ଓଡିଶା

odisha

ETV Bharat / state

ଆପାର୍ଟମେଣ୍ଟ ପାର୍କିଂ ବିବାଦ ଗଡାଇଥିଲେ ମୁଣ୍ଡ, ପୋଲିସ ହାତରେ ଦୁଇ ଅଭିଯୁକ୍ତ - Double murder Bhubaneswar - DOUBLE MURDER BHUBANESWAR

DOUBLE MURDER FOR PARKING: ଆପାର୍ଟମେଣ୍ଟରେ ପାର୍କିଂ ବିବାଦ ପାଇଁ ଗଡ଼ିଥିଲା ଦୁଇଟି ମୁଣ୍ଡ । ବେଆଇନ ଗାଡି ପାର୍କିଂ ଯୋଗୁଁ ଫ୍ଲାଟ୍ ଭଡାଟିଆର ଜୀବନ ନେଇଥିଲେ ମେଣ୍ଟେନାନ୍ସ ସୁପରଭାଇଜର ‌। ଅଧିକ ପଢନ୍ତୁ

DOUBLE MURDER FOR PARKING
DOUBLE MURDER FOR PARKING (ETV Bharat Odisha)

By ETV Bharat Odisha Team

Published : Aug 11, 2024, 11:00 PM IST

ଭୁବନେଶ୍ବର:ପାର୍କିଂ ବିବାଦ ପାଇଁ ଆପାର୍ଟମେଣ୍ଟର ଘଟିଥିଲା ବୀଭତ୍ସ ହତ୍ୟାକାଣ୍ଡ । ବେଆଇନ ଗାଡି ପାର୍କିଂ ଯୋଗୁଁ ଫ୍ଲାଟ୍ ଭଡାଟିଆର ଜୀବନ ନେଇଥିଲେ ମେଣ୍ଟେନାନ୍ସ ସୁପରଭାଇଜର ‌। ଏୟାରଫିଲ୍ଡ ଥାନା କୁହା ଅଞ୍ଚଳର କଲ୍ୟାଣୀ ପ୍ଲାଜାରେ ଘଟିଥିବା ହତ୍ୟାକାଣ୍ଡର ଗୁମର ଫିଟାଇଛି ପୋଲିସ । ବାଇକ ରଖିବା ସ୍ଥାନରେ କାର ପାର୍କିଂ କରି ଜୀବନ ହରାଇଛନ୍ତି ଆପାର୍ଟମେଣ୍ଟର ଭଡ଼ା ନେଇଥିବା ଯୁବକ ।ଗତ ବୁଧବାର କଲ୍ୟାଣୀ ପ୍ଲାଜା ରଶ୍ମିରଞ୍ଜନ ସେଠୀ ଓ ସମ୍ବିତ ରାଉତ ହତ୍ୟାକାଣ୍ଡ ରହସ୍ୟ ଉପରୁ ପରଦା ହଟାଇଛି ପୋଲିସ । ଦୀର୍ଘ ୪ ଦିନ ପରେ ଦୁଇ ଅଭିଯୁକ୍ତଙ୍କ ଗଣେଷ ମଲ୍ଲିକ ଓ ପ୍ରଦୀପ ମଲ୍ଲିକକୁ ଗିରଫ କରାଯାଇଛି । ସେପଟେ ଆଜି ପୋଲିସ ଘଟଣା ସ୍ଥଳକୁ ଯାଇ ସିନ୍ ରିକ୍ରିଏସନ କରିଛି ।

DOUBLE MURDER FOR PARKING (ETV Bharat Odisha)


କଲ୍ୟାଣୀ ପ୍ଲାଜାରେ ଡବଲ ମର୍ଡର:
ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି,"ଗତ ୭ ତାରିଖରେ ଏୟାରଫିଲଡ ଥାନା କୁହା ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଥିଲା । ଦୁଇ ଜଣଙ୍କ ମଧ୍ୟରୁ ଜଣେ ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଜଣେ ହସ୍ପିଟାଲ ଯିବା ବାଟରେ ଜୀବନ ହାରିଥିଲେ । ଯେଉଁ ଆପାର୍ଟମେଣ୍ଟରେ ମୃତ ରଶ୍ମିରଞ୍ଜନ ଭଡ଼ାରେ ରହୁଥିଲେ ସେହିଠାରେ ପାର୍କିଂ କାହାକୁ ଡିଷ୍ଟ୍ରିବ୍ୟୁଟ କରାଯାଇନଥିଲା । ମନ ଇଚ୍ଛା ପାର୍କିଂ କରୁଥିଲେ । ଯେଉଁଠି ମୃତ ରଶ୍ମି ଗାଡି ରଖୁଥିଲେ ସେଠି ଗଣେଶ ଗାଡି ରଖିବାକୁ ନେଇ ବିବାଦ ଲାଗି ରହିଥିଲା । ଗଣେଶ ଆପାର୍ଟମେଣ୍ଟର ଚାର୍ଜ ଥିଲା, ସେ ରଶ୍ମିଙ୍କୁ ସେଠି ଗାଡ଼ି ରଖିବାକୁ ମନା କରୁଥିଲା । ଗତ ୭ ତାରିଖରେ ଗାଡି ପାର୍କିଂ ହୋଇଥିବାରୁ ବାହାର କରିବାକୁ କହିବାକୁ ଯାଇ ଉଭୟଙ୍କ ଭିତରେ ଝଗଡ଼ା ଆରମ୍ଭ ହୋଇଥିଲା । ଶେଷରେ ଗଣେଶ ଓ ତାର ସହଯୋଗୀ ପ୍ରଦୀପ ରଶ୍ମିରଞ୍ଜନ ଓ ସମ୍ବିତକୁ ଆକ୍ରମଣ କରିଥିଲେ ।"

ଅଧିକ ପଢନ୍ତୁ ....ପାର୍କିଂକୁ ନେଇ ଗଡ଼ିଲା ମୁଣ୍ଡ: କୁକୁଡା କଟା ଛୁରୀରେ ଦୁଇ ସାଙ୍ଗଙ୍କୁ ନିର୍ମମ ହତ୍ୟା, ଅଭିଯୁକ୍ତଙ୍କୁ ଧରିବାକୁ ଗଠନ ହେଲା ଟିମ୍‌ - Double murder over vehicle parking

ସିନି ରିକ୍ରିଏସନ କରିଥିଲା ପୋଲିସ:

ପୋଲିସ ଅଭିଯୁକ୍ତପ୍ରଦୀପ ଓ ଗଣେଶକୁ ଗିରଫ କରି ସିନି ରିକ୍ରିଏସନ କରିଥିଲା । ହତ୍ୟାରେ ବ୍ୟବହୃତ ଛୁରୀକୁ ଏକ ପୋଖରୀ ପାଖରେ ଫୋପାଡି ଦେଇଥିଲେ ଅଭିଯୁକ୍ତ । କିଭଳି ହତ୍ୟା କରିଥିଲେ ଓ ହତ୍ୟା ପରେ ଛୁରୀ କେଉଁଠି ଫୋପାଡିଥିଲେ ତାହାର ସିନି ରିକ୍ରିଏସନ କରି ପ୍ରମାଣ ସଂଗ୍ରହ କରିଥିଲା ପୋଲିସ ।


ପାରିବାରିକ ସମ୍ପର୍କରେ ତିକ୍ତତା ଥିଲା:
ଜିତୁ ଓରଫ ରଶ୍ମିରଞ୍ଜନ ଯାହାର ମଉସା ହେବ ଗଣେଶ । ଉଭୟଙ୍କ ପାରିବାରିକ ସମ୍ପର୍କ ରହିଛି । ହେଲେ କିଛି କାରଣ ଯୋଗୁଁ ଉଭୟ‌ ପରିବାର ଭିତରେ ଏକ ତିକ୍ତତା ଥିଲା । ଯେଉଁଠି ପୂର୍ବରୁ ଜମିବାଡ଼ି ଗଣ୍ଡଗୋଳ ନେଇ ବିବାଦ ରହିଥିଲା । ରଶ୍ମିରଞ୍ଜନ ଘରଭଡ଼ା ନେଇ ସେହି ଆପାର୍ଟମେଣ୍ଟର ରହୁଥିଲେ । ଯେଉଁଠି କିଛି ଦିନ ହେବ ସୁପରଭାଇଜର ଭାବେ ଯୋଗଦେଇଥିଲେ ଅଭିଯୁକ୍ତ ଗଣେଶ ମଲ୍ଲିକ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details