ଭୁବନେଶ୍ବର:ଆଉ କିଛିଦିନ ପରେ ଅନୁଷ୍ଠିତ ହେବ ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ । ଆଗାମୀ ସାଧାରଣ ନିର୍ବାଚନ ୨୦୨୪କୁ ମୁକ୍ତ ଓ ଅବାଧ କରିବା ପାଇଁ ଗୁରୁତ୍ୱ ଦିଆଯାଉଛି । ତେବେ ନିର୍ବାଚନ ସମୟରେ ସଠିକ ପରିଚାଳନା କରିବା ପାଇଁ ବସିଥିଲା ପ୍ରସ୍ତୁତି ବୈଠକ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା ହୋଇଥିଲା । ଭିସି ଜରିଆରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏନ. ତିରୁମାଲା ନାଏକ ଅଧ୍ୟକ୍ଷତା କରିଥିଲେ ।
ବୈଠକରେ ପୁରୀ, ଗଜପତି, ଝାରସୁଗୁଡ଼ା, ମୟୂରଭଞ୍ଜ ଆଦି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ଭିସି ଜରିଆରେ ନିଜ ନିଜ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ସବିଶେଷ ତଥ୍ୟ ରଖିଥିଲେ । ଏହି ବୈଠକରେ ମୁଖ୍ୟତଃ ଜିଲ୍ଲାସ୍ତରରେ ଟ୍ରେନିଂ, ପୋଷ୍ଟାଲ ବାଲାଟର ପରିଚାଳନା ଆଦି ବିଷୟରେ ଆଲୋଚନା ହୋଇଥିଲା । ନିର୍ବାଚନ ସମୟରେ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରମାନେ ଯେପରି ଇଭିଏମ ସମ୍ବନ୍ଧୀୟ ସମସ୍ତ ଟ୍ରେନିଂ ପାଇପାରିବେ ସେ ବିଷୟରେ ଆଲୋଚନା ହୋଇଛି ।
ଏହା ମଧ୍ୟ ପଢନ୍ତୁ: ବିଜେଡି ବୈଠକ; ମେଣ୍ଟ ନେଇ ଟିକେ କହିଲେ, ବେଶୀ ଚାପିଲେ