ଓଡିଶା

odisha

ETV Bharat / state

ଭୁବନେଶ୍ବରରେ ପ୍ରଥମ ଥର DG-IG ସମ୍ମିଳନୀ, ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ - DG IG MEET

ଭୁବନେଶ୍ବରରେ ହେବାକୁ ଯାଉଛି ସର୍ବଭାରତୀୟ ସ୍ତରୀୟ ଡିଜି ଆଇଜି ସମ୍ମିଳନୀ । ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

DG IG Meet To be Held In Bhubaneswar
DG IG Meet To be Held In Bhubaneswar (ETV Bharat Odisha)

By ETV Bharat Odisha Team

Published : Nov 13, 2024, 8:12 PM IST

ଭୁବନେଶ୍ବର:ପ୍ରଥମ ଥର ପାଇଁ ଭୁବନେଶ୍ବରରେ ହେବାକୁ ଯାଉଛି ଡିଜି ଆଇଜି ସମ୍ମିଳନୀ ।ଆସନ୍ତା ୨୯ ତାରିଖରୁ ୧ ତାରିଖ ଯାଏ ଁ ଡିଜି ଆଇଜି ସମ୍ମିଳନୀ ଅନୁଷ୍ଠିତ ହେବ ।ଦେଶର ଅନ୍ତରୀଣ ସୁରକ୍ଷା ନେଇ ବଢୁଛି ଚିନ୍ତା । ସାମ୍ପ୍ରତିକ ପରିସ୍ଥିତିରେ ଦେଶରେ ଅନୁପ୍ରବେଶଠୁ ଆରମ୍ଭ କରି ନକ୍ସଲ ଗତିବିଧି ଓ ଆତଙ୍କୀ କାର୍ଯ୍ୟକଳାପ ନେଇ ଆଲୋଚନା ହୋଇପାରେ ।

ଡିଜି ଆଇଜି ସମ୍ମିଳନୀ:

DG IG Meet To be Held In Bhubaneswar (ETV Bharat Odisha)

ଆସନ୍ତା ୨୯ ତାରିଖରୁ ୧ ତାରିଖ ଯାଏଁ ତିନି ଧରି ହେବାକୁ ଥିବା ସମ୍ମିଳନୀ ପାଇଁ ଭୁବନେଶ୍ୱରରେ ଜୋରଦାର ପ୍ରସ୍ତୁତି ହୋଇଛି । ଏହି ସମ୍ମିଳନୀରେ ଯୋଗଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ ଓ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ସ୍ଥିରୀକୃତ ସମୟ ଓ ସୂଚିକୁ ଅପେକ୍ଷା କରାଯାଇଛି ଯାହା‌ ଏଯାବତ ନିର୍ଦ୍ଧାରିତ ହୋଇନାହିଁ । ଏନେଇ ପ୍ରାକ ପ୍ରସ୍ତୁତି ଅନୁସାରେ ଭିଭିଆଇପିଙ୍କ ରହଣୀ ଓ ସେମାନଙ୍କର ଯିବା ଆସିବା ପାଇଁ ଭୁବନେଶ୍ୱରରେ ବ୍ୟବସ୍ଥା ହୋଇଛି । ପୋଲିସ ସେବା ଭବନରେ ଏକ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍ ଖୋଲାଯାଇ ଜଣେ ଏଡିଜିଙ୍କ ନେତୃତ୍ବରେ ଏସବୁ ପ୍ରସ୍ତୁତି ନେଇ ମନିଟର କରାଯାଉଛି ।

ଭୁବନେଶ୍ବରରେ ସର୍ବଭାରତୀୟ ସ୍ତରୀୟ DG, IG ସମ୍ମିଳନୀ:

ସାଇବର ଠକେଇ ଜରିଆରେ ଦେଶର ଆର୍ଥିକ ସ୍ଥିତି ଉପରେ ପଡୋଶୀ ରାଷ୍ଟ୍ରଙ୍କ ନଜର । ଦେଶର ସୁରକ୍ଷା ସଂସ୍ଥା ଓ ରାଜ୍ୟର ପୋଲିସ ଓ ଗୁଇନ୍ଦା ମଧ୍ୟରେ ସମନ୍ୱୟ ନେଇ ମୁକାବିଲା ପାଇଁ ବସୁଛି ବଡ଼ ଧରଣର ବୈଠକ । ରାଜ୍ୟରେ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ହେବାକୁ ଯାଉଛି ସର୍ବଭାରତୀୟ ସ୍ତରରେ ଡିଜି ଆଇଜି ସମ୍ମିଳନୀ । ଏହି ସମ୍ମିଳନୀରେ ଯୋଗଦେବେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଡିଜି ଆଇଜିଙ୍କ ସହ NSG , NIA,SPG । ଏହାସହ IB, ବିଏସଏଫ, ସିଆରପିଏଫ ଓ ସିଆଇଏସଏଫ ଭଳି ସଂସ୍ଥାର ଡିଜି ଓ ବରିଷ୍ଠ ପୋଲିସ ଅଧିକାରୀ ।


ସୁରକ୍ଷା ବ୍ୟବସ୍ଥା:

DG IG Meet To be Held In Bhubaneswar (ETV Bharat Odisha)
ପୋଲିସ ଡିଜି ଓ୍ବାଇ ବି ଖୁରାନିଆ କହିଛନ୍ତି, "ଏହା ଆମ ରାଜ୍ୟର ସୋଭାଗ୍ୟ । ପ୍ରଥମ ଥର ଡିଜି ଆଇଜି ସମ୍ମିଳନୀ ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ତିନି ଧରି ଚାଲିବ। ଦେଶର ସବୁ ରାଜ୍ୟର କେନ୍ଦ୍ର ଶାସିତ ଅଞ୍ଚଳର ଡିଜିପିମାନେ ଯୋଗଦେବେ । ଯେତେ ସେଣ୍ଟ୍ରାଲ ସିକ୍ୟୁରିଟି ଫୋର୍ସର ଡିଜି ମାନେ ମଧ୍ୟ ଯୋଗଦେବେ । ଏହା ବହୁତ ବଡ ସମ୍ମିଳନୀ । ଏଥିପାଇଁ ଯେଉଁ ସବୁ ବ୍ୟବସ୍ଥା କରିବା କଥା ରାଜ୍ୟ ସରକାର ଓ ରାଜ୍ୟ ପୋଲିସ ତରଫରୁ ଆୟୋଜନ କରାଯାଉଛି ଆଶା କରୁଛି, ଭଲ ଭାବରେ ତାହା କରିପାରିବୁ । ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଏହି ସମ୍ମିଳନୀ ହେବାକୁ ଯାଉଛି । ଏଥିପାଇଁ ଭିଆପିଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ରାଜ୍ୟ ଗେଷ୍ଟ ହାଉସରେ ରହଣୀ ପାଇଁ ବ୍ୟବସ୍ଥା ସହ ଅନ୍ୟାନ୍ୟ ବ୍ୟବସ୍ଥା ହେଉଛି ।"ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସୂଚିକୁ ଅପେକ୍ଷା:ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସହ ସୁରକ୍ଷା ପରାମର୍ଶଦାତା ମଧ୍ୟ ଯୋଗଦେବେ । ଗସ୍ତ କାର୍ଯ୍ୟକ୍ରମ ସୂଚୀ ଏଯାବତ ଆସିନଥିବାବେଳେ ତାହାକୁ ଅପେକ୍ଷା ରହିଛି । ହେଲେ ତା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଓ ଗୃହମନ୍ତ୍ରୀଙ୍କ ରହଣୀ ନେଇ ମଧ୍ୟ ସୁରକ୍ଷା ଦିଗକୁ ଧ୍ୟାନ ଦିଆଯାଉଛି । ଏଥିପାଇଁ ଏୟାରପୋର୍ଟ ଠାରୁ ଆରମ୍ଭ କରି ରାଜଭବନ ଓ ଲୋକସେବା ଭବନରରେ ବନ୍ଦୋବସ୍ତ କରାଯାଉଛି । ଏପରିକି କିଛି ବଡ଼ ହୋଟେଲରେ ମଧ୍ୟ ରହଣୀ ପାଇଁ ମଧ୍ୟ ସ୍ଥିରିକୃତ ହୋଇଛି ।

ଏହା ବି ପଢନ୍ତୁ...ମାଣ୍ଡିଆ ଦିବସରେ ଶ୍ରୀ ଅନ୍ନ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସମ୍ଭାବ୍ୟ ପ୍ରସଙ୍ଗ:

  • ଦେଶରେ ଆତଙ୍କୀ କାର୍ଯ୍ୟକଳାପ ଓ ସେ ଦିଗରେ ମୁକାବିଲା ପାଇଁ ଆବଶ୍ୟକୀୟ ପଦକ୍ଷେପ କ'ଣ ନିଆଯାଉଛି, କେଉଁ କେଉଁ ବିଷୟ ସମ୍ବେଦନଶୀଳ ରହିଛି ସେନେଇ ବିଚାର ବିମର୍ଶ ହେବ । ବିଶେଷ କରି ରାଜ୍ୟର ବିଭିନ୍ନ ଚର୍ଚ୍ଚିତ ସ୍ଥାନ ହେଉ ବା ଦର୍ଶନୀୟ ଧାର୍ମିକ ସ୍ଥାନର ସୁରକ୍ଷା ମଧ୍ୟ ଏକ ପ୍ରମୁଖ ବିଷୟ ରହିବ ବୋଲି ଚର୍ଚ୍ଚା ହେଉଛି ।
  • ଅନୁପ୍ରବେଶ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିବ । ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ ଭଳି ରାଜ୍ୟ ପାଇଁ ବାଂଲାଦେଶୀ ଅନୁପ୍ରବେଶ ସମ୍ବେଦନଶୀଳ ବିଷୟ ରହିବ । ଅନୁପ୍ରବେଶ ରୋକିବା ଦିଗରେ ପଦକ୍ଷେପ ନେଇ ଆଲୋଚନା ହୋଇପାରେ ।
  • ନକ୍ସଲ ଗତିବିଧି ନେଇ ଆଲୋଚନା ସହ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଯେଉଁ ଅପରେସନ କରାଯାଉଛି ସେନେଇ ଆଲୋଚନା ହୋଇପାରେ ।
  • ସାଇବର ଠକେଇ ପାଇଁ ଦେଶରେ ଅନେକ ପ୍ରକାର ଅପରାଧିକ ଟ୍ରେଣ୍ଡ ସାମ୍ନାକୁ ଆସୁଛି । ଭିନ୍ନ ଭିନ୍ନ ତାରିଖରେ ଲୋକଙ୍କ ଧନ ଉପରେ ଠକ ଆଖି ପକାଇଛନ୍ତି । ଏପରିକି ଚାଇନିଜ ଆପ, ବାଂଲାଦେଶୀ ସିମବକ୍ସ ଅପରେସନ ମଧ୍ୟ ଏକ ପ୍ରକାର ଚିନ୍ତା ଜନକ ବିଷୟ । ଏସବୁ ବିଷୟରେ ହୋଇପାରେ ଆଲୋଚନା ।
  • ପୂର୍ବରୁ ଅନେକ ହନିଟ୍ରାପ ଓ ଜାତୀୟ ସୁରକ୍ଷା ତଥ୍ୟ ଚୋରି ଭଳି ଘଟଣା ମଧ୍ୟ ନଜରକୁ ଆସିଛି । ସେ ଦିଗରେ ମଧ୍ୟ ଆଲୋଚନା କରାଯିବ।ବାଲେଶ୍ବର ରେ କ୍ଷେପଣାସ୍ତ୍ର ଘାଟିରୁ ହନି ଟ୍ରାପ ଭଳି ମାମଲାର ପୂର୍ବରୁ ନଜିର ରହିଛି । ଏଥିସହ ରାୟଗଡ଼ାରେ ଋଷୀୟ ନାଗରିକଙ୍କ ମୃତ୍ୟୁ ମଧ୍ୟ ପୂର୍ବରୁ ଘଟଣା ସାମ୍ନାକୁ ଆସି ଛି। ତେଣୁ ଗୁଇନ୍ଦା ଓ ଗୁପ୍ତଚର ସମ୍ପର୍କିତ ବିଷୟକୁ ମଧ୍ୟ ଧ୍ୟାନ ଦିଆଯିବ ବୋଲି ଚର୍ଚ୍ଚା ହେଉଛି ।
  • ଦେଶ ବିରୋଧୀ କାର୍ଯ୍ୟକଳାପ ନେଇ ଲୋକଙ୍କ ମଧ୍ୟରେ ଘୃଣା ତିଆରି ଭଳି ପରିସ୍ଥିତି ତିଆରି କରୁଥିବା ତଥା ଜାତିଆଣ ବିରୋଧୀ ବା ସମାଜ ରେ ଶାନ୍ତି ଉଲଂଘନ କରୁଥିବା ଘଟଣାକୁ ମଧ୍ୟ କିଭଳି ପୋଲିସ ଗୁରୁତ୍ବ‌ ଦେବ ସେନେଇ ଆଲୋଚନା ହେବାର ସମ୍ଭାବନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details