ଭୁବନେଶ୍ୱର:ବରିଷ୍ଠଓଡ଼ିଆ ସାମ୍ୱାଦିକଙ୍କୁ ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ପନ୍ନୁର ଧମକପୂର୍ଣ୍ଣ ମେଲ୍ । ବରିଷ୍ଠ ସାମ୍ୱାଦିକ ଅକ୍ଷୟ ସାହୁଙ୍କୁ ଆସିଛି ଧମକପୂର୍ଣ୍ଣ ମେଲ୍ । ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ସିଂ ପନ୍ନୁ ନାଁରେ ଆସିଛି ମେଲ୍ । ଡିଜିପି-ଆଇଜି ସମ୍ମିଳନୀକୁ ଭଣ୍ଡୁର କରିବା ପାଇଁ ଚେତାବନୀ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଡିସେମ୍ବର 1 ତାରିଖରେ ସମସ୍ତ ଉଡାଣ ବନ୍ଦ ପାଇଁ ଚେତାବନୀ । ଏପରିକି ଖାଲିସ୍ତାନୀ ପତାକା ଉଡାଇଲେ ୨୫ ଲକ୍ଷ ଟଙ୍କା ପୁରସ୍କାର ଉଲ୍ଲେଖ ରହିଛି ଏହି ମେଲରେ ।
ଧମକପୂର୍ଣ୍ଣ ମେଲ ପରେ ତନାଘନା:
ସେପଟେ, ଘଟଣାର ବାସ୍ତବତାକୁ ନେଇ ପୋଲିସର ତନାଘନା । ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ଘରେ ପହଞ୍ଚିଛି କ୍ରାଇମ୍ ବ୍ରାଞ୍ଚ ଟିମ୍ । ଆଜି (ଶନିବାର) ଖାଲିସ୍ତାନୀ ଆତଙ୍କୀ ଗୁରୁପତଓ୍ବନ୍ତ ସିଂ ଓଡ଼ିଆ ସାମ୍ବାଦିକଙ୍କୁ ପନ୍ନୁର ଧମକପୂର୍ଣ୍ଣ ମେଲ୍ ପରେ ତଦନ୍ତ ପାଇଁ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ । ଆସିଥିବା ମେଲକୁ ତଦନ୍ତ କରୁଛି ଟିମ ।
ପନ୍ନୁର ଧମକପୂର୍ଣ୍ଣ ମେଲ୍ ପରେ ହାଇଆଲର୍ଟରେ ଭୁବନେଶ୍ୱର:
ଓଡ଼ିଆ ସାମ୍ବାଦିକଙ୍କୁ ଆତଙ୍କବାଦୀ ପନ୍ନୁର ଧମକପୂର୍ଣ୍ଣ ମେଲ୍ । ଗୁରୁପତୱନ୍ତ ପନ୍ନୁ ନାଁରେ ବରିଷ୍ଠ ସାମ୍ବାଦିକଙ୍କୁ ଧମକପୂର୍ଣ୍ଣ ମେଲ୍ । ଖଲିସ୍ତାନୀ ଉଗ୍ରବାଦୀ ପନ୍ନୁ ନାଁରେ ଆସିଛି ଧମକପୂର୍ଣ୍ଣ ମେଲ୍ । ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କ ପାଖକୁ ଆସିଛି ଧମକପୂର୍ଣ୍ଣ ମେଲ୍ । ଡିଜିପି ସମ୍ମିଳନୀ ଭଣ୍ଡୁର କରିବାକୁ ଅଡିଓ କଲ୍ରେ ଚେତାବନୀ ଦେଇଛି ଆତଙ୍କୀ ପନୁ ।
ଅଡିଓରେ ଶୁଣିବାକୁ ମିଳୁଛି, ‘‘ଖଲିସ୍ତାନୀ ପତାକା ଉଡ଼ାଇଲେ ଦିଆଯିବ ୨୫ ଲକ୍ଷ ପୁରସ୍କାର । ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଡିସେମ୍ବର 1 ତାରିଖରେ ସମସ୍ତ ବିମାନ ଅବତରଣ ଏବଂ ଉଡାଣ ନ ଭରିବାକୁ ଚେତାବନୀ ।’’ ପନ୍ନୁର ଧମକପୂର୍ଣ୍ଣ ମେଲ୍ ପରେ ଭୁବନେଶ୍ୱର ସୁରକ୍ଷା କଡ଼ାକଡ଼ି କରାଯାଇଛି ।
ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲା କମିଶନରେଟ୍ ପୋଲିସ: