ଓଡିଶା

odisha

ETV Bharat / state

ବାତ୍ୟା ‘ଦାନା‘ ଡ୍ୟୁଟିରେ ଥିଲେ ଡାକ୍ତର, କାମୁଡିଲା ସାପ

ବାତ୍ୟା ‘ଦାନା’ ଡ୍ୟୁଟି ସମୟରେ ଡାକ୍ତର ଶୌଚ ହେବା ପାଇଁ ବାହାରକୁ ଯିବା ହେଲା କାଳ । କାମୁଡିଲା ସାପ । ଏସସିବିରେ ଚାଲିଛି ଚିକିତ୍ସା ।

snake bite doctor admitted in scb
snake bite doctor admitted in scb (ETV Bharat Odisha)

By ETV Bharat Odisha Team

Published : 4 hours ago

Updated : 2 hours ago

କଟକ:ଡାକ୍ତରଙ୍କୁ ସର୍ପ ଦଂଶନ । ବାତ୍ୟା ଦାନା ର ପ୍ରଭାବ ଜାରି ରହିଥିଲା ବେଳେ ଡାକ୍ତର ଶୌଚ ହେବା ପାଇଁ ବାହାରକୁ ଯାଇଥିବା ସମୟରେ ସାପ କାମୁଡ଼ାର ଶିକାର ହୋଇଛନ୍ତି । ଶୁକ୍ରବାର ମଧ୍ୟ ରାତ୍ରିର ଘଟଣା। ଘଟଣା ସ୍ଥଳରେ ଅଚେତ ହେବା ପରେ ତାଙ୍କୁ ସଙ୍ଗେସଙ୍ଗେ ଏସସିବି ମେଡିକାଲରେ ଭର୍ତ୍ତି କରଯାଇଥିଲା ।

ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ଦେଖି ତାଙ୍କୁ ମେଡିସନ ଆଇସିୟୁରେ ଭର୍ତ୍ତି କରଯାଇଅଛି । ବର୍ତ୍ତମାନ ସେ ସୁସ୍ଥ ରହିଥିବା କହିଛନ୍ତି ମେଡିକାଲ କୂଳସଚିବ ଅଭିନାଶ ରାଉତ ।

DOCTOR SUSTAINS SNAKEBITE (ETV Bharat Odisha)

ସୂଚନା ଆନୁଯାୟୀ, ବାତ୍ୟା ଦାନା ଲ୍ୟାଣ୍ଡ ଫଲ କରିବା ପରେ ତାହାର ପ୍ରଭାବରେ ଶୁକ୍ରବାର କେନ୍ଦ୍ରାପଡା ରେ ଜାରି ରହିଥିଲା ପ୍ରବଳ ବର୍ଷା । ସେହି ସମୟରେ ମହାକାଳପଡ଼ା CHC ରେ କାର୍ଯ୍ୟରତ ଥିବା ଡାକ୍ତର ବବୁଲ ମହାନ୍ତି PHCରେ ରୋଗୀସେବା ପାଇଁ ମୁତୟନ ରହିଥିଲେ । କିନ୍ତୁ ମଧ୍ୟରାତ୍ରୀରେ ଡାକ୍ତର ଶୌଚ ହେବା ପାଇଁ ବାହାରକୁ ଯାଇଥିବା ସମୟରେ ସାପ କାମୁଡ଼ାର ଶିକାର ହୋଇଥିଲେ ।

ଏହା ବି ପଢନ୍ତୁ- ଅନ୍ଧାରରେ ୪୦ ହଜାର ଉପଭୋକ୍ତା, ‘ଚାଷ କ୍ଷୟକ୍ଷତି ଆକଳନ ପାଇଁ ଲାଗିବ ସମୟ’

ଏହା ବି ପଢନ୍ତୁ-ବାତ୍ୟା ବେଳେ ହୃଦୟ ଜିତିଲେ ଆଟେଣ୍ଡାଣ୍ଟ: ଅସୁସ୍ଥଙ୍କୁ ଟେକି ଆଣିଲେ, ସବୁଠି ବାଃ ବାଃ

"ତାଙ୍କ ସ୍ୱାସ୍ତ୍ୟବସ୍ଥା ବିଗିଡିବାରୁ ତାଙ୍କୁ ସଙ୍ଗେସଙ୍ଗେ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଶୁକ୍ରବାର ରାତିରୁ ଆହତ ଡାକ୍ତରଙ୍କ ଚିକିତ୍ସା ଜାରି ରହିଥିଲା ବେଳେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଡାକ୍ତରୀ ଟିମ ବବୁଲଙ୍କ ସ୍ୱାସ୍ଥ୍ୟାବସ୍ଥାରେ ନଜର ରଖିଛନ୍ତି," ବୋଲି କହିଛନ୍ତି ମେଡିକାଲ କୂଳସଚିବ । ଅନ୍ୟପଟେ ଆହତ ଡାକ୍ତରଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଦୁର୍ବଳ ହେଲା ବାତ୍ୟା-

କ୍ରମଶଃ ଦୁର୍ବଳ ହେଉଛି ବାତ୍ୟା 'ଦାନା' । ଦୁର୍ବଳ ଲଘୁଚାପରେ ପରିଣତ ହେଲା । ଉତ୍ତର ଓଡିଶା ଉପରେ ଲଘୁଚାପ ବର୍ତ୍ତମାନ ସକ୍ରିୟ ରହିଛି। ପଶ୍ଚିମ ଓଡିଶାକୁ ଏହାର ଦିଗ ରହିବା ସହ ଏହା ଆହୁରି ଦୁର୍ବଳ ହୋଇ ୬ ଘଣ୍ଟା ମଧ୍ୟରେ ସଦୃଶ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ରାଜ୍ୟରେ ଆଜିବି ଜାରି ରହିଛି ବର୍ଷା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ହେବ ତୁହାକୁ ତୁହା ବର୍ଷା ।

୪ ଜଲ୍ଲାକୁ ରେଡ ଓ୍ବାର୍ଣ୍ଣିଂ:

ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ରେଡ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେଗୁଡିକ ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜ । ସେହିପରି କେନ୍ଦ୍ରାପଡା, କଟକ, ଯାଜପୁର ଓ ଢେଙ୍କାନାଳରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ନୟାଗଡ ଓ ଅନୁଗୁଳକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Last Updated : 2 hours ago

ABOUT THE AUTHOR

...view details