ଓଡିଶା

odisha

ETV Bharat / state

ବାପା ପରେ ଝିଅ ପାଳି ! ସରଗରମ ହେଲାଣି ଆଳି ନିର୍ବାଚନ ମଣ୍ଡଳୀ - Kendrapara Congress

Aul Assembly Constituency: କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମାଙ୍କ ଝିଅ ଦେବସ୍ମିତା ଶର୍ମା ଆଗାମୀ ନିର୍ବାଚନରେ ଆଳି ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବରେ ଲଢ଼ିପାରନ୍ତି । ଅଧିକ ପଢ଼ନ୍ତୁ

ଆଳି ନିର୍ବାଚନ ମଣ୍ଡଳୀ
ଆଳି ନିର୍ବାଚନ ମଣ୍ଡଳୀ

By ETV Bharat Odisha Team

Published : Mar 2, 2024, 1:48 PM IST

ସରଗରମ ହେଲାଣି ଆଳି ନିର୍ବାଚନ ମଣ୍ଡଳୀ

କେନ୍ଦ୍ରାପଡ଼ା: ଦେବେନ୍ଦ୍ରଙ୍କ ସ୍ଥାନ ନେବେ ଦେବସ୍ମିତା । ନିର୍ବାଚନ ମଣ୍ଡଳୀ ସାରା ଛାଇ ହୋଇଗଲାଣି ବ୍ୟାନର ପୋଷ୍ଟର । ଡାକ୍ତର ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବାପରେ ରାଜନୀତି ମଇଦାନରେ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମାଙ୍କ ଝିଅ ଦେବସ୍ମିତା ଶର୍ମା । ଦେବେନ୍ଦ୍ରଙ୍କ ପରେ ଏବେ ଝିଅ ଦେବସ୍ମିତା ବାପାଙ୍କ ଅନୁଗାମୀ ହୋଇଛନ୍ତି । ଯାହାକୁ ନେଇ ଆଳି ନିର୍ବାଚନ ମଣ୍ଡଳୀରେ ରାଜନୀତି ମାହୋଲ ସରଗରଗ ହେଲାଣି ।

କେନ୍ଦ୍ରାପଡ଼ା ଜିଲ୍ଲାର ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ ଭାବରେ ଆଳି ନିର୍ବାଚନ ମଣ୍ଡଳୀ ଜଣାଶୁଣା । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୬୩ଟି ପଞ୍ଚାୟତରେ ଏବେ କଂଗ୍ରେସର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମାଙ୍କ ଦେବସ୍ମିତାଙ୍କ ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ପଶ୍ଚିମ କନିକାରେ ଥିବା କଂଗ୍ରେସ ଭୋଟବ୍ୟାଙ୍କକୁ ଦେବେନ୍ଦ୍ର ତନୟା ଦୃଢ଼ କରିବାକୁ ଲାଗିପଡିଛନ୍ତି । ଅନ୍ୟପଟେ ଡାକ୍ତର ଚାକିରିରେ ଥିବା ବେଳେ ଦେବସ୍ମିତାଙ୍କ ପୋଷ୍ଟିଂ ରାଜକନିକା ବ୍ଲକରେ ହୋଇଥିବା ବେଳେ ସେ କଣ୍ଡିଆହାଟ, ଓଳାଭର ଭଳି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇ ଚର୍ଚ୍ଚାର ପରିଧିକୁ ଆସିଥିଲେ । ସେହିପରି ନିଷ୍ପେସିତ, ଅବହେଳିତ ଓ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ନଥିବା ବ୍ୟକ୍ତିବିଶେଷଙ୍କ ପାଖରେ ପହଞ୍ଚି ନିରନ୍ତର ସେବା ଯୋଗାଇ ଦେଇଥିବା ବେଳେ ଆଳି ଓ କନିକା ବାସିନ୍ଦା ଏଥର ତାଙ୍କୁ ପସନ୍ଦ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ...ତେଜିଲା ଆଳି ଓ ମାର୍ଶାଘାଇକୁ ଏନଏସି ଘୋଷଣା ଦାବି

ଅପରପକ୍ଷରେ ପୂର୍ବତନ ଆଳି ବିଧାୟକ ତଥା କଂଗ୍ରେସ ନେତା ଦେବେନ୍ଦ୍ର ନାଥଶର୍ମା ଏନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଳି ନିର୍ବାଚନ ମଣ୍ଡଳୀରେ ଦେବସ୍ମିତା ଆକ୍ଟିଭ ରହିଛନ୍ତି । ଚଳିତଥର ସେ କଂଗ୍ରେସ ଦଳରୁ ପ୍ରାର୍ଥୀ ହେବେ । ସେ ନିଜେ ଏବେ ରିଟାୟାର୍ଡ ନୁହେଁ ରିଟାୟାର୍ଡ ହଟ ହୋଇଛନ୍ତି ବୋଲି କହିଛନ୍ତି । ରାଜନୀତିରେ କେବେ ବି ସନ୍ୟାସ ନଥାଏ ଓ ରାଜନୀତି କହିଲେ କେବଳ ବିଧାୟକ କିମ୍ବା ସାଂସଦ ପ୍ରାର୍ଥୀଙ୍କୁ ବୁଝାଇ ନଥାଏ ବୋଲି କହି ପଞ୍ଚାୟତ ରାଜନୀତି ପ୍ରତି ସଂକେତ ଦେଇଛନ୍ତି ଦେବେନ୍ଦ୍ର ନାଥ ଶର୍ମା ।

ତେବେ ୨୦୦୯ ଓ ୨୦୧୯ ନିର୍ବାଚନରେ ବିଜେଡ଼ିର ପ୍ରତାପ କେଶରୀ ଦେବ ବିଜୟୀ ହୋଇଥିବା ବେଳେ ୨୦୧୪ ମସିହା ସାଧାରଣ ନିର୍ବାଚନରେ କଂଗ୍ରେସର ଦେବେନ୍ଦ୍ର ନାଥଶର୍ମା ବିଜେଡିର ପ୍ରତାପ କେଶରୀ ଦେବଙ୍କୁ ପରାସ୍ତ କରିଥିଲେ । ବର୍ତ୍ତମାନ ଆଳି ନିର୍ବାଚନ ମଣ୍ଡଳୀର ରାଜନୈତିକ ରୂପରେଖ ବଦଳୁଥିବା ବେଳେ ଦେବସ୍ମିତା ଆଳି ଜନସାଧାରଣଙ୍କ କେତେ ପ୍ରିୟଭାଜନ ହେଉଛନ୍ତି ତାହା ସମୟ କହିବ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ABOUT THE AUTHOR

...view details