ବାଲେଶ୍ବର: ନିଶା କବଳରେ କବଳିତ ହୋଇଥାନ୍ତି ବେଳେ ବେଳେ ଅମାନବୀୟ କାଣ୍ଡ ଭିଆଇ ବସନ୍ତି । ସେମିତି ଏକ ଘଟଣା ବାଲେଶ୍ବରରେ ଦେଖିବାକୁ ମିଳିଛି । ନିଶା ସେବନ ପରେ ହିତାହତ ଜ୍ଞାନ ଭୁଲି ଯାଇ ଯେଉଁ ନିଜ ମା'ର ତଣ୍ଟି ଚିପି ହତ୍ୟା କରିଛି ପୁଅ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧୀନ ତାଳପଦା ଗ୍ରାମରେ ଏଭଳି ନାରକୀୟ କାଣ୍ଡ ଘଟିଛି । ସେହି ଗ୍ରାମର ବାସନ୍ତୀ ମହାନ୍ତିଙ୍କ ଜୀବନ ଯାଇଛି । ବାସନ୍ତୀଙ୍କ ପୁଅ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଆମିଷ ପ୍ରେମ ଆଗରେ ଫିକା ପଡିଲା ରକ୍ତସମ୍ପର୍କ, ମା’ର ଜୀବନ ନେଲା ସଇତାନ ପୁଅ - Son Kills Mother - SON KILLS MOTHER
Son Kills Mother: ବାଲେଶ୍ବର ଜିଲ୍ଲାରେ ଘଟିଛି ଲୋମହର୍ଷଣକାରୀ ଘଟଣା । ସାମାନ୍ୟ ଏକ କାରଣକୁ କେନ୍ଦ୍ର କରି ପୁଅ ନିଜ ମାଆକୁ ହତ୍ୟା କରିଛି । ପଢନ୍ତୁ ପୂରା ଖବର ।
Published : Jul 17, 2024, 4:02 PM IST
ଏହା ବି ପଢନ୍ତୁ...ଖାଇ ସାରି ମାଆ ପୁଅ ଶୋଇଲେ, ସକାଳୁ ଉଠିଲା ବେଳକୁ ପୁଅକୁ ହତ୍ୟା- MURDER IN ROURKELA
ଏହାଦେଖି ଅରୁଣଙ୍କ ସ୍ତ୍ରୀ କବିତା ଶାଶୁଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ । ତେବେ ତଣ୍ଟି ଚିପିଦେବା ଫଳରେ ମାଆ ବାସନ୍ତୀ ଅଚେତ ହୋଇ ତଳେ ପଡ଼ିଯାଇଥିଲେ । ଖବର ପାଇ ବାସନ୍ତୀଙ୍କୁ ସିମୁଳିଆ ମେଡିକାଲରେ ଭର୍ତ୍ତି କରାଇଥିଲେ ପଡୋଶୀ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ବୋହୂ କବିତା ସିମୁଳିଆ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ମାତୃହନ୍ତା ପୁଅ ଅରୁଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ସାଇଣ୍ଟଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ହତ୍ୟା ପଛରେ ନିଶା କାରବାର ନା ଆଉ କିଛି କାରଣ ରହିଛି ସେନେଇ ପୋଲିସ ଖୋଳତାଡ କରୁଛି ।
ଇଟିଭି ଭାରତ, ବାଲେଶ୍ବର