ଓଡିଶା

odisha

ETV Bharat / state

ସମ୍ବଲପୁରରେ ମେ 10ରୁ ରବି ଧାନ ସଂଗ୍ରହ - Paddy Procurement Meeting

DLPC Meeting in Sambalpur: ସମ୍ବଲପୁରରେ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ । ମେ 10 ତାରିଖରୁ ଧାନ ସଂଗ୍ରହ ପାଇଁ ନିଷ୍ପତ୍ତି । ଅଧିକ ପଢ଼ନ୍ତୁ

DLPC Meeting in Sambalpur
DLPC Meeting in Sambalpur

By ETV Bharat Odisha Team

Published : Apr 24, 2024, 9:31 PM IST

DLPC Meeting in Sambalpur

ସମ୍ବଲପୁର: ରବି ଋତୁର ଧାନ ସଂଗ୍ରହ ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ DLPC ବୈଠକ ଅନୁଷ୍ଠିତ ହୋଇଯାଇଛି l ଆଜି ଏହି ବୈଠକ ଜିଲ୍ଲାପାଳ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ କରାଯାଇଛି । ଏହି ବୈଠକଟି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଜିଲ୍ଲାର ଚାଷୀ ନେତା, ଚାଷୀ, DRCS, ଜିଲ୍ଲା ଯୋଗାଣ ଅଧିକାରୀ, ମିଲର ପ୍ରତିନିଧି, ବ୍ୟାଙ୍କ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ l ଆଜି ଏହି ବୈଠକରେ ଆସନ୍ତା ମେ ମାସର 10 ତାରିଖରେ ଚଳିତ ବର୍ଷର ରବି ଋତୁର ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯିବାର ନିଷ୍ପତ୍ତି ନିଆଯାଇଛି ।

ଏହି ଅବସରରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ ଚଳିତ ରବି ଋତୁର ଧାନ ସଂଗ୍ରହ ପାଇଁ ଜିଲ୍ଲାରେ ସମୁଦାୟ 61ଟି ମଣ୍ଡି ଖୋଲାଯିବ। ଏଥିରେ 30ଟି ମିଲର ନିୟୋଜିତ ରହିବେ l ଏହା ସହ ଧାନର ସଂଗ୍ରହ ସମୟରେ ପ୍ରତ୍ୟେକ ବର୍ଷ ଚାଷୀ ମାନେ କଟନୀ ଛଟନୀ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତାକୁ ଦୃଷ୍ଟିରେ ରଖି ଏଥର କଟନୀ ଛଟନୀ ଉପରେ ବିଶେଷ ନଜର ରଖାଯିବ ବୋଲି ଜିଲ୍ଲାପାଳ କହିଛନ୍ତି l ଯାହା ପାଇଁ ଏକ ସବ-କମିଟି ଗଠନ କରାଯିବ l ସେହି ସବ-କମିଟି କଟନୀ ଛଟନୀର ସମୀକ୍ଷା କରିବେ l ଏହା ସହ କୌଣସି ପ୍ରକାର ଅବହେଳା କିମ୍ବା ବିଶୃଙ୍ଖଳା ନଜରକୁ ଆସିଲେ ତା ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି l ଟୋକନ ସମସ୍ୟା ପ୍ରସଙ୍ଗ ନେଇ ଜିଲ୍ଲାପାଳ କହିଥିଲେ ଯେ ସମସ୍ତ ଟୋକନର ଅବଧି 30 ଦିନ ରହିବ l ଯଦି କୌଣସି ଟୋକନର କିଛି ସମସ୍ୟା ହେବ ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ନିଜେ ସେହି ସମସ୍ୟାର ସମାଧାନ କରିବେ l ଚଳିତ ବର୍ଷ ଧାନ ସଂଗ୍ରହ ପାଇଁ 9ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିୟୋଜିତ ରହିବେ l

ଏହା ମଧ୍ୟ ପଢ଼ନ୍ତୁ.. ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ, ବିଳମ୍ବରେ ମଣ୍ଡି ଖୋଲିବା ନିଷ୍ପତ୍ତିରେ ଚାଷୀ ଅସନ୍ତୋଷ - Paddy Procurement Meeting

ରବି ଋତୁର ଧାନ ସଂଗ୍ରହ ଗ୍ରୀଷ୍ମ ମାସରେ ହୋଇଥାଏ ସେଥିପାଇଁ ଗ୍ରୀଷ୍ମ ପ୍ରଭାବ ରହିବ l ତାକୁ ଦୃଷ୍ଟିରେ ରଖି ଚାଷୀମାନେ ଖରାରେ ଯେପରି ହଇରାଣ ନହେବେ ଓ ସୁବିଧାରେ ଧାନ ବିକ୍ରି କରିପାରିବେ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି l ସମସ୍ତ ମଣ୍ଡି ମାନଙ୍କରେ ଥଣ୍ଡା ପାନୀୟ ଜଳ, ଓଆରଏସ ପାଣି, ଶୌଚାଳୟ ଏବଂ ଚାଷୀ ମାନଙ୍କ ବସିବା ପାଇଁ ଟେଣ୍ଟର ମଧ୍ୟ ବ୍ୟବସ୍ଥା କରାଯିବ l ଏହା ସହ ମେଡିକାଲ ସୁବିଧାର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି lଏହି ଅବସରରେ ଜିଲ୍ଲା ଯୋଗାଣ ଅଧିକାରୀ ଆହୁରି ସୂଚନା ଦେଇ କହିଛନ୍ତି ଯେ ଚଳିତ ବର୍ଷ ରବି ଋତୁ ପାଇଁ 15 ହଜାରରୁ ଊର୍ଦ୍ଧ୍ବ ଚାଷୀ ମାନେ ଅନଲାଇନରେ ପଞ୍ଜିକରଣ କରିସାରିଛନ୍ତି l ସମସ୍ତ ଡାଟା ଅନଲାଇନରେ ଅପଲୋଡ଼ କରାଯାଇଛି l ତେବେ ଚଳିତ ବର୍ଷରେ 4229ଟି ସନ୍ଦିଗ୍ଧ ଜମି ବାହାରିଥିବା ବେଳେ ସନ୍ଦିଗ୍ଧ ଜମି ମାନଙ୍କର DSR ଦ୍ୱାରା ନିରୀକ୍ଷଣ କରାଯାଉଥିବା ନେଇ ଜିଲ୍ଲା ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି l

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details