀରତାରେ ଏହି ଭୂମିକମ୍ପ ସୃଷ୍ଟି ହୋଇଛି । ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଭୂମିକମ୍ପ ଝଟ୍‌କା ବିଶେଷ ଭାବରେ ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ବର ସହ ପୁରୀ, ବାରିପଦା, ବାଲେଶ୍ବର, ପାରାଦ୍ବୀପ ଓ ବ୍ରହ୍ମପୁରରେ ବି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି । । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୧ ରେକର୍ଡ କରାଯାଇଛି । ପ୍ରାୟ ୨ରୁ୩ ସେକେଣ୍ଡ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି ।

Earthquake Recorded In Bay of Bengal Near Puri (ETV Bharat)

ଏହା ମଧ୍ୟ ପଢ଼ନ୍ତୁ...

ଦିଲ୍ଲୀରେ ବଡ଼ ଧରଣର ଭୂକମ୍ପ, ଆଲର୍ଟ ରହିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନେପାଳ ଶକ୍ତିଶାଳୀ ଭୂକମ୍ପରେ; ତିବ୍ଦତ ସୀମାରେ 53 ମୃତ, ଥରିଲା ଉତ୍ତର ଭାରତ

୨୦ ବର୍ଷ ପରେ ତେଲେଙ୍ଗାନାରେ ଭୂମିକମ୍ପ, ମାଲକାନଗିରିରେ ଅନୁଭୂତ

ପୁରୀରୁ ୨୮୬ କିମି ଓ ଭୁବନେଶ୍ବରରୁ ୨୯୭ କିମି ଦୂରରେ କେନ୍ଦ୍ରସ୍ଥଳ ରହିଥିଲା । ବ୍ରହ୍ମପୁର ଠାରୁ ୩୯୪ କିମି ଦୂରରେ କେନ୍ଦ୍ରସ୍ଥଳ । ସେହିପରି ପଶ୍ଚିମବଙ୍ଗରେ ମଧ୍ୟ ଭୂକମ୍ପ ଝଟ୍‌କା ରହିଥିବା ବେଳେ ହଲଦିଆ ଠାରୁ ୨୮୬ କିମି ଓ କୋଲକାତାରୁ ୩୪୦ କିମି ଦୂରରେ କେନ୍ଦ୍ରସ୍ଥଳ ରହିଛି । ଭାରତ ଓ ବାଂଲାଦେଶରେ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୫.୧ ଥିବା ସୂଚନା ଦେଇଛି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (National Center for Seismology)

ଗୋଟିଏ ଦିନରରେ ୨ ଟି ଭୂକମ୍ପ:

ସେହିପରି ଅନ୍ୟ ଏକ ଭୂକମ୍ପ ଆଜି ରାତି ୧୨ଟା ୨୩ ମିନିଟ ୨ ସେକେଣ୍ଡ ସମୟରେ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାର ତୀବ୍ରତା ୩.୨ ଥିବା ବେଳେ ଏହା ମଣିପୁରର ଉଖ୍ରୁଲ ଠାରେ କେନ୍ଦ୍ରସ୍ଥଳ ରହିଥିବା କୁହାଯାଇଛି । ଏହା ଭୂ ପୃଷ୍ଠଠାରୁ ୧୦ କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା । ପ୍ରଭାବରେ ମଣିପୁରର ବିଭିନ୍ନ ଅଞ୍ଚଳ ସହ ଅରୁଣାଚଳ ପ୍ରଦେଶ, ସିଜୋରାମ ଓ ଆସାମରେ ଭୂକମ୍ପ ଅନୁଭୂତ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details