ଓଡିଶା

odisha

ETV Bharat / state

କପିଳାସରେ ଜନସମୁଦ୍ର, ଭୋର ୩ଟା ୫୫ ମିନିଟରେ ଉଠିବ ମହାଦୀପ

Mahashivratri 2024: ମହାଶିବରାତ୍ରୀ ଉପଲକ୍ଷେ ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସ ବେଶ ଚଳଚଞ୍ଚଳ ହୋଇ ଉଠିଛି । ସନ୍ଧ୍ୟା ବଢ଼ିବା ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ିବାରେ ଲାଗିଛି । ଅଧିକ ପଢ଼ନ୍ତୁ,

By ETV Bharat Odisha Team

Published : Mar 8, 2024, 10:55 PM IST

କପିଳାଶରେ ଜନ ସମୁଦ୍ର
କପିଳାଶରେ ଜନ ସମୁଦ୍ର

କପିଳାଶରେ ଜନ ସମୁଦ୍ର

ଢ଼େଙ୍କାନାଳ: ମହାଶିବରାତ୍ରୀ ଉପଲକ୍ଷେ ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାଶ ବେଶ ଚଳଚଞ୍ଚଳ ହୋଇ ଉଠିଛି । ସନ୍ଧ୍ୟା ବଢ଼ିବା ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ିବାରେ ଲାଗିଛି । ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତମାନେ ଉପବାସ କରି ରାତ୍ରୀ ଉଜାଗର ରହି ଜାଗର ଜାଳୁଛନ୍ତି । ସମସ୍ତଙ୍କ ମନରେ ମହାଦୀପ ଦର୍ଶନ କରିବାର ଉତ୍କଣ୍ଠା ରହିଛି l ବ୍ରତଧାରୀ ମାନେ ମହାଦୀପକୁ ଦର୍ଶନ କଲାପରେ ନିଜ ବ୍ରତ ଭାଙ୍ଗିବେ l ତେବେ କପିଳାଶ ପୀଠରେ ଏକ ପ୍ରକାର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି l ପ୍ରଭୁ ଚନ୍ଦ୍ରଶେଖରଙ୍କ ବିଜେସ୍ଥଳୀ କପିଳାଶରେ ଚଳିତ ବର୍ଷ ଭୋର ୩ଟା ୫୫ ମିନିଟରେ ମହାଦୀପ ମନ୍ଦିର ଚୁଡାକୁ ଉଠିବାର କାର୍ଯ୍ୟ ନିର୍ଘଣ୍ଟ କରାଯାଇଛି ।

ପରମ୍ପରା ମୁତାବକ ଆଜି ଭୋର ସମୟରୁ ନୀତିକାନ୍ତିର ସହିତ ପ୍ରଭୁ ଚନ୍ଦ୍ରଶେଖରଙ୍କ ପୂଜାର୍ଚନା ଆରମ୍ଭ ହୋଇଯାଇଥିଲା। ତେବେ ସନ୍ଧ୍ୟାରେ ଜୀଉଙ୍କ ସ୍ବତନ୍ତ୍ର ରୀତିନୀତି ମୁତାବକ ଷୋଡଶ ଉପଚାରରେ ପୂଜାର୍ଚନା କରାଯାଇଛି । ଏସବୁ ମଧ୍ୟରେ ପ୍ରଭୁଙ୍କ ନାଗା ଭରଣ ବେଶ, ମାତା ପାର୍ବତୀଙ୍କ ରାଜାରାଜେଶ୍ବରୀ ବେଶ, ହରି ହର ଭେଟ ଓ ଯୋଗିରାଜ ବେଶ ଆଦିର ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସନ୍ଧ୍ୟାପର ଠାରୁ ଲକ୍ଷ ଲକ୍ଷ ସଂଖ୍ୟାରେ ମାନସିକ ଧାରୀ ମନ୍ଦିର ଚତୁଃ ପାର୍ଶ୍ବରେ ମନ୍ଦିର ଠାରୁ ପାହାଡ଼ ସାରା ଦୀପ ଜାଳି ପ୍ରଭୁଙ୍କୁ ପ୍ରାର୍ଥନା କରୁଛନ୍ତି ।

ଏହା ମଧ୍ୟ ପଡ଼ନ୍ତୁ....ଆଦିବାସୀଙ୍କ ନିଆରା ଶିବରାତ୍ରୀ, ପୂଜା ପାଆନ୍ତି ହରପାର୍ବତୀ

ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ପୀଠକୁ ରାଜ୍ୟ ଓ ରାଜ୍ୟ ବାହାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ମନ୍ଦିର ବଡ଼ ଦାଣ୍ଡରୁ ପାହାଚ ଓ ବାବାଙ୍କ ରାସ୍ତା ଯାଏଁ ବାରିକେଟ ବ୍ୟବସ୍ଥା କରାଯାଇଛି । କପିଳାଶ ପୀଠର ଅଧୀଶ୍ଵର ପ୍ରଭୁ ଚନ୍ଦ୍ର ଶେଖରଙ୍କ ଅପାର ମହିମା ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ପୀଠକୁ ଟାଣି ଆଣୁଛି ବୋଲି ପ୍ରକାଶ କରିଛନ୍ତି ମାନସିକଧାରୀ । ବାବାଙ୍କ ରାସ୍ତା ଦେଇ ସ୍ବତନ୍ତ୍ର କିଛି ଗାଡି ବ୍ୟବସ୍ଥା ବ୍ୟତୀତ ଅନ୍ୟ ଗାଡି ଓ ବାଇକ ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି। ସେହି ରାସ୍ତାରେ ଅପରାହ୍ନ ୨ଟା ପରେ ଗାଡି ଚଳାଚଳ ସମୂର୍ଣ୍ଣ ଭାବରେ ନିଷେଧ କରାଯାଇଛି। ଆଉ ସନ୍ଧ୍ୟା ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ା କଡ଼ି କରାଯାଇଛି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details