ଓଡିଶା

odisha

ETV Bharat / state

ପକ୍ଷୀଙ୍କୁ ସୁରକ୍ଷା ଦେବାକୁ ବାହାରିଲେ ମା’ ଦୁର୍ଗା !

ମା’ଙ୍କ ଆଗମନରେ ଉତ୍ସବମୁଖର ସମଗ୍ର ରାଜ୍ୟ, ଭକ୍ତିମୟ ପରିବେଶ । ମୃଣ୍ମୟୀ ମୂର୍ତ୍ତି ଗୁଡିକ ଯେମିତି ମନଲୋଭା ହୋଇଛି, ତୋରଣ ଓ ସାଜସଜ୍ଜା ସେତିକି ସୁନ୍ଦର ଓ ଆକର୍ଷଣୀୟ ହୋଇଛି ।

By ETV Bharat Odisha Team

Published : 4 hours ago

Awareness of birds safety
Awareness of birds safety (ETV Bharat Odisha)

ସମ୍ବଲପୁର: ଏବେ ସାରା ଦେଶରେ ଦୁର୍ଗାପୂଜାର ମାହୋଲ । ଚାରିଆଡେ ଭକ୍ତିମୟ ପରିବେଶ । ତେବେ ଏଥର ସମ୍ବଲପୁର ସହରର ବୁଢାରାଜା ଫାଟକ ଦୁର୍ଗାପୂଜା କମିଟି ପକ୍ଷରୁ ହେଉଥିବା ଦୁର୍ଗାପୂଜାରେ ଏକ ସ୍ୱତନ୍ତ୍ର ବିଶେଷତ୍ୱ ରହିଛି l ଏଠାରେ ପ୍ରତ୍ୟେକ ବର୍ଷ ନିଷ୍ଠାର ସହ ଦୁର୍ଗାପୂଜା ଅନୁଷ୍ଠିତ ହେଉଥିବା ବେଳେ ପ୍ରତ୍ୟେକ ବର୍ଷ ଏଠାରେ ଏଠିକାର ଦୁର୍ଗା ପେଣ୍ଡାଲ ରେ ବିଭିନ୍ନ ପ୍ରକାର ସଚେତନତା କରାଯାଇଥାଏ l

ଏହି କ୍ରମରେ ଏଥର ଏଠାରେ ପକ୍ଷୀ ସୁରକ୍ଷା ଓ ପରିବେଶ ର ସୁରକ୍ଷା ସଚେତନତା ନେଇ ସଚେତନତା କରାଯାଇଛି l ଏଥର ଏଠାରେ ତିଆରି ହୋଇଥିବା ତୋରଣ ରେ ପକ୍ଷୀଙ୍କ ବସା, ପକ୍ଷୀ ଙ୍କୁ ନିଜ ଘରେ ବସା ତିଆରି କରି କିପରି ରଖା ଯାଇ ପାରିବ, ପକ୍ଷୀ ଙ୍କ ପ୍ରାକୃତିକ ବସା ଇତ୍ୟାଦି ଜିନିଷ ର ସେମ୍ପଲ ପ୍ରଦର୍ଶିତ କରାଯାଇଛି l ଏହାକୁ ପଶ୍ଚିମ ବଙ୍ଗର ଦିଘା ରୁ ଆସିଥିବା କାରିଗର ମାନେ ତିଆରି କରିଛନ୍ତି l ଦୀର୍ଘ ଗୋଟିଏ ମାସ ଧରି ଏହି ତୋରଣ କାର୍ଯ୍ୟ ଚାଲିଥିବା ଆୟୋଜକ କମିଟି ର ସଦସ୍ୟ କହିଛନ୍ତି l

Awareness of birds safety (ETV Bharat Odisha)

ହା ବି ପଢନ୍ତୁ- ଦାଣ୍ଡିଆ ନୃତ୍ୟର ଝୁମିଲା ରେଶମ ସହର ବ୍ରହ୍ମପୁର, ସାମିଲ ହେଲେ ଯୁବତୀ-ମହିଳା

ଏହା ବି ପଢନ୍ତୁ- ମା'ଙ୍କ ଆଗମନରେ ଚଳଚଞ୍ଚଳ ରାଜଧାନୀ, ପୂଜା ମଣ୍ଡପ ଲୋକାରଣ୍ୟ



ବର୍ତ୍ତମାନ ଉନ୍ନତିକରଣ ନାଁ ରେ ଗଛ ଜଙ୍ଗଲ କଟା, କଂକ୍ରିଟ କରଣ, ଗ୍ଲୋବାଲ ୱାର୍ମିଙ୍ଗ ଯୋଗୁଁ ପରିବେଶ ସନ୍ତୁଳନ ବିଗିଡି ଯିବାରୁ ବହୁତ ପକ୍ଷୀ ପ୍ରାୟ ଲୁପ୍ତ ହେବାକୁ ବସିଲେଣି ଓ ବହୁତ ପ୍ରକାର ପକ୍ଷୀ ଲୋକ ପାଇ ଗଲେଣି l ଏନେଇ ଯୁବପିଢ଼ିକୁ ସଚେତନ କରିବା ଲକ୍ଷ୍ୟରେ ଏହି ତୋରଣ ତିଆରି କରାଯାଇଛି ବୋଲି ଆୟୋଜକ କମିଟି ର ସଦସ୍ୟ କୁହନ୍ତି l ଏହା ସହ ଯେଉଁ ହିସାବରେ ଗଛ କଟା ଯାଉଛି ସେହି ମାତ୍ରାରେ ବୃକ୍ଷ ରୋପଣ କରାଯାଉ ନାହିଁ ତେଣୁ ଲୋକଙ୍କୁ ପରିବେଶ ଓ ପକ୍ଷୀ ସୁରକ୍ଷା ସଚେତନତା ଉଦ୍ଦେଶ୍ୟ ରେ ଏହା ତିଆରି କରାଯାଇଛି ବୋଲି କହିଛନ୍ତି ଆୟୋଜକ l

save birds theme pandal (ETV Bharat Odisha)

ଏହା ବି ପଢନ୍ତୁ- ଏମିତି ଏକ ପୂଜା ମଣ୍ଡପ, ନିସ୍ତବ୍ଧ ରାତିରେ ଶୁଣାଯାଏ ପାଉଁଜିର ଶବ୍ଦ !

ଏହା ବି ପଢନ୍ତୁ- ଫୁଲ ଫଳରେ ମା’ ଦୁର୍ଗା, ବାଲୁକା କଳାରେ ବିଶ୍ବଶାନ୍ତିର ବାର୍ତ୍ତା ଦେଲେ ସୁଦର୍ଶନ

save birds theme pandal (ETV Bharat Odisha)

ବୁଢାରଜା ଫାଟକ ଦୁର୍ଗାପୂଜା କମିଟି ର ଯୁଗ୍ମ କୋଷାଧକ୍ଷ ଦୀପକ କୁମାର କୁଅଁର କୁହନ୍ତି, "ଆମେ ସବୁ ବର୍ଷ ଥିମ ବେଶ ରେ ଯାଉ l ଗତ ବର୍ଷ ଆମେ ଚନ୍ଦ୍ରଯାନ ଉପରେ ଯାଇଥିଲୁ l ଆଉ ଏହା ଆମର ଥିମ ଥିଲା l ଆଉ ଏ ବର୍ଷ ଆମର ଥିମ ହେଉଛି "Nest to Save Birds"l ବର୍ତ୍ତମାନ ଦେଖନ୍ତୁ ବହୁତ ପକ୍ଷୀ ଲୋପ ପାଇ ବସିଲେଣି l ଜଙ୍ଗଲ ଲୋପ ପାଇ ବସିଲେଣି l ଆଉ ଡେଭେଲପମେଣ୍ଟ ହିସାବ ଯେତିକି ଗଛ କଟା ହେଉଛି ସେତିକି ଗଛ ଲଗା ଯାଉ ନାହିଁ l ସେଥିପାଇଁ ଆମେ ପରିବେଶ ସୁରକ୍ଷା ଆଉ ପକ୍ଷୀ ସୁରକ୍ଷା ଉପରେ ଥିମ ବେସ କରିଛୁ l ଲୋକ ଙ୍କୁ ଜାଗୃତ କରାଇ ବାକୁ ଚାହୁଁଚୁ ସମସ୍ତେ ଗଛ ଲଗାନ୍ତୁ ଆଉ ପକ୍ଷୀ ସୁରକ୍ଷା କରନ୍ତୁ l"

save birds theme pandal (ETV Bharat Odisha)

ମା’ଙ୍କ ଆଗମନରେ ଉତ୍ସବମୁଖର ଓଡ଼ିଶା, ଭକ୍ତିମୟ ପରିବେଶ । ଆଜି ଶକ୍ତିପୀଠ ଗୁଡିକରେ ମହାମାୟାଙ୍କ ମହାନବମୀ ପୂଜା ଚାଲିଥିବା ବେଳେ ପୂଜା ମଣ୍ଡପରେ ଅଷ୍ଟମୀ ପୂଜାବିଧି କରାଯାଉଛି । ମୃଣ୍ମୟୀ ମୂର୍ତ୍ତି ଗୁଡିକ ଯେମିତି ମନଲୋଭା ହୋଇଛି, ତୋରଣ ଓ ସାଜସଜ୍ଜା ସେତିକି ସୁନ୍ଦର ଓ ଆକର୍ଷଣୀୟ ହୋଇଛି । ପରିବାର ସହ ପୂଜା ମଣ୍ଡପଗୁଡିକ ବୁଲୁଛନ୍ତି ଲୋକେ । ପୂଜା ପାଇଁ ଭୁବନେଶ୍ୱର, କଟକ ସମେତ ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ବ୍ୟାପକ ଆୟୋଜନ ହୋଇଛି ।

save birds theme pandal (ETV Bharat Odisha)
save birds theme pandal (ETV Bharat Odisha)

ABOUT THE AUTHOR

...view details