କଟକ:ବାଲିଯାତ୍ରାରେ ଜମୁଛି ବ୍ୟବସାୟ । ପ୍ରତ୍ୟେକ ଷ୍ଟଲ ଆଗରେ ଗ୍ରାହକଙ୍କ ଖଚାଖଚ ଭିଡ଼ । ସବୁଠୁ ବଡ଼ କଥା ହେଉଛି ଦେଶୀ ସାମଗ୍ରୀ କିଣିବା ପାଇଁ ଗ୍ରାହକଙ୍କ ଲାଗୁଛି ଭିଡ଼ । କାରଣ ବଜାରରେ ପ୍ରାୟ ପ୍ରତ୍ୟେକ ସାମଗ୍ରୀର ନକଲି ଓ ଅପମିଶ୍ରଣ ଉପଲବ୍ଧ । ଯାହା ଆମ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିବା ସହ ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଏ । ତେଣୁ ବାଲିଯାତ୍ରାକୁ ଆସିଥିବା କନ୍ଧମାଳ ଏବଂ କୋରାପୁଟ ଭଳି ଆଦିବାସୀ ବହୁଳ ଅଞ୍ଚଳର ଦେଶୀ ପ୍ରକ୍ରିୟାରେ ଉତ୍ପାଦାନ ହୋଇଥିବା ସାମଗ୍ରୀର ଚାହିଦା ଅଧିକ ରହିଛି ।
ବାଲିଯାତ୍ରାରେ ଜମୁଛି ବ୍ୟବସାୟ:
ଐତିହାସିକ ବାଲିଯାତ୍ରାରେ ଓରମାସ ପକ୍ଷରୁ ଏକାଧିକ ଷ୍ଟଲ ଲାଗିଛି । ଯେଉଁଠାରେ ରାଜ୍ୟର କୋଣଅନୁକୋଣର ଜଙ୍ଗଲ ଜାତ ଦ୍ରବ୍ୟ ଏବଂ ଦେଶୀ ପ୍ରକ୍ରିୟାରେ ଉତ୍ପାଦନ ହୋଇଥିବା ବିଭିନ୍ନ ସାମଗ୍ରୀ ମିଳୁଛି, ଯଥା ଡାଲି,କନ୍ଧମାଳ ହଳଦୀ, ଚାଉଳ, ଗହମ, ଦେଶୀ ମାଣ୍ଡିଆ, ତେଲ, ଫିନାଇଲ ଇତ୍ୟାଦି । ତେବେ ଏହି ଜିନିଷ ଗୁଡ଼ିକ ପ୍ରାୟ ସବୁଦିନ ସହରରେ ମିଳୁନଥିବା ବେଳେ ବାଲିଯାତ୍ରାରେ ହିଁ ମିଳେ । ତେଣୁ ଏହା ନିଜ ଘରକୁ ନେବା ପାଇଁ ଓରମାସର ଷ୍ଟଲ ଆଗରେ ଲୋକଙ୍କ ଅଧିକ ଭିଡ଼ ଦେଖିବାକୁ ମିଳିଛି । ସେପଟେ ବାଲିଯାତ୍ରାରେ ଏହି ଦେଶୀ ସାମଗ୍ରୀର ଦାମ ଟିକିଏ ଅଧିକ ଥିବା ନେଇ ଗ୍ରାହକମାନେ କହିଛନ୍ତି ।
'ବାଲିଯାତ୍ରାରେ ଦେଶୀ ସାମଗ୍ରୀର ଭଲ ଚାହିଦା ରହିଛି':
କନ୍ଧମାଳରୁ ଆସିଥିବା ଜଣେ ବ୍ୟବସାୟୀ ନିରୂପମା ମହାରଣା କହିଛନ୍ତି,"ମୁଁ ଆଜକୁ ୧୫ ବର୍ଷ ହେବ ବାଲିଯାତ୍ରାକୁ ଆସୁଛି ବ୍ୟବସାୟ କରିବା ପାଇଁ । ନିଜ ଅଞ୍ଚଳର ଦେଶୀ ସାମଗ୍ରୀ ବିକ୍ରି ଦ୍ବାରା ଦୁଇ ପଇସା ରୋଜଗାର ହୋଇଥାଏ ।ଏହି ସବୁ ଜିନିଷ ଆମେ ନିଜେ ଚାଷକରୁ ଏବଂ କିଛି ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ଠାରୁ ସଂଗ୍ରହ କରି ବ୍ୟବସାୟ ପାଇଁ ଆଣିଥାଉ । ବାଲିଯାତ୍ରାରେ ଦେଶୀ ସାମଗ୍ରୀର ଭଲ ଚାହିଦା ରହିଛି ।"
'ଦେଶୀ ସାମଗ୍ରୀ ପ୍ରତି ଲୋକଙ୍କର ଆଗ୍ରହ ବଢୁଛି':