ଓଡିଶା

odisha

ETV Bharat / state

ଦୁର୍ଗମ ଅଞ୍ଚଳରେ ବୌଦ୍ଧ ଜିଲ୍ଲାପାଳ, ବୁଝିଲେ ଲୋକଙ୍କ ସମସ୍ୟା

Development works In Boudh: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଦୁର୍ଗମ ଅଞ୍ଚଳରେ ଥିବା ପୋଲିଂ ବୁଥ ପରିଦର୍ଶନ ସହିତ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 26, 2024, 9:30 AM IST

ପୋଲିଂ ବୁଥ ପରିଦର୍ଶନ କଲେ ଜିଲ୍ଲାପାଳ
ପୋଲିଂ ବୁଥ ପରିଦର୍ଶନ କଲେ ଜିଲ୍ଲାପାଳ

ପୋଲିଂ ବୁଥ ପରିଦର୍ଶନ କଲେ ଜିଲ୍ଲାପାଳ

ବୌଦ୍ଧ:ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସ୍ଥିତି ଅନୁଧ୍ୟାନ କଲେ ନୂତନ ଜିଲ୍ଲାପାଳ । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲାପାଳ ଦୁର୍ଗମ ଅଞ୍ଚଳରେ ଥିବା ପୋଲିଂ ବୁଥ ପରିଦର୍ଶନ ସହିତ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ବୌଦ୍ଧ ଜିଲ୍ଲାର ନୂତନ ଜିଲ୍ଲାପାଳ ଜେ. ସୋନାଲ ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ପହଞ୍ଚି ସେଠାରେ ସରକାରୀ ଯୋଜନାର ସଫଳତାକୁ ନେଇ ସମୀକ୍ଷା କରିଛନ୍ତି ।

ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଠିକରେ ପହଞ୍ଚି ପାରୁନି । ବିଶେଷ ଭାବରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ବିଦ୍ୟୁତ, ମହିଳା ଶିଶୁ ବିକାଶ, ଆବାସ, ରାସନ୍ ଭଳି ବିଭିନ୍ନ ଯୋଜନା ହିତାଧିକାରୀଙ୍କ ନିକଟରେ କିଭଳି ପହଞ୍ଚୁଛି ସେନେଇ ନୂତନ ଜିଲ୍ଲାପାଳ ଖୋଦ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସ୍ଥିତି ପରଖିଛନ୍ତି । ଗତ ସୋମବାର ଦିନ ବୌଦ୍ଧ ଜିଲ୍ଲାର ଅତ୍ୟନ୍ତ ଦୁର୍ଗମ ଅଞ୍ଚଳ ଆଢେଣୀଗଡ ପଞ୍ଚାୟତର କଣ୍ଡରା କାଚପାଜୁ ଗ୍ରାମରେ ଜିଲ୍ଲାପାଳ ଜେ ସୋନାଲ ଓ ଏସପି ରାଜ ପ୍ରସାଦ ପହଞ୍ଚି ସେଠାରେ ଥିବା ପୋଲିଂ ବୁଥ ପରିଦର୍ଶନ ସହିତ ସ୍ଥାନୀୟ ଅଧିବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହାଛଡା ଜିଲ୍ଲାପାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶଗଡ଼ା ପଞ୍ଚାୟତର ମାଳତୀଗୋଛାପଡା ଠାରେ ପହଞ୍ଚି ସ୍ଥାନୀୟ ଅଧିବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏଥି ସହିତ ସେଠାରେ ଥିବା ପୋଲିଂ ବୁଥ ପରିଦର୍ଶନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ରାଉରକେଲାରେ କେନ୍ଦ୍ରୀୟ ଟିମ୍, ହଇଜା ଓ ଡାଇରିଆ ସ୍ଥିତିର କଲେ ସମୀକ୍ଷା

ତେବେ ଗତ କିଛି ଦିନ ପୂର୍ବରୁ ବୌଦ୍ଧର ପୂର୍ବତନ ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର ମଧ୍ୟ ପାଦରେ ଚାଲି ଚାଲି ମାତାଗାଡୁ ଗ୍ରାମରେ ପହଞ୍ଚି ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଜିଲ୍ଲାର ଆଢେଣୀଗଡ ପଞ୍ଚାୟତ ସହିତ ତଳଗାଁ, ମହାଲିକପଡା, କୁଶଙ୍ଗ, ଛତ୍ରଭଙ୍ଗ, ଟିକରପଡା, ଆମ୍ବଝରୀ, ଗୁନ୍ଦୁଳିଆ, ଶଗଡ଼ା, ଲମ୍ବସରୀ, ବରଗାଁ, ନାରାୟଣ ପ୍ରସାଦ ଭଳି ଅନେକ ପଞ୍ଚାୟତର ଏଭଳି ଅନେକ ଦୁର୍ଗମ ଅଞ୍ଚଳକୁ ଯୋଗାଯୋଗର ବିଛିନ୍ନତା ହେତୁ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଠିକରେ ପହଞ୍ଚି ପାରୁନାହିଁ । ଏନେଇ ନୂତନ ଜିଲ୍ଲାପାଳ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ପହଞ୍ଚି ହିତାଧିକାରୀଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା କରୁଥିବାରୁ ବିଭିନ୍ନ ଅଞ୍ଚଳର ଅଧିବାସୀ ବେଶ ଆଶା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details