ଓଡିଶା

odisha

ETV Bharat / state

ଦେଶ ପାଳୁଛି ଗଣତନ୍ତ୍ର ଦିବସ, ଭୁବନେଶ୍ବରରେ ମୁଖ୍ୟ ଆକର୍ଷଣ ସାଜିଲା ଡଗ ଶୋ' - ଗଣତନ୍ତ୍ର ଦିବସ ପାଳନ

Dog Show In Bhubaneswar: ଆଜି ସମଗ୍ର ଦେଶ ୭୫ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ଏହି ଅବସରରେ ରାଜ୍ୟରେ ରେଳବାଇ ଷ୍ଟାଡିୟମରେ ବି ଏହି ଦିବସ ପାଳିତ ହୋଇଛି । ଏହି ସମୟରେ ମୁଖ୍ୟ ଆକର୍ଷଣ ସାଜିଛି ଡଗ ଶୋ' ।

ଆଜି ଦେଶ ପାଳୁଛି ଗଣତନ୍ତ୍ର ଦିବସ, ଭୁବନେଶ୍ବରରେ ମୁଖ୍ୟ ଆକର୍ଷଣ ସାଜିଲା ଡଗ ଶୋ'
ଆଜି ଦେଶ ପାଳୁଛି ଗଣତନ୍ତ୍ର ଦିବସ, ଭୁବନେଶ୍ବରରେ ମୁଖ୍ୟ ଆକର୍ଷଣ ସାଜିଲା ଡଗ ଶୋ'

By ETV Bharat Odisha Team

Published : Jan 26, 2024, 1:53 PM IST

ଆଜି ଦେଶ ପାଳୁଛି ଗଣତନ୍ତ୍ର ଦିବସ, ଭୁବନେଶ୍ବରରେ ମୁଖ୍ୟ ଆକର୍ଷଣ ସାଜିଲା ଡଗ ଶୋ'

ଭୁବନେଶ୍ବର:ଆଜି ଦେଶ ୭୫ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ଏନେଇ ପୁରରୁ ପଲ୍ଲୀ ସବୁଠି ଗଣତନ୍ତ୍ର ଦିବସର ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ରେଳବାଇ ଷ୍ଟାଡିୟମରେ ଗଣତନ୍ତ୍ର ଦିବସ ପାଳିତ ହୋଇଛି । ଏହି ଅବସରରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ବିଭିନ୍ନ ପରେଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତେବେ ଏହି ସମୟରେ ମୁଖ୍ୟ ଆକର୍ଷଣ ସାଜିଥିଲା ଡ଼ଗ ଶୋ' । ଭିନ୍ନ ଭିନ୍ନ ପ୍ରଜାତିର କୁକୁର ନିଜର ଦମଦାର ପ୍ରଦର୍ଶନ କରିଥିଲେ ।

ଏହି ଅବସରରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ରେଳ ସୁରକ୍ଷା ବଳ, ଭାରତ ସ୍କାଉଟ୍ ଏବଂ ଗାଇଡ୍ ଏବଂ ସିଭିଲ୍ ଡିଫେନ୍ସ ଦ୍ବାରା ଆୟୋଜିତ ପ୍ୟାରେଡ୍ ଯାଞ୍ଚ କରିବା ସହ ଅଭିବାଦନ ଦେଇଛନ୍ତି । ଏହି ସମୟରେ ସେ ରେଳପଥର ପ୍ରଦର୍ଶନ ବିଷୟରେ ଆଲୋକପାତ କରିଛନ୍ତି । ଏଥିସହ ରେଳ ବ୍ୟବହାରକାରୀଙ୍କୁ ଆଧୁନିକ, ନିର୍ଭରଯୋଗ୍ୟ, ନିରାପଦ ଏବଂ ଗ୍ରାହକ-କେନ୍ଦ୍ରିତ ସେବା ପ୍ରଦାନ କରିବାର ପ୍ରତିବଦ୍ଧତା କ୍ଷେତ୍ରରେ ସେ ଗୁରୁତ୍ୱାରୋପ କରିଛନ୍ତି ।

ସେ କହିଛନ୍ତି ଯେ, ପୂର୍ବତଟ ରେଳପଥ କ୍ରମାଗତ ଭାବେ ସମସ୍ତ କ୍ଷେତ୍ରରେ ବୃଦ୍ଧି ଘଟାଇ ରାଷ୍ଟ୍ରର ଜୀବନଧାରା ଭାବରେ କାର୍ଯ୍ୟ କରୁଛି ଏବଂ ଜାତୀୟ ଏକୀକରଣର ଏକ ସୁସଂଗତ ତଥା ଏକୀକରଣକାରୀ ଭୂମିକା ଗ୍ରହଣ କରୁଛି । ପୂର୍ବତଟ ରେଳପଥ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷର କେନ୍ଦ୍ର ବୋଲି ନିଜକୁ ପ୍ରମାଣିତ କରିପାରିଛି । ରେଳପଥର ଉତ୍ସର୍ଗୀକୃତ ପ୍ରୟାସ ଏବଂ ପ୍ରତିବଦ୍ଧତାକୁ ସର୍ବୋଚ୍ଚ ସ୍ତରରେ ସ୍ୱୀକୃତି ଦିଆଯାଇଛି ।

ସେ ଆହୁରି କହିଛନ୍ତି ଯେ, ସଙ୍କଟ ସମୟରେ ଯଥା ଟ୍ରେନ୍ ଚଳାଚଳକୁ ବାଧା ଦେଉଥିବା ଭୂସ୍ଖଳନ ପ୍ରସଙ୍ଗ ହେଉ କିମ୍ବା ଅନ୍ୟାନ ସଙ୍କଟ, ପୂର୍ବତଟ ରେଳପଥ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି । ସମାଜର କୋଣ ଅନୁକୋଣରୁ ପ୍ରଶଂସିତ ହୋଇଛି । ଟ୍ରେନ୍ ଚଳାଚଳ କ୍ଷେତ୍ରରେ ନିରାପତ୍ତାକୁ ବି ପୂର୍ବତଟ ରେଳପଥ ଗୁରୁତ୍ୱ ଦେଇ ଆସୁଛି। ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ସହ ଯାତ୍ରୀମାନଙ୍କ ସୁବିଧାଗୁଡ଼ିକରେ ବିଶେଷ ଭାବରେ ଅନ୍-ବୋର୍ଡ ସେବା ତଥା ରେଳ ଷ୍ଟେସନରେ ସାଧାରଣ ପରିଷ୍କାର ପରିଚ୍ଛନ୍ନତା ଏବଂ ପରିମଳ ସ୍ତରରେ ଉନ୍ନତି ସହିତ ଅନ୍ୟାନ ଆଧୁନିକ ଯାତ୍ରୀପରିଷେବା ଯୋଗାଇ ଦେବା ପାଇଁ ପ୍ରାଧାନ୍ୟ ଦିଆଯାଉଛି ।


ଏଥିସହ ସେ କହିଛନ୍ତି ଯେ, ପୂର୍ବତଟ ରେଳପଥ ୨୦୦ନିୟୁତ ଟନରୁ ଅଧିକ ପଣ୍ୟ ପରିବହନ କରିଛି ଯାହା ସମସ୍ତ ଜୋନ୍ ମଧ୍ୟରେ ସର୍ବାଧିକ ଅଟେ ଏବଂ ଏହା ମଧ୍ୟ ରେକର୍ଡ ସମୟ ମଧ୍ୟରେ ମାତ୍ର ୨୯୫ ଦିନରେ ଗତ ଆର୍ଥିକ ବର୍ଷ ତୁଳନାରେ ୧୫ଦିନ ପୂର୍ବରୁ ପୂରଣ ହୋଇପାରିଛି । ଚଳିତ ବର୍ଷ ୧୩୬.୬୫ କିମି ମଲ୍ଟି ଟ୍ରାକିଂର କାର୍ଯ୍ୟକ୍ଷମ ସହିତ ୩୭.୩ କିମି ର ନୂଆ ଲାଇନ୍ କାର୍ଯ୍ୟକ୍ଷମ କରାଯାଇଛି ।

ଏହି ରେଳପଥ ଚଳିତ ବର୍ଷ ସମ୍ବଲପୁର-ସମ୍ବଲପୁର ସିଟି-ମାନେଶ୍ବର (୧୫ କିମି) ରେଳପଥ ସମ୍ବଲପୁର-ତାଳଚେର ଦୋହରୀକରଣ ପ୍ରକଳ୍ପକୁ ସଫଳତାର ସହ ସମାପ୍ତ କରିଛି ଏବଂ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇଥିବା ଅନ୍ୟ କେତେକ ରେଳ ସେକ୍ସନ ହେଉଛି କୋଟାଭାଲାସା - ବୋଡଭାରା (୭.୩୦ କିଲୋମିଟର) - କୋରାପୁଟ ଦୋହରୀକରଣ ପ୍ରକଳ୍ପ, ଶିମିଳିଗୁଡା - ଆରାକୁ- ଗୋରାପୁର (୨୧.୬୧୯ କିମି) ସେକ୍ସନ, କୋଟାଭାଲାସା- କୋରାପୁଟ ଦୋହରୀକରଣ ପ୍ରକଳ୍ପ ବୋଲି ସେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details