ଓଡିଶା

odisha

ETV Bharat / state

ଜାନୁଆରୀ ୮ରୁ ଢେଙ୍କାନାଳରେ ଧାନ କିଣା ଆରମ୍ଭ - DHENKANAL PADDY PROCUREMENT

ଜାନୁଆରୀ ୮ରୁ ଢେଙ୍କାନାଳ ଜିଲ୍ଲାରେ ଆରମ୍ଭ ହେବ ଖରିଫ ଧାନ କିଣା ପ୍ରକ୍ରିୟା । ମୋଟ ୫୪ ହଜାର ୬୫୪ ଚାଷୀଙ୍କ ଠାରୁ ହେବ ଧାନ ସଂଗ୍ରହ ।

DHENKANAL PADDY PROCUREMENT
DHENKANAL PADDY PROCUREMENT (ETV Bharat Odisha)

By ETV Bharat Odisha Team

Published : Nov 21, 2024, 4:33 PM IST

ଢେଙ୍କାନାଳ: ଆସନ୍ତା ଜାନୁଆରୀ ୮ରୁ ଢେଙ୍କାନାଳ ଜିଲ୍ଲାରେ ଆରମ୍ଭ ହେବ ଖରିଫ ଧାନ କିଣା ପ୍ରକ୍ରିୟା । ଜିଲ୍ଲାରେ ୮୮ଟି ମଣ୍ଡିରେ ପଞ୍ଜିକୃତ ମୋଟ ୫୪ ହଜାର ୬୫୪ ଚାଷୀଙ୍କ ଠାରୁ ହେବ ଧାନ ସଂଗ୍ରହ । ମୋଟ ୧୩ ଲକ୍ଷ ୯୫ ହଜାର ୩୦୮ କ୍ବିଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିବା ନେଇ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆରମ୍ଭ ହେଉଥିବା ଧାନ କିଣାରେ କ୍ବିଇଣ୍ଟାଲ ପିଛା ୩୧ ଶହ ଟଙ୍କା ଦରରେ କିଣିବେ ସରକାର ।

ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ:

DHENKANAL PADDY PROCUREMENT (ETV Bharat Odisha)

ଗତକାଲି (ବୁଧବାର) ସନ୍ଧ୍ୟାରେଢେଙ୍କାନାଳଜିଲ୍ଲାପରିଷଦ ସଭାଗୃହରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ସଭାପତିତ୍ୱରେ ଜିଲ୍ଲା ଯୋଗାଣ ଅଧିକାରୀ, ସମବାୟ ସମିତିର ଉପନିବନ୍ଧକ, ପରଜଙ୍ଗ ଓ କାମାକ୍ଷାନଗର ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାରେ ଚଳିତ ଆର୍ଥିକ ବର୍ଷରେ ସରକାରଙ୍କୁ ଧାନ ବିକ୍ରି କରିବା ପାଇଁ ୫୩ ହଜାର ୬୫୪ ଜଣ ଚାଷୀ ପଞ୍ଜିକୃତ ହୋଇଛନ୍ତି । ମୋଟ ୮୮ଟି ଧାନମଣ୍ଡି ପ୍ରସ୍ତୁତ କରାଯିବା ସହ ୧୩ ଲକ୍ଷ ୯୫ ହଜାର ୩୦୮ କ୍ବିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଏମିତି କହିଲେ ଜିଲ୍ଲାପାଳ:

DHENKANAL PADDY PROCUREMENT (ETV Bharat Odisha)

ଏନେଇ ଢେଙ୍କାନାଳ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ କହିଛନ୍ତି,"ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଚଳିତ ବର୍ଷ ଏଫ୍.ଏ.କ୍ୟୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ପିଛା ୨୩୦୦/- ଟଙ୍କା ଏବଂ ଗ୍ରେଡ-ଏ ମୂଲ୍ୟ ପ୍ରତି କ୍ଵିଣ୍ଟାଲ ୨୩୨୦/- ଟଙ୍କା ରଖାଯାଇଛି । ଏହାବାଦ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟ ସମେତ ୮୦୦ ଟଙ୍କାର ଅତିରିକ୍ତ ଇନପୁଟ ଆସିଷ୍ଟାନ୍ସ ମଧ୍ୟ ଦିଆଯିବ । ବସ୍ତାର ପର୍ଯ୍ୟାପ୍ତ ଯୋଗାଣ, ମଣ୍ଡିରେ ବିଜୁଳି, ଭିତ୍ତିଭୂମି, ଆଶ୍ରୟ ସ୍ଥଳ, ଟୋକନ୍ ସମୟ ସୀମା, ସମସ୍ତ ବ୍ଲକରେ ଓଜନ ମେସିନର ଉପଲବ୍ଧି ଉପରେ ଆଲୋଚନା କରାଯାଇଛି ।"

'ମଣ୍ଡିରେ ଡିଜିଟାଲ ଆର୍ଦ୍ରତା ମାପ ଯନ୍ତ୍ର ରହିବ':

ସେ ଆହୁରି ମଧ୍ୟ କହିଛନ୍ତି,"ପ୍ରତ୍ୟେକ ଧାନ ମଣ୍ଡିରେ ଗୁଣାତ୍ମକ ମାନ ଯାଞ୍ଚ କରିବା ପାଇଁ ବ୍ୟବସ୍ଥା କରାଯିବ । ରେଜିଷ୍ଟରରେ କୃଷକମାନଙ୍କ ତଥ୍ୟ ଉଲ୍ଲେଖ ରହିବ । ସଂଗୃହୀତ ଧାନର ମାନ ନିରୀକ୍ଷଣ କରିବା ପାଇଁ ଯନ୍ତ୍ରର ବ୍ୟବହାର କରାଯିବ । ସମସ୍ତ ମଣ୍ଡି ଗୁଡ଼ିକରେ ଡିଜିଟାଲ ଆର୍ଦ୍ରତା ମାପ ଯନ୍ତ୍ର ଲଗାଯିବ । "ସେପଟେ ଅସାଧୁ ବ୍ୟକ୍ତି ଯେପରି ଧାନ ସଂଗ୍ରହ ପ୍ରକ୍ରିୟାରେ ହସ୍ତକ୍ଷେପ ନକରନ୍ତି,ଏଥିପ୍ରତି ଧ୍ୟାନ ଦେବାକୁ ବିଧାୟକ କାମାକ୍ଷାନଗର ଶତ୍ରୁଘ୍ନ ଜେନା ପରାମର୍ଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ ...ସମ୍ବଲପୁରରେ ୨୨ରୁ ଖରିଫ ଧାନ କିଣା, ଟୋକନ ପରିଚାଳନାରେ ଜିଲ୍ଲାପାଳ

ଏହା ମଧ୍ୟ ପଢନ୍ତୁ ...ବରଗଡ଼ରୁ ଆରମ୍ଭ ହେଲା ଧାନ ସଂଗ୍ରହ ପ୍ରକ୍ରିୟା, ଟୋକନ ସମସ୍ୟା ପାଇଁ ଦ୍ବନ୍ଦ୍ବରେ ଚାଷୀ

ଏହା ମଧ୍ୟ ପଢନ୍ତୁ ...ସୁରୁଖୁରୁରେ ହେବ ଧାନ କିଣା, ମନଇଚ୍ଛା କଟନୀ ଛଟନୀରେ ଲାଗିବ ରୋକ

ମଣ୍ଡି ଜଗିବେ ନୋଡାଲ ଅଧିକାରୀ:

ଚଳିତ ବର୍ଷ ମଣ୍ଡି ଗୁଡ଼ିକରେ ନୋଡାଲ ଅଧିକାରୀ,ସୁପରଭାଇଜ଼ର ମାନେ ରହିବେ । ଯାହାଫଳରେ ଚାଷୀମାନେ ସେମାନଙ୍କ ଅସୁବିଧା ସିଧାସଳଖ ସେମାନଙ୍କୁ ଜଣାଇପାରିବେ । ସେପଟେ ଯଦି କୌଣସି ସମସ୍ୟା ହୁଏ, ସେଥିପାଇଁ ହେଲ୍ପ ଲାଇନ ନଂ- ୧୯୬୭ ଜାରି କରାଯାଇଛି । ଏହି ବୈଠକରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ଉପଜିଲ୍ଲାପାଳ ବିବୁଦ୍ଧ ଗଡ଼ନାୟକ, ହିନ୍ଦୋଳ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ, ଡ଼ିଆରସିଏସ ସରୋଜିନୀ ଜେନା,ମିଲର ଏବଂ କୃଷକ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details