ଓଡିଶା

odisha

ETV Bharat / state

ଆସନ୍ତା ୩ ଦିନ ପାଗ ଶୁଖିଲା, ୪ରୁ ପୁଣି ବର୍ଷା ସମ୍ଭାବନା - ଶୁଖିଲା ପାଗ

Odisha Weather Update: ରାଜ୍ୟରେ ଆସନ୍ତା ୩ ଦିନ ଯାଏଁ ପାଗ ଶୁଖିଲା ରହିବାକୁ ଥିବା ବେଳେ ମାର୍ଚ୍ଚ ୪ ତାରିଖରୁ ପୁଣି ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗର ସୂଚନା । ଅଧିକ ପଢନ୍ତୁ

Odisha Weather
Odisha Weather

By ETV Bharat Odisha Team

Published : Feb 29, 2024, 8:07 PM IST

ଆସନ୍ତା ୩ ଦିନ ପାଗ ଶୁଖିଲା, ୪ରୁ ପୁଣି ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ କୌଣସି ପାଣିପାଗର ପ୍ରକ୍ରିୟା ସକ୍ରିୟ ନଥିବା ବେଳେ ଆସନ୍ତା ୩ ଦିନ ପାଗ ଶୁଖିଲା ରହିବ । ଏହାପରେ ୪ ତାରିଖରୁ ପୁଣି ବର୍ଷା ସମ୍ଭାବନା ରହିଛି । ସେହିପରୀ ଆଗାମୀ ୩ ରୁ ୪ ଦିନ ଯାଏଁ ତାପମାତ୍ରାରେ ବି କୌଣସି ପରିବର୍ତ୍ତନ ହେବାର ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ କିଛି ଜିଲ୍ଲାରେ ହାଲୁକା ବର୍ଷା ରେକର୍ଡ ହୋଇଛି ।

ଗତ ୨୪ ଘଣ୍ଟାରେ କେତେକ ସ୍ଥାନରେ ହଳୟଙ୍କ ବର୍ଷ ହୋଇଥିବା ବେଳେ କନ୍ଧମାଳ ଫିରିଙ୍ଗିଆରେ ୨୭ .୨ ମିମି ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ସେହିପରି ଗଞ୍ଜାମ ଦିଗପହଣ୍ଡିରେ ୧୨.୫, କୋରାପୁଟ ନାଦପୁର ୯.୦ ଓ ଗଞ୍ଜାମର ସଂଖେଇମୁଣ୍ଡିରେ ୭. ୦ ଓ ନୂଆଗଡରେ ୩.୨ ମିମି ବର୍ଷା ରେକର୍ଡ କରାଯାଇଛି । ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୫.୬ ଡିଗ୍ରୀ ସେଲସିୟସ ଥିଲା । ବାକି ସବୁଠି ପାରଦ ୩୫ ଡିଗ୍ରୀ ତଳେ ରହିଥିଲା । ସେହିପରି ସର୍ବନିମ୍ନ ତାପମାତ୍ରା କୋରାପୁଟରେ ୧୪.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ଏହା ବି ପଢନ୍ତୁ- କାଲି ୬ ଜିଲ୍ଲାରେ ହାଲୁକା ବର୍ଷା ! ପୁଣି ୪ ତାରିଖରେ ବର୍ଷିବା ସମ୍ଭାବନା

ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଆଉ କୌଣସି ବର୍ଷା ପାଗ ନାହିଁ । ଦୁଇ ଦିନ ଧରି ରାଜ୍ୟରେ ଶୁଖିଲା ପାଗ ରହିବ । ଏହାପରେ ୪ ତାରିଖରୁ ପୁଣି ବର୍ଷା ହେବାର ସମ୍ଭାବନା ରହିଛି । ସେହିପରୀ ଆଗାମୀ ୩ ରୁ ୪ ଦିନ ଯାଏ ତାପମାତ୍ରା ରେ ବି କୌଣସି ପରିବର୍ତ୍ତନ ହେବାର ନାହିଁ । ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇ ଆଞ୍ଚଳିକ ପାଣିପାଗ ବିଭାଗ ବିଶେଷଜ୍ଞ ସଞ୍ଜୀବ ଦ୍ବିବେଦୀ କହିଛନ୍ତି, " ଆଜି ୫ ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା । ନବରଙ୍ଗପୁର, କଳାହାଣ୍ଡି , କନ୍ଧମାଳ , ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ସ୍ଥାନେ ସ୍ଥାନେ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି । ଏହାପରେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଆଉ କୌଣସି ବର୍ଷା ପାଗ ନାହିଁ । ୪ ତାରିଖରେ ସୁନ୍ଦରଗଡ଼, ଦେବଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ବାଲେଶ୍ବରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିଛି । ସେହିପରି ୫ ଓ ୬ ତାରିଖ ମଧ୍ୟ ପାଗ ଶୁଖିଲା ରହିବ । ଆଗାମୀ ୨ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ତାତି ମଧ୍ୟ ବଢିବ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details