କଟକ: ଖୁବଶୀଘ୍ର ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ହେବ । ଏନେଇ ଗତକାଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଥିଲେ । ତେବେ ରତ୍ନ ଅଳଙ୍କାରକୁ ଚିହ୍ନଟ କରିବା ପାଇଁ ଅଭିଜ୍ଞ ଲୋକଙ୍କୁ ଦାୟିତ୍ୱ ଦିଆଯିବ । ବିଶେଷକରି ଯେଉଁ ଅଳଙ୍କାର ରହିଛି ତାହା କେଉଁ ପ୍ରକାରର ତାହର ସଠିକ ଚିହ୍ନଟ ଏବେ ସବୁଠୁ ବଡ ଆହ୍ବାନ ହେବାକୁ ଯାଉଛି । ତେବେ ଗଣତି ମଣତି ପାଇଁ ସ୍ୱତନ୍ତ୍ର SOP ମଧ୍ୟ କରାଯାଇଛି । ଏହି ପ୍ରକ୍ରିୟା ବେଳେ ମନ୍ଦିରରେ ଶ୍ରୀଜିଉଙ୍କ ନୀତିକାନ୍ତି ଓ ଦର୍ଶନ ବ୍ୟବସ୍ଥାରେ କୌୋଣସି ବ୍ୟାଘାତ ସୃଷ୍ଟି ହେବ ନାହିଁ । ଏହାକୁ ପ୍ରାଥମିକତା ଦେଇ ଗଣତି ମଣତି କାର୍ଯ୍ୟ କରାଯିବ ବୋଲି କହିଛନ୍ତି, ରତ୍ନଭଣ୍ଡାର କମିଟିର ମୁଖ୍ୟ ଜଷ୍ଟିସ ବିଶ୍ବନାଥ ରଥ ।
- ଖୁବଶୀଘ୍ର ଗଣତି ମଣତି ପ୍ରକ୍ରିୟା:-
ରତ୍ନଭଣ୍ଡାର ତଦାରଖ କମିଟିର ଅଧକ୍ଷ ଜଷ୍ଟିସ ବିଶ୍ଵନାଥ ରଥ ‘ଇଟିଭି ଭାରତ’ କୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ପୂରା ପ୍ରକ୍ରିୟା ଉପରେ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । କହିଛନ୍ତି ଗଣତି ମଣତି ଠାରୁ ରତ୍ନଭଣ୍ଡାର ମରାମତିକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ‘ASI’ ଏହି ମରାମତି କାର୍ଯ୍ୟ ପ୍ରାୟ ୧ ମାସ ମଧ୍ୟରେ ଶେଷ କରିବ ବୋଲି ପ୍ରତିଶ୍ରୁତି ଦେଇଛି । ଯଦି ଏହି ମରାମତି କାର୍ଯ୍ୟ ଡିସେମ୍ବର ମାସରେ ଆରମ୍ଭ ହୁଏ ତେବେ ୧ ମାସ ମଧ୍ୟରେ ମରାମତି କାର୍ଯ୍ୟ ସରିବ । ଅତ୍ୟାଧୁନିକ ଏବଂ ବୈଜ୍ଞାନିକ କୌଶଳ ମାଧ୍ୟମରେ ମରାମତି କାର୍ଯ୍ୟ କରାଯିବ । କାର୍ତ୍ତିକ ପୂର୍ଣ୍ଣିମା ପରେ ଏହି ପ୍ରକ୍ରିୟା ଆରମ୍ଭ ହେବ । ଟେଣ୍ଡର କରାଯାଇ ଏହି କାର୍ଯ୍ୟ କରାଯିବ ।ଏଥିପାଇଁ ମନ୍ଦିର ପ୍ରଶାସନ ପଦକ୍ଷେପ ନେଉଛନ୍ତି ।
- ମରାମତି ବେଳେ ଦର୍ଶନ ପ୍ରଭାବିତ ହେବନାହିଁ:-
ଡିସେମ୍ବରରୁ ଜାନୁୟାରୀ ଏବଂ ଫେବୃଆରୀ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ । ଏହାକୁ ଦୃଷ୍ଟିରେ ରଖି ସମସ୍ତ କାର୍ଯ୍ୟ କରାଯିବ । ମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ଓ ଶ୍ରଦ୍ଧାଳୁଙ୍କ ଦର୍ଶନରେ ଯେପରି କୌଣସି ବାଧା ନ ଉପୁଜିବ, ସେ ସବୁକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ । କାରଣ ଯଦି ଦୈନିକ ୪ରୁ ୫ଘଣ୍ଟା ମରାମତି କାର୍ଯ୍ୟ ଚାଲେ, ତେବେ ଦର୍ଶନ ବ୍ୟବସ୍ଥା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଚାର ବିମର୍ଶ ଜାରି ରହିଛି ।’’
- ରତ୍ନଭଣ୍ଡାର ସଂପର୍କିତ ଏହି ସବୁ ଖବର ପଢ଼ନ୍ତୁ-