ଓଡିଶା

odisha

ETV Bharat / state

ରେଳ ସେବାରେ ଯାତ୍ରୀଙ୍କ ପସନ୍ଦ ଓ ସୁରକ୍ଷାକୁ ଗୁରୁତ୍ୱ: ମାନସ ମନ୍ଥନ କଲା ସାଂସଦ କମିଟି - MP Committee Meeting - MP COMMITTEE MEETING

ଭୁବନେଶ୍ବରରେ ସାଂସଦ କମିଟ ବୈଠକ ଅନୁଷ୍ଠିତ । ବୈଠକରେ ବିଭିନ୍ନ ରେଳ ଭିତ୍ତିଭୂମି ସମ୍ବନ୍ଧରେ ଆଲୋଚନା । ସାଂସଦ କମିଟି ବୈଠକର ସଭାପତି ହେଲେ ଭର୍ତ୍ତୃହରି ମହତାବ ।

ରେଳ ସେବାରେ ଯାତ୍ରୀଙ୍କ ପସନ୍ଦ ଓ ସୁରକ୍ଷାକୁ ଗୁରୁତ୍ୱ: ମାନସ ମନ୍ଥନ କଲା ସାଂସଦ କମିଟି
ରେଳ ସେବାରେ ଯାତ୍ରୀଙ୍କ ପସନ୍ଦ ଓ ସୁରକ୍ଷାକୁ ଗୁରୁତ୍ୱ: ମାନସ ମନ୍ଥନ କଲା ସାଂସଦ କମିଟି (ETV Bharat Odisha)

By ETV Bharat Odisha Team

Published : Oct 5, 2024, 8:41 AM IST

ଭୁବନେଶ୍ବର:ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ପରିସୀମା ମଧ୍ୟରେ ଥିବା ସଂସଦୀୟ କ୍ଷେତ୍ରର ସାଂସଦମାନଙ୍କୁ ନେଇ ଭୁବନେଶ୍ବରରେ ଏକ ବିଭାଗୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରେଳସେବାର ଭିତ୍ତିଭୂମି ଓ ଯାତ୍ରୀ ସେବା ସମ୍ବନ୍ଧରେ ଆଲୋଚନା ହୋଇଥିଲା । ଯାତ୍ରୀଙ୍କ ପସନ୍ଦ ଟ୍ରେନ ସେବା, ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଓ ଉପାନ୍ତ ଅଞ୍ଚଳକୁ ଟ୍ରେନ ସେବା ସମ୍ପ୍ରସାରଣ ନେଇ ଆନ୍ଧ୍ର ପ୍ରଦେଶ ଏବଂ ଓଡିଶାର ବିଶିଷ୍ଟ ସାଂସଦମାନଙ୍କ ସହ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଓ ଅନ୍ୟ ବରିଷ୍ଠ ରେଳ ଅଧିକାରୀଙ୍କ ସହିତ ଆଲୋଚନା ହୋଇଥିଲା ।

ବୈଠକରେ ବିଭିନ୍ନ ବିଷୟ ଉପରେ ଗୁରୁତ୍ବ:-

  • ବୃଦ୍ଧି ପାଉଥିବା ଯାତ୍ରୀଙ୍କ ଚାହିଦା ମେଣ୍ଟାଇବା ପାଇଁ ଟ୍ରେନ୍ ଚଳାଚଳ ବୃଦ୍ଧିକୁ ଗୁରୁତ୍ୱ
  • ଉପାନ୍ତ ଅଞ୍ଚଳକୁ ଟ୍ରେନ ସେବା ସମ୍ପ୍ରସାରଣ କରିବାକୁ ନେଇ ଗୁରୁତ୍ୱ
  • ନୂତନ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପନ୍ନ କରିବା ଦିଗରେ ଗୁରୁତ୍ବ ଦିଆଯାଇଛି
  • ରୋଡ଼ ଅଣ୍ଡର ବ୍ରିଜ୍ (ଉପମାର୍ଗ) ଏବଂ ରୋଡ୍ ଓଭର ବ୍ରିଜ୍ ର ବିକାଶ ପାଇଁ ଯୋଜନା ପ୍ରସ୍ତୁତ
  • ଷ୍ଟେସନ ମାନଙ୍କରେ ଯାତ୍ରୀଙ୍କ ସୁବିଧା ସୁଦୃଢ଼ କରିବାକୁ ଗୁରୁତ୍ୱ
  • ଟ୍ରେନ, ପ୍ଲାଟଫର୍ମ ଓ ଷ୍ଟେସନ ପରିସରରେ ସ୍ୱଚ୍ଛତା ସମ୍ବନ୍ଧରେ ବିଶେଷ ଧ୍ୟାନ ଦେବା
  • ଚାଲୁ ରହିଥିବା ରେଳ ପ୍ରକଳ୍ପ ଗୁଡିକୁ ସମୟ ସୀମା ମଧ୍ୟରେ କାର୍ଯ୍ୟକ୍ଷମ କରିବା
  • ବିଭିନ୍ନ ଷ୍ଟେସନ ଠାରେ ବିଭିନ୍ନ ଟ୍ରେନ ମାନଙ୍କର ରହଣି ଉପରେ ଗୁରୁତ୍ବ

ଏହା ମଧ୍ୟ ପଢନ୍ତୁ-ବନ୍ଦେ ଭାରତରେ ଅଙ୍ଗନବାଡି ! ଟ୍ରେନରେ ପିଲାଙ୍କ ପାଠପଢା - Anganwadi Centre

ଏହା ବି ପଢନ୍ତୁ...ରେଳବାଇରେ ବଡ଼ ନିଯୁକ୍ତି ସୁଯୋଗ, ଶୀଘ୍ର କରନ୍ତୁ ଆବେଦନ - RRB Recruitment 2024

ଏହା ମଧ୍ୟ ପଢନ୍ତୁ...ଟ୍ରେନରେ ବିଦେଶ ଯାତ୍ରା, କେଉଁ ରାଜ୍ୟରେ ଅଛି ଅନ୍ତର୍ଜାତୀୟ ରେଲୱେ ଷ୍ଟେସନ ? - Railway Station To Go Abroad

  • ଭର୍ତ୍ତୃହରି ହେଲେ ସଭାପତି :

ସାଂସଦ କମିଟି ବୈଠକରେ ବରିଷ୍ଠ ରାଜନେତା ତଥା କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ବିଭାଗୀୟ କମିଟିର ସଭାପତି ଭାବରେ ସାଂସଦମାନେ ମନୋନୀତ କରିଛନ୍ତି । ଏହି କମିଟିରେ ସଦସ୍ୟ ଶ୍ରୀକାକୁଲମ ସାଂସଦ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ.ରାମମୋହନ ନାଇଡୁ, ଜଗତସିଂହପୁର ସାଂସଦ ବିଭୂ ପ୍ରସାଦ ତରାଇ, ପୁରୀ ସାଂସଦ ସମ୍ବିତ ପାତ୍ର, ରାଜ୍ୟସଭା ସାଂସଦ ସୁଲତା ଦେଓ, ରାଜ୍ୟସଭା ସାଂସଦ ସୁଭାଷ ଖୁଣ୍ଟିଆ, ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ, କେନ୍ଦୁଝର ସାଂସଦ ଅନନ୍ତ ନାୟକ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଏବଂ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ପ୍ରମୁଖ ରହିଛନ୍ତି ।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ତାଙ୍କ ଅଭିଭାଷଣରେ ସାଂସଦମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କର ମୂଲ୍ୟବାନ ମତାମତ, ଉପଦେଶ ଏବଂ ସମର୍ଥନ ପାଇଁ କୃତଜ୍ଞତା ଜଣାଇଥିଲେ । ଯାତ୍ରୀ ସେବାରେ ଉନ୍ନତି ଏବଂ ଚାଲୁ ରହିଥିବା ଭିତ୍ତିଭୂମି ବିକାଶ ପ୍ରକଳ୍ପ ଉପରେ ଧ୍ୟାନ ଦେଇ ସେ ପୂର୍ବତଟ ରେଳପଥର କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ଗୁରୁତ୍ୱରାପ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details