ଓଡିଶା

odisha

ETV Bharat / state

ମୌସୁମୀ ଅପେକ୍ଷାରେ ଚାଷୀ, ଆଗେଇ ପାରୁନି ଚାଷ କାମ - Delay In Monsoon Rain - DELAY IN MONSOON RAIN

Farmers Worried In Khordha: ମୌସୁମୀର ଅହେତୁକ ବିଳମ୍ବତା ଚାଷୀ କୁଳ ପାଇଁ ସମସ୍ୟା ସୃଷ୍ଟି କରିଛି । ଏହା ସହ ଜଳସେଚନର ବ୍ୟାପକ ବନ୍ଦୋବସ୍ତ ନଥିବା କାରଣରୁ ଚାଷୀ ମୁଣ୍ଡରେ ଚଡକ ପଡିଛି । ଅଧିକ ପଢନ୍ତୁ

Farmers Worried In Khordha
Farmers Worried In Khordha (ETV Bharat Odisha)

By ETV Bharat Odisha Team

Published : Jun 20, 2024, 9:42 PM IST

ଖୋର୍ଦ୍ଧା: କଥାରେ ଅଛି ଚାଷ ତର ତର ବଣିଜ ମଠ । ବେପାରି ହୁଡିଲେ ପାଳିଏ ଚାଷୀ ହୁଡିଲେ ବରଷେ । ଚାଷ ବାସ ବୈଶାଖ ମାସ । ତେବେ ଏ ଲୋକ କଥା ସବୁ ଆଜି ବି ପ୍ରତ୍ୟେକ ଚଷାଭାଇ ମୁହଁରେ ରହିଛି । ଅର୍ଥାତ ଗାଁ ଗଣ୍ଡାର ପ୍ରତି ଘରେ ଏବେ ଏହି ଲୋକକଥା ଶୁଣିବାକୁ ମିଳୁଥିବା ବେଳେ ଠିକ ସମୟରେ ବିଲରେ ଚାଷ ନହେଲେ ପୁଣି ଗୋଟିଏ ବର୍ଷ ଚାଷୀକୁ ଅପେକ୍ଷା କରିବାକୁ ପଡ଼ିଥାଏ ବୋଲି କୁହାଯାଏ । ବୈଶାଖ ଓ ଜ୍ୟେଷ୍ଠ ମାସରେ ଜମି ଚାଷ ହୋଇ ଧାନ ବୁଣାଯିବାର ପ୍ରକୃଷ୍ଟ ସମୟ । ମାତ୍ର କିଛିବର୍ଷ ହେବ ପାଣିପାଗରେ ପରିବର୍ତ୍ତନ ଯୋଗୁ ଠିକ ସମୟରେ ମୌସୁମୀ ଆସୁନି । ଯାହାଫଳରେ ବର୍ଷା ନହେବା ଏବଂ ଟାଣଖରା ଯୋଗୁ କ୍ଷେତରେ ହଳ ବୁଲୁନି କି ଚାଷ ହେଉନି । ଯେଉଁ କିଛି କ୍ଷେତ ମାଟି ପାଗ ହୋଇଛି , ସେଠାରେ ଚାଷୀ ହଳକରି ଖତ ଲଗାଇ ମୌସୁମୀ ବର୍ଷାକୁ ଅନାଇ ବସିଛି । ତେବେ ପାଣିପାଗ ବିଭାଗ ଦକ୍ଷିଣ ଓଡ଼ିଶାରେ ମୌସୁମୀ ପହଞ୍ଚି ସାରିଥିବା କହୁଥିବା ବେଳେ ବାସ୍ତବରେ ମୌସୁମୀ ଉଦ୍ଭାନ ହୋଇଛି ।

Farmers Worried In Khordha (ETV Bharat Odisha)

ମୌସୁମୀ ଆସିଲେ ବର୍ଷା ଅସରାଏ ହେବ । ଆଉ କ୍ଷେତରେ ଗଦା ହୋଇଥିବା ଖତକୁ ବୁଣି ଧାନ ଚାଷ ନିମନ୍ତେ ଚାଷୀ ଚାଷ କାମ ଆଗକୁ ବଢାଇବା ଲକ୍ଷ୍ୟରେ ରହିଛି । କୃଷି ବିଭାଗର ସୂଚନା ଅନୁଯାୟୀ ଚଳିତ ବର୍ଷ ଜିଲାରେ ଥିବା ଏକ ଲକ୍ଷ 24 ହଜାର 650 ହେକ୍ଟର ଚାଷ ଜମିରୁ ଚଳିତ ଖରିଫ ଋତୁରେ ଏକ ଲକ୍ଷ 2 ହଜାର 267 ହେକ୍ଟର ଜମିରେ ଧାନ ଫସଲ କରିବା ପାଇଁ କୃଷି ବିଭାଗ ଲକ୍ଷ୍ୟ ରଖିଛି । ପ୍ରାୟତଃ 67 ହଜାର 854 ହେକ୍ଟର ଜମିକୁ ଜଳସେଚନର ସୁବିଧା ରହିଥ‌ିବା ବେଳେ ଅନ୍ୟ ଜମି ଗୁଡ଼ିକର ଚାଷୀ ବର୍ଷାଜଳ ଉପରେ ନିର୍ଭର କରିଥାନ୍ତି । ଜିଲ୍ଲାର ବାଲିଅନ୍ତା, ବାଲିପାଟଣା ଓ ଭୁବନେଶ୍ବର ବ୍ଲକକୁ ଛାଡ଼ିଦେଲେ ଅନ୍ୟ ବ୍ଲକ ମାନଙ୍କରେ ଜଳସେଚନର ସେମିତି ସୁବିଧା ନଥିବା ଜଣାଯାଇଛି ।

ଏହା ମଧ୍ୟ ପଢନ୍ତୁ...ରାଜ୍ୟରେ ଜାରି ରହିବ ବର୍ଷା, ପିଛା ଛାଡ଼ିବନି ଗୁଳୁଗୁଳି

ସେହିପରି ଜିଲ୍ଲାରେ ଥ‌ିବା 4ଟି ବୃହତ କେନାଲ, ଗୋଟିଏ ମଧ୍ୟମ, ପ୍ରାୟ 162ଟି କ୍ଷୁଦ୍ର କେନାଲ, 345ଟି ସରକାରଙ୍କ ଉଠାଜଳସେଚନ ପ୍ରକଳ୍ପ ଓ 3317ଟି ଘରୋଇ ଭାବେ ପରିଚାଳିତ ଉଠା ଜଳସେଚନ ପ୍ରକଳ୍ପ ଦ୍ବାରା ପ୍ରାୟ 40ପ୍ରତିଶତ ଜମିକୁ ଜଳସେଚନ କରାଯାଉଛି । ଜିଲ୍ଲାର ଅବଶିଷ୍ଟ ଜମିର ଚାଷୀ ଜଳସେଚନରୁ ବଞ୍ଚିତ ଥ‌ିବା ବେଳେ ସେମାନଙ୍କ ନିମନ୍ତେ ଚାଷପାଇଁ ବର୍ଷା ଜଳ ହିଁ ଏକମାତ୍ର ଭରସା । ବର୍ତ୍ତମାନ ସୁଦ୍ଧା ମୌସୁମୀ ବର୍ଷା ଆସିନଥ‌ିବାରୁ ଚାଷୀ ଏବେ ବିଲରେ ଖତ ଲଗାଇ ମୌସୁମୀ ବର୍ଷାକୁ ଅନାଇ ବସିଛି ।

ସେହିପରି ଜିଲ୍ଲାରେ 40 ହଜାର 800 ହେକ୍ଟର ଜମିରେ କୃଷି ବିଭାଗ ଧାନ ବୁଣା ପାଇଁ ଲକ୍ଷ୍ୟ ରଖିଥିବା ବେଳେ 61 ହଜାର 467 ହେକ୍ଟର ଜମିରେ ଧାନ ରୋଇବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲା କୃଷି ଅଧିକାରୀ କହିଛନ୍ତି । ସେହିପରି କାଳବୈଶାଖୀ ବର୍ଷାରେ କିଛି ଜମିରେ ବୁଣା କାର୍ଯ୍ୟ ଚାଷୀ ମାନେ କରିଥିବା ବେଳେ ଏଇ ମାସ ଶେଷ ସପ୍ତାହ ବେଳକୁ ମୌସୁମୀ ବର୍ଷା ଆରମ୍ଭ ହେବ ଏବଂ ଚାଷୀ ଚଳିତ ବର୍ଷ ଭଲ ଫସଲ ଅମଳ କରିବ ବୋଲି ଆଶା ରଖିଛନ୍ତି ଜିଲ୍ଲା କୃଷି ଅଧିକାରୀ ସୁଭାଷ ଚନ୍ଦ୍ର ପଣ୍ଡା ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details