ଓଡିଶା

odisha

ETV Bharat / state

ଲାଲଗଡ଼ରେ DGP, ୨୦୨୬ ସୁଦ୍ଧା ମାଓ ମୁକ୍ତ ନେଇ ରୋଡମ୍ୟାପ୍ - DGP ON ANTI MAOIST OPERATION

ମାଲକାନଗିରିରେ ମାଓ ମୁକାବିଲାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ୱାଇ.ବି ଖୁରାନିଆ । ସ୍ବାଭିମାନ ଅଞ୍ଚଳକୁ ମାଓ ମୁକ୍ତ ନେଇ ରୋଡମ୍ୟାପ ପ୍ରସ୍ତୁତି ।

DGP YB Khurania Visits Malkangiri
DGP YB Khurania Visits Malkangiri (ETV Bharat Odisha)

By ETV Bharat Odisha Team

Published : Nov 8, 2024, 10:54 AM IST

Updated : Nov 8, 2024, 11:07 AM IST

ମାଲକାନଗିରି: ମାଓ ମୁକ୍ତ ହେବ ଓଡ଼ିଶା । ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶକୁ ମାଓ ମୁକ୍ତ କରାଯିବା ନେଇ ଆହ୍ବାନ ଦେଇଛନ୍ତି ଗୃହ ମନ୍ତ୍ରୀ । ଏଥିପାଇଁ ରଣନୀତି ପ୍ରସ୍ତୁତ କରିଛି ଓଡ଼ିଶା ପୋଲିସ । ଓଡ଼ିଶାରେ ଏହି ଲକ୍ଷ୍ୟକୁ ନିର୍ଦ୍ଧାରିତ ସମୟ ଅବଧିରେ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପ୍ରଥମ ଲକ୍ଷ୍ୟ ରଖିଛି ଓଡ଼ିଶା ପୋଲିସ । ମାଓବାଦୀମାନେ ବିଭିନ୍ନ ସ୍ଥାନରେ ବିପୁଳ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଛନ୍ତି, ଯାହାକୁ ଖୋଜିଖୋଜି ବାହାର କରାଯିବ । ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ନେବା ପରେ ପ୍ରଥମ ଥର ମାଲକାନଗିରି ଗସ୍ତ ଏଭଳି କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ ।

ସ୍ବାଭିମାନ ଅଞ୍ଚଳରେ ମାଓ ଦମନ :

ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ କହିଛନ୍ତି, "୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ସମ୍ପୂର୍ଣ୍ଣ ଦେଶକୁ ମାଓମୁକ୍ତ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆହ୍ବାନ ଦେଇଛନ୍ତି । ଏହି ଆହ୍ବାନ ପୂରଣ କରିବା ପାଇଁ ଓଡ଼ିଶା ପୋଲିସ ଚେଷ୍ଟିତ । ଯେଉଁଠି ବି ନକ୍ସଲବାଦ ଅଛି ତାକୁ ଖୋଜି ବାହାର କରିବା ଓ ଉଚିତ ପଦକ୍ଷପ ନେବା ପାଇଁ ଆମର ଚେଷ୍ଟା ଚାଲିଛି । ପୂର୍ବର ଏବଂ ବର୍ତ୍ତମାନର ସ୍ବାଭିମାନ ଅଞ୍ଚଳରେ ବଡ଼ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ବର୍ତ୍ତମାନ ସ୍ବାଭିମାନ ଅଞ୍ଚଳରେ ଲୋକମାନଙ୍କ ଭିତରେ ଉତ୍ସାହ ଅଛି । ସେମାନେ ତାଙ୍କର ବ୍ୟବସାୟରେ ଲାଗିଛନ୍ତି, ଚାଷ କାର୍ଯ୍ୟ କରୁଛନ୍ତି, ଏହା ସହ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟରେ ସମିଲ ହେଉଛନ୍ତି । ସ୍ଵାଭିମାନ ଅଞ୍ଚଳରେ ଶାନ୍ତି ଫେରି ଆସିଛି । ସ୍ବାଭିମାନ ଅଞ୍ଚଳବାସୀଙ୍କୁ ସୁରକ୍ଷା ବଳ ପ୍ରଦାନ କରାଯାଉଛି । ସ୍ବାଭିମାନ ଅଞ୍ଚଳରେ ବର୍ତ୍ତମାନ ଯେପରି ସ୍ଥିତି ଅଛି ତାକୁ ବଜାୟ ରଖିବା ପାଇଁ ଓଡ଼ିଶା ପୋଲିସ ଲକ୍ଷ୍ୟ ରଖିଛି ।"

DGP YB Khurania Visits Malkangiri (ETV Bharat Odisha)

ସ୍ବାଭିମାନ ଅଞ୍ଚଳବାସୀଙ୍କ ପାଇଁ ପଦକ୍ଷେପ:

ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ୨ ଦିନିଆ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ । ମାଲକାନଗିରିରେ ପୋଲିସ ଓ ବିଏସଏଫର ଏକ ବରିଷ୍ଠ ଅଧିକାରୀଙ୍କ ସହ କରିଛି ସମୀକ୍ଷା ବୈଠକ କରିଛନ୍ତି ଡିଜିପି । ସେ କହିଛନ୍ତି ଯେ, 'ମାଓବାଦୀମାନେ ବିଭିନ୍ନ ସ୍ଥାନରେ ଲୁଚାଇଥିବା ଅସ୍ତ୍ରଶସ୍ତ୍ରକୁ ଖୋଜି ବାହାର କରାଯିବ । ସ୍ବାଭିମାନ ଅଞ୍ଚଳବାସୀଙ୍କୁ ଯଥେଷ୍ଟ ସୁରକ୍ଷା ଯୋଗାଇ ଦିଆଯିବ । ମାଓବାଦୀ କମିବା ସହ ରାଜ୍ୟକୁ ଗଞ୍ଜେଇ ମୁକ୍ତ କରାଯିବ । ଯବାନଙ୍କ ସହ ଆଲୋଚନା ପରେ ସେମାନଙ୍କର ସମସ୍ତ ସମସ୍ୟାର ସମାଧାନ କରାଯିବ । ' ଅଞ୍ଚଳବାସୀ କିଭଳି ଶାନ୍ତିରେ ନିରାପଦରେ ରହିବେ ସେନେଇ ପଦକ୍ଷେପ ନିଆଯାଉଛି କହିଛନ୍ତ ପୋଲିସ ମହାନିର୍ଦ୍ଦେଶକ ।

DGP YB Khurania Visits Malkangiri (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ଦେଶକୁ ସୁରକ୍ଷା ଦେବେ ମାଓ ପ୍ରବଣ ଅଞ୍ଚଳ ଛାତ୍ରଛାତ୍ରୀ, ସେନାବାହିନୀରେ ହେବେ ସାମିଲ

ଏହା ମଧ୍ୟ ପଢ଼ନ୍ତୁ...ଲାଲବାହିନୀ ବିରୋଧରେ ବଡ଼ ଆକ୍ସନ ପ୍ଲାନ ! ଓଡ଼ିଶା ସମେତ ୮ ନକ୍ସଲ ଉପଦ୍ରୁତ ରାଜ୍ୟ ମୁଖିଆଙ୍କ ବୈଠକ - Anti Naxal Meet

ଏହା ମଧ୍ୟ ପଢ଼ନ୍ତୁ...'୨୦୨୬ ସୁଦ୍ଧା ମୂଳପୋଛ ହେବେ ମାଓବାଦୀ', ଓଡ଼ିଶାରେ ସଫଳ ହୋଇଛି ମାଓ ଦମନ: DGP

ମାଲକାନଗିରିରେ ପୋଲିସ ମହାନିର୍ଦ୍ଦେଶକ:

DGP YB Khurania Visits Malkangiri (ETV Bharat Odisha)

ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ନେବା ପରେ ଗତକାଲି (ଗୁରୁବାର) ପ୍ରଥମ ଥର ପାଇଁ ମାଲକାନଗିରି ଜିଲ୍ଲା ଗସ୍ତ କରିଥିଲେ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ । ମାଲକାନଗିରି ଜିଲ୍ଲାକୁ ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପହଞ୍ଚି ବିଭିନ୍ନ ବିଷୟରେ ସମୀକ୍ଷା କରିଛନ୍ତି । ମାଲକାନଗିରି ଗସ୍ତରେ ଆସି ପ୍ରଥମେ ମାଓପ୍ରବଣ ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଆଞ୍ଚଳର ଗୋରାସେତୁ ବିଏସଏଫ କ୍ୟାମ୍ପ ପରିଦର୍ଶନ କରିଥିଲେ । ସେଠାରେ ଯବାନମାନଙ୍କ ସହ ମାଓ ଦମନକୁ ନେଇ ଆଲୋଚନା କରିଥିଲେ । ଏହାସହ ବିଏସଏଫ ଅଧିକାରୀଙ୍କ ସହିତ ମାଓ ସମସ୍ୟା ନେଇ ଆଲୋଚନା କରିଥିଲେ । ପରେ ମାଲକାନଗିରି ଜିଲ୍ଲା ସଦରରରେ ଥିବା ଏମଭି ୩ ସ୍ଥିତ ବିଏସଏଫ କ୍ୟାମ୍ପରେ ପହଞ୍ଚି ବିଏସଏଫ ଆଇଜି ସି.ଡି ଅଗ୍ରୱାଲ, ଡିଆଇଜି ବିଜୟ ସିହ୍ନା ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ବିଏସଏଫ ଉଚ୍ଚ ଅଧିକାରୀ ଓ ଅନ୍ୟାନ ପୋଲିସ ଅଧିକାରୀଙ୍କ ସହିତ ମାଓ ଦମନର ରଣନୀତି ସମ୍ପର୍କରେ ସମୀକ୍ଷା କରିଥିଲେ । ଡିଜିପିଙ୍କ ମାଲକାନଗିରି ଗସ୍ତ ସମୟରେ ଡିଆଇଜି ଅପରେସନ ଅଖିଳେଶ୍ଵର ସିଂ, ଡିଆଇଜି ଏସଆଇଡବ୍ଲ୍ୟୁ କେଭି ସିଂ, କୋରାପୁଟ ଏସପି ରୋହିତ ବର୍ମା, ମାଲକାନଗିରି ଅତିରିକ୍ତ ଏସପି ତପନ ନାରାୟଣ ରଥ ପ୍ରମୁଖଙ୍କ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।


ଇଟିଭି ଭାରତ, ମାଲକାନଗିରି

Last Updated : Nov 8, 2024, 11:07 AM IST

ABOUT THE AUTHOR

...view details