ଓଡିଶା

odisha

ETV Bharat / state

ପୁଣି କଷ୍ଟ ଦେବ ତାତି, ୧୧ରୁ ରାଜ୍ୟରେ ପ୍ରବଳ ଖରା ! - Odisha Weather Update

Odisha Weather Update: ରାଜ୍ୟରେ ଆସନ୍ତାକାଲି ଠାରୁ ବୃଦ୍ଧି ପାଇବ ତାପମାତ୍ରା । ତେବେ ୧୧,୧୨ ଏବଂ ୧୩ ତାରିଖରେ ସବୁଠୁ ଅଧିକ ଖରା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

ପୁଣି କଷ୍ଟ ଦେବ ତାତି , ୧୧ରୁ ରାଜ୍ୟରେ ପ୍ରବଳ ଖରା !
ପୁଣି କଷ୍ଟ ଦେବ ତାତି , ୧୧ରୁ ରାଜ୍ୟରେ ପ୍ରବଳ ଖରା !

By ETV Bharat Odisha Team

Published : Mar 9, 2024, 9:20 PM IST

ପୁଣି କଷ୍ଟ ଦେବ ତାତି , ୧୧ରୁ ରାଜ୍ୟରେ ପ୍ରବଳ ଖରା !

ଭୁବନେଶ୍ବର:ରାଜ୍ୟରେ ବଢ଼ିବ ତାପମାତ୍ରା । ଆସନ୍ତାକାଲି ଠାରୁ ପାଗ ସୁଖିଲା ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବରେ ଲାଗି ରହିଥିବା ମେଘୁଆ ପାଗ ଆଜିଠାରୁ ଧିରେ ଧିରେ ବଦଳିଛି । ଦକ୍ଷିଣ ଓଡ଼ିଶା ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବି ଦୁର୍ବଳ ହୋଇଛି ।ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାତି ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବାୟୁମଣ୍ଡଳରେ ଶୁଷ୍କତା ବଢିବା ସହ ଟାଣ ଖରା ପାଇଁ ତାତି ବୃଦ୍ଧି ହେବ । ଏଥପାଇଁ ଆଇଏମଡ଼ି ପକ୍ଷରୁ ଜାରି ହୋଇଥିବା ମ୍ୟାପରେ ଅଧିକାଂଶ ଜିଲ୍ଲାକୁ ରେଡ୍ ଏବଂ ଅରେଞ୍ଜ ମାର୍କରେ ମାର୍କିଂ କରାଯାଇଛି । ପୂର୍ବାନୁମାନ ୧୧,୧୨ ଏବଂ ୧୩ ତାରିଖରେ ସବୁଠୁ ଅଧିକ ହେବ ଖରା । ବିଶେଷ କରି ଟୁଇନ୍ ସିଟି କଟକ, ଭୁବନେଶ୍ବର ସମେତ ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର,ପାରଳାଖେମୁଣ୍ଡି, ଟିଟିଲାଗଡ, ଭବାନୀପାଟଣା, ମାଲକାନଗିରି, ଭୁବନେଶ୍ବର ଏବଂ ନୟାଗଡ ଭଳି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା'ଠାରୁ ଅଧିକ ରହିପାରେ ବୋଲି ଆକଳନ କରାଯାଇଛି ।

ସେହିପରି ବର୍ତ୍ତମାନ ଉପକୂଳ ଓଡ଼ିଶାରେ ସ୍ବାଭାବିକ ଭାବରେ ୩୪ ରୁ ୩୫ ଡିଗ୍ରୀ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ୩୬ ରୁ ୩୭ ଡିଗ୍ରୀ ତାପମାତ୍ରା ରହିବା କଥା । କିନ୍ତୁ ବର୍ଷା ପ୍ରଭାବରେ ତାପମାତ୍ରା ସ୍ବାଭାବିକ ଠାରୁ ୨ ଡିଗ୍ରୀ ପର୍ଯ୍ୟନ୍ତ କମ୍ ରହିଛି । ହେଲେ ଦିନକ ପରେ ୪୦ ଡିଗ୍ରୀ ଛୁଇଁପାରେ । ତେବେ ୧୪ ତାରିଖରେ ରାଜ୍ୟରେ ପୁଣି ସକ୍ରିୟ ହେବ ପଶ୍ଚିମା ଝଡ଼ ।ଏହାର ପ୍ରଭାବରେ ୧୬ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ, ଝାରସୁଗୁଡା, ଢେଙ୍କାନାଳ ଏବଂ ଯାଜପୁରରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଅନ୍ୟ ଜିଲ୍ଲାରେ ପାଗ ଶୁଖିଲା ରହିବ ।

ଏହା ମଧ୍ୟ ପଢନ୍ତୁ ....ରାଜ୍ୟରେ ଆହୁରି ୨ଦିନ ବର୍ଷିବ !

ସେପଟେ ଗତ ୨୪ ଘଣ୍ଟାରେ କିଛି ଜିଲ୍ଲାରେ ହାଲୁକା ବର୍ଷା ହୋଇଥିବା ବେଳେ ରାୟଗଡ଼ାର ପଦ୍ମପୁରରେ ୩୫.୦ ମିମି ରାଜ୍ୟର ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ସେହିପରି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭.୪ ସେସେଲସିୟସ ପାରଳାଖେମୁଣ୍ଡିରେ ରେକର୍ଡ ହୋଇଛି । ଆଜି ଦକ୍ଷିଣ ଓଡ଼ିଶା ଏବଂ ଏହାର ଆଖପାଖରେ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details