ଓଡିଶା

odisha

ETV Bharat / state

ଚିଲିକା ଜଗିବ ଡ୍ରୋନ, ପକ୍ଷୀ ସୁରକ୍ଷା ସହ ଶିକାରୀଙ୍କ ଉପରେ କଡ଼ା ନଜର

ବିଦେଶୀ ପକ୍ଷୀଙ୍କ ଭୂସ୍ବର୍ଗ ଚିଲିକା ହ୍ରଦରେ ସୁରକ୍ଷା ବଡ଼ ଚ୍ୟାଲେଞ୍ଜ । ପକ୍ଷୀଙ୍କୁ ଜଗିବା ସହ ଶିକାରୀଙ୍କୁ ଧରିବାକୁ ଉଡ଼ିବ ଡ୍ରୋନ । ଟୁରିଷ୍ଟଙ୍କ ପାଇଁ ନୂଆ ଗାଇଡ ଲାଇନ ।

By ETV Bharat Odisha Team

Published : 5 hours ago

Updated : 3 hours ago

Exotic Birds at Chilika
Exotic Birds at Chilika (ETV BHARAT ODISHA)

ଭୁବନେଶ୍ବର:''ଉତ୍କଳ କମଳ ବିଳାସ ଦୀର୍ଘିକା ... ମରାଳ ମାଳିନୀ ନିଳାମ୍ବୁ ଚିଲିକା... ଉତ୍କଳର ତୁହି ଚାରୁ ଆଳଙ୍କାର... ଉତ୍କଳ ଭୁବନେ ଶୋଭାର ଭାଣ୍ଡାର...'' ।କବିବର ରାଧାନାଥ ରାୟଙ୍କ ଏହି କାବ୍ୟ ଚିଲିକାର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଛି । ବିଦେଶୀ ପକ୍ଷୀଙ୍କ ଭୂସ୍ବର୍ଗ ପାଲଟିଥିଲା ଏହି ଚିଲିକା ଶୀତ ଦିନରେ ନୂଆ ରୂପ ଧାରଣ କରେ । ରଙ୍ଗ ବରେରଙ୍ଗର ବିଦେଶୀଙ୍କ ପକ୍ଷୀଙ୍କ ଆଗମନରେ କିଚିରି ମିଚି ଶବ୍ଦରେ ଫାଟିପଡେ ଚିଲିକା ହ୍ରଦ । ନୀଳ ରଙ୍ଗର ଜଳ ରାଶି ଉପରେ ପର ମେଲାଇ ଫର ଫର ହୋଇ ଘୁରି ବୁଲନ୍ତି ପକ୍ଷୀ । ଏଠାରେ ବିଦେଶୀ ପକ୍ଷୀମାନଙ୍କର ସୁରକ୍ଷା ହେଉଛି ବିଭାଗର ସର୍ବୋଚ୍ଚ ପ୍ରାଥମିକତା । ହ୍ରଦ ଚାରିପାଖରେ ରହିଥିବା ବିଭିନ୍ନ ସ୍ଥାନ ମାନଙ୍କରେ ପକ୍ଷୀମାନଙ୍କୁ ଶିକାର କରାଯାଉଥିବାରୁ ଏହା ଉପରେ ରୋକ ଲଗାଇବାକୁ ପଦକ୍ଷେପ ନିଆଯାଇଛି । କେବଳ ପକ୍ଷୀମାନଙ୍କ ଉପରେ ନୁହେଁ ବରଂ ଶିକାରୀଙ୍କ ଉପରେ ମଧ୍ୟ ନଜର ରଖିବା ପାଇଁ ଡ୍ରୋନ୍ ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଛି ।

ପକ୍ଷୀ ସୁରକ୍ଷାରେ ଡ୍ରୋନ:

ଏନେଇ 'ଇଟିଭି ଭାରତ'କୁ ଅଧିକ ସୂଚନା ଦେଇ ଚିଲିକା ଡିଏଫଓ ଅମ୍ଳାନ ନାୟକ କହିଛନ୍ତି, '' ବିଦେଶୀ ପକ୍ଷୀମାନଙ୍କର ସୁରକ୍ଷା ତଥା ଶିକାରୀଙ୍କ ଉପରେ ନଜର ରଖିବା ପାଇଁ ରାଜ୍ୟ ସରକାର ଚଳିତ ବର୍ଷ ଚିଲିକା ବନ୍ୟଜନ୍ତୁ ବିଭାଗ ଉପରେ ଡ୍ରୋନ୍ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ଥର ପାଇଁ ଗ୍ରୀଷ୍ମ ଋତୁରେ କିଛି ଡିଭିଜନରେ ଜଙ୍ଗଲରେ ନିଆଁ ଲାଗିବା ପାଇଁ ବ୍ୟବହୃତ ଏହି ଡ୍ରୋନ ଗୁଡିକ ନିଆଁକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲା । ଏହି ସଫଳତାକୁ ବିଚାର କରି ବନ୍ୟପ୍ରାଣୀ ବିଭାଗ ଅକ୍ଟୋବରରୁ ଚିଲିକା ହ୍ରଦକୁ ଆସୁଥିବା ବିଦେଶୀ ପକ୍ଷୀମାନଙ୍କୁ ସୁରକ୍ଷା ଦେବା ପାଇଁ ଡ୍ରୋନର ସାହାଯ୍ୟ ନେବାକୁ ନିଷ୍ପତ୍ତି ନେଇଛି । ''

chilika lake (ETV Bharat Odisha)

ଶିକାରୀ ମାନଙ୍କୁ ଖୋଜିବ ଡ୍ରୋନ:

ସେ ଆହୁରି ମଧ୍ୟ କହିଛନ୍ତି, ''ଡ୍ରୋନ ପୂର୍ବ ବର୍ଷ ମଧ୍ୟ ଚିଲିକାରେ ବ୍ୟବହାର ହୋଇଥିଲା । ଚଳିତ ବର୍ଷ ଏହାକୁ ଆହୁରି ଅତ୍ୟାଧୁକ ଡ୍ରୋନ ବ୍ୟବହାର କରାଯାଉଛି । ଚିଲିକା ଆଖପାଖ ଅଞ୍ଚଳରେ ବ୍ୟବହାର ହେବ ଅତ୍ୟାଧୁନିକ ଡ୍ରୋନ । ବିଶେଷ ଭାବେ ଏହାର କାମ ହେଉଛି ଶିକାରୀମାନଙ୍କୁ ଖୋଜିବା । ଶିକାର ଉଦ୍ଦେଶ୍ୟରେ ଶିକାରୀମାନେ କେଉଁଠାରେ ଏକାଠି ହେଉଛନ୍ତି । ବିଶେଷ ଭାବେ ପକ୍ଷୀ ପାଇଁ ତାର ଫାଶ ଆଦି ପକେଇଥିବେ ସେନେଇ ମଧ୍ୟ ନଜର ରଖାଯିବ । ଯେଉଁଠାରେ ସନ୍ଧେହ ଜନକ ଭାବେ ନଜରକୁ କିଏ ଆସେ ତେବେ ତୁରନ୍ତ ସେଠାରେ ଟିମ ପହଞ୍ଚିବ । ''

Exotic Birds at Chilika (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ବିଦେଶାଗତ ପକ୍ଷୀଙ୍କ ଭୁସ୍ବର୍ଗ ଚିଲିକା, ଦେଖନ୍ତୁ ମନଲୋଭା ଦୃଶ୍ୟ

ଏହା ମଧ୍ୟ ପଢନ୍ତୁ-ଚିଲିକାରୁ ଭିତରକନିକା, ବିହଙ୍ଗ ଭୂସ୍ବର୍ଗକୁ ଏବେ ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ସଙ୍କଟ

ବିଦେଶୀ ପକ୍ଷୀଙ୍କ ସୁରକ୍ଷାରେ ୨୧ କ୍ୟାମ୍ପ :

ପ୍ରତ୍ୟେକ ବର୍ଷ ବିଦେଶୀ ପକ୍ଷୀମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଏ । ଚଳିତବର୍ଷ ୨୧ଟି ବାର୍ଡ କ୍ୟାମ୍ପ କରାଯାଇଛି । ସୁରକ୍ଷା ପାଇଁ ୨୧ଟି କ୍ୟାମ୍ପରୁ ପ୍ରତ୍ଯେକ କ୍ୟାମ୍ପରେ ୨ ରୁ ୩ ଜଣ ଲୋକ ରହୁଛନ୍ତି । ଟାଙ୍ଗୀ, ଚିଲିକା, ବାଳୁଙ୍ଗା, ରମ୍ଭା ଏବ ସାତପଡା ଆଦି ୫ଟି ରେଞ୍ଜରେ ବିଦେଶୀ ପକ୍ଷୀ ଆସି ରହିଥାନ୍ତି । ଏହା ସହିତ ବିଶେଷ ଭାବେ ବାଲୁଗାଁରେ ପକ୍ଷୀ ଅଭ୍ୟୟାରଣ୍ୟ ଯାହାର ନାମ 'ନଳ ବଣ'ରେ ଆସି ବିଦେଶୀ ପକ୍ଷୀମାନେ ବସା ବାନ୍ଧିଥାନ୍ତି । ଏହି ସମସ୍ତ ଅଞ୍ଚଳରେ ଅଧିକ ଭାବରେ ବିଦେଶୀ ପକ୍ଷୀ ମାନେ ଅଧିକ ଦେଖାଯାଆନ୍ତି । ତେବେ ଟାଙ୍ଗୀ ରେଞ୍ଜରେ ସର୍ବାଧିକ ଅଧିକ ପକ୍ଷୀମାନେ ଏକାଠି ହୋଇଥାନ୍ତି । ତେଣୁ କରି ଟାଙ୍ଗୀ ରେଞ୍ଜରେ ୨୧ ଟି କ୍ୟାମ୍ପ ମଧ୍ୟରୁ ୧୧ଟି କ୍ୟାମ୍ପ ରଖାଯାଇଛି ବୋଲି କହିଛନ୍ତି ଚିଲିକା ଡିଏଫଓ ଅମ୍ଳାନ ନାୟକ ।

Exotic Birds at Chilika (ETV BHARAT ODISHA)

ଶିକାରୀଙ୍କ ପାଇଁ ଚକ୍ରବ୍ୟୁହ:

ଚିଲିକାକୁ ବିଦେଶୀ ପକ୍ଷୀ ଆସିଲେ ଶିକାରୀମାନେ ସକ୍ରିୟ ହୋଇପଡିଥାନ୍ତି । ବିଶେଷ ଭାବେ ପକ୍ଷୀ ମାନଙ୍କୁ ମାରି ଅଧିକ ଦରରେ ବିକ୍ରି କରିଥାନ୍ତି । ସେଥିପାଇଁ ଚଳିତବର୍ଷ ଶିକାରୀଙ୍କ ଉପରେ ରହିଛି କଡା ନଜର । ଏହା ସହ କିଛି ଶିକାରୀଙ୍କୁ ଚିହ୍ନଟ କରାଯାଇଛି । କେଉଁଠାରେ ବିଦେଶୀ ଚଢେଇଙ୍କୁ ଶିକାର କରାଯାଉଛି । ସେନେଇ ମଧ୍ୟ ନଜର ରଖାଯାଇଛି। ଏହା ସହ ବିଭିନ୍ନ ସ୍ଥାନରେ ଇନଫରମର ରଖାଯାଇଛି । ଯଦି କୌଣସି ସ୍ଥାନରେ ଏଭଳି ଦେଖାଯାଏ ତେବେ ତୁରନ୍ତ ଖବର ଜଣାଇବାକୁ କୁହାଯାଇଛି । ତେବେ ପାଖାପାଖି ୨୦ ଜଣ ଶିକାରୀ ଗିରଫ ହୋଇଛନ୍ତି । ଯାହା ଫଳରେ ଏକ ପ୍ରକାରର କୋକୁଆ ଭୟ ମଧ୍ୟ ଖେଳି ଯାଇଛି ବୋଲି କହିଛନ୍ତି ଚିଲିକା ଡିଏଫଓ ଅମ୍ଳାନ ନାୟକ ।

Exotic Birds at Chilika (ETV BHARAT ODISHA)

ପକ୍ଷୀମାନଙ୍କୁ ଖାଦ୍ୟ ନଦେବାକୁ ଟୁରିଷ୍ଟ ମାନଙ୍କୁ ପରାମର୍ଶ:

ତେବେ ଏନେଇ ଚିଲିକା ଡିଏଫଓ ଅମ୍ଳାନ ନାୟକ କହିଛନ୍ତି ଯେ,"ଚିଲିକାକୁ ଲକ୍ଷ ଲକ୍ଷ ମାତ୍ରାରେ ବିଦେଶୀ ପକ୍ଷୀ ଆସିଥାନ୍ତି । ଏହାକୁ ଦେଖିବାକୁ ଅନେକ ଟୁରିଷ୍ଟ ମାନେ ଭରପୁର ମଜା ମଧ୍ୟ ନେଇଥାନ୍ତି । କିନ୍ତୁ ଅନେକ ସମୟରେ ଟୁରିଷ୍ଟ ମାନେ ପକ୍ଷୀମାନଙ୍କୁ ଖୁବ କମ ନିକଟରୁ ଦେଖିବାକୁ ମନ ବଳାଇଥାନ୍ତି । ଯାହା ଫଳରେ ବିସ୍କୁଟ, ଲେଜ, କୁର୍କୁରି ଭଳି ଅନନ୍ୟ ଖାଦ୍ୟ ଦ୍ଵାରା ଆକ୍ରୁଷ୍ଟ କରିଥାନ୍ତି । ତେଣୁ ଯାହା ଫଳରେ ପକ୍ଷୀମାନେ ଅନେକ ସମୟରେ ଅସୁବିଧାରେ ପଡିଥାନ୍ତି । ଏହା ସହ ଚଢେଇ ମାନଙ୍କୁ ରୋଗ ମଧ୍ୟ ବ୍ୟାପିପାରେ । ଯଦି ଗୋଟିଏ ଚଢେଇ କିଛି ଅସୁବିଧା ହୁଏ ତେବେ ଅନ୍ୟ ଚଢେଇଙ୍କୁ ମଧ୍ୟ ରୋଗ ହେବାର ସମ୍ଭାବନା ରହିଛି । ଏହା ସହିତ ବାରମ୍ବାର ଟୁରିଷ୍ଟମାନଙ୍କୁ ସଚେତନ କରାଯାଉଥିବା ବେଳେ ଅନେକ ସମୟରେ ନିୟମ ଭାଙ୍ଗି ଟୁରିଷ୍ଟମାନେ ଚଢେଇଙ୍କୁ ଖାଦ୍ୟ ଦେଇଥାନ୍ତି । ଚଢେଇ ମାନଙ୍କୁ ଟୁରିଷ୍ଟମାନେ ଖାଦ୍ୟ ନଦେବାକୁ ବୋଟ ମାଲିକ ମାନଙ୍କୁ ସଚେତନତା କରାଯାଇଛି ।''

Exotic Birds at Chilika (ETV BHARAT ODISHA)

ପକ୍ଷୀଙ୍କ ପାଇଁ ବିପଦ ମୋଟର ବୋଟ :

ବିଦେଶୀ ପକ୍ଷୀଙ୍କ ପାଇଁ ମଧ୍ୟ ମୋଟର ବୋଟ ବିପଦ ରହିଛି । କାରଣ ଅନେକ ସମୟରେ ମାଛ ଧାରା ବୋଟ କିମ୍ବା ଟୁରିଷ୍ଟ ବୋଟ ସାହାଯ୍ୟରେ ଯାତ୍ରା କଲା ସମୟରେ ପ୍ରାୟତଃ ଅଧିକ ସାଉଣ୍ଡ କରିଥାଏ । ଯାହା ଫଳାରେ ସିଧାସଳଖ ଭାବରେ ପକ୍ଷୀଙ୍କ ଉପରେ ପଡିଥାଏ । ଏନେଇ ମଧ୍ୟ ମୋଟର ବୋଟ ମାଲକମାନଙ୍କୁ ସଚେତନତା କରାଯାଉଛି । ପକ୍ଷୀ ଥିବା ସ୍ଥାନକୁ ଅତି ନିକଟବର୍ତ୍ତୀ ନହେବାକୁ ମଧ୍ୟ କୁହାଯାଇଛି ବୋଲି କହିଛନ୍ତି ଡିଏଫଓ ।

Chilika (ETV BHARAT ODISHA)



ବିଦେଶୀ ପକ୍ଷୀଙ୍କୁ ନେଇ କଣ ରହିଛି ଆଶା:

ଏନେଇ ଚିଲିକା ଡିଏଫଓ ଅମ୍ଳାନ ନାୟକ କହିଛନ୍ତି ଯେ, "ଚଳିତ ବର୍ଷ ଚିଲିକାକୁ ବିଦେଶୀ ପକ୍ଷୀ ଅଧିକରୁ ଅଧିକ ଆସିବାକୁ ଆଶା ରଖାଯାଇଛି । ତେବେ ବିଦେଶୀ ପକ୍ଷୀଙ୍କୁ ଆକୃଷ୍ଟ କରିବାରେ ବିଶେଷ ଭାବେ ପ୍ରକୃତି ଉପରେ ନିର୍ଭର କରେ । ଚିଲିକାରେ ଅଧିକ ପ୍ରଜାତିର ବିଦେଶୀ ପକ୍ଷୀ ମାନେ ଏକାଠି ହୁଅନ୍ତୁ । ତେବେ ଏମାନଙ୍କ ସୁରକ୍ଷା ଦେବା ପାଇଁ ସମସ୍ତ ବନ କର୍ମଚାରିମାନେ ପାଟ୍ରୋଲିଂ କରୁଛନ୍ତି।''

Exotic Birds at Chilika (ETV BHARAT ODISHA)



କେଉଁ ବର୍ଷ କେତେ ବିଦେଶୀ ପକ୍ଷୀ ଆସିଛନ୍ତି ଚିଲିକା:

ରାଜ୍ୟ ବନ୍ୟାପ୍ରାଣୀ ସଂଗଠନ ତଥ୍ୟ ଅନୁଯାୟୀ,


  • ୨୦୨୪ ମସିହାରେ ଚିଲିକାକୁ ୧୮୯ ପ୍ରଜାତିର ୧୧୩୭୭୫୯ ବିଦେଶୀ ପକ୍ଷୀ ଆସିଛନ୍ତି
    ୨୦୨୩ ମସିହାରେ ଚିଲିକାକୁ ୧୮୪ ପ୍ରଜାତିର ୧୧୩୧୯୨୯ ବିଦେଶୀ ପକ୍ଷୀ ଆସିଥିଲେ
    ୨୦୨୧-୨୨ ମସିହାରେ ଚିଲିକାକୁ ୧୦୭ ପ୍ରଜାତିର ୧୦.୭୪ ଲକ୍ଷ ବିଦେଶୀ ପକ୍ଷୀ ଆସିଥିଲେ
    ୨୦୨୦-୨୧ ମସିହାରେ ଚିଲିକାକୁ ୧୧୧ ପ୍ରଜାତିର ୧୨.୦୪ ଲକ୍ଷ ବିଦେଶୀ ପକ୍ଷୀ ଆସିଥିଲେ
    ୨୦୧୯-୨୦ ମସିହାରେ ୧୦୯ ପ୍ରଜାତିର ୧୦.୭୧ ଲକ୍ଷ ବିଦେଶୀ ପକ୍ଷୀ ଆସିଥିଲେ
    ୨୦୧୮-୧୯ ମସିହାରେ ୧୦୫ ପ୍ରଜାତିର ୧୦.୨୧ ଲକ୍ଷ ବିଦେଶୀ ପକ୍ଷୀ ଆସିଥିଲେ
    ୨୦୧୭-୧୮ ମସିହାରେ ଚିଲିକାକୁ ୯୫ ପ୍ରଜାତିର ୮.୬୮ ଲକ୍ଷ ବିଦେଶୀ ପକ୍ଷୀ ଆସିଥିଲେ
    ୨୦୧୬-୧୭ ମସିହାରେ ଚିଲିକାକୁ ବିଦେଶୀ ପକ୍ଷୀ ଆସିଛନ୍ତି ୧୦୦ ପ୍ରଜାତିର ୯.୨୪ ଲକ୍ଷ

ଇଟିଭି ଭାରତ, ଭୁବନେଶ୍ବର

Last Updated : 3 hours ago

ABOUT THE AUTHOR

...view details