ଓଡିଶା

odisha

ETV Bharat / state

ହିଟ ୱେଭ୍‌କୁ ନେଇ ପ୍ରସ୍ତୁତ ନନ୍ଦନକାନନ, ପ୍ରାଣୀ ସଂକ୍ରମିତ ନହେବା ପାଇଁ ସ୍ବତନ୍ତ୍ର ଟିମର ଦୈନିକ ଯାଞ୍ଚ

Nandankanan Zoo: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜୀବଜନ୍ତୁଙ୍କ ପାଇଁ ସୁରକ୍ଷା ଓ ସେମାନଙ୍କ ସୁସ୍ଥ ଜୀବନ ଶୈଳୀ ଯେଭଳି ଭାବରେ ପ୍ରଭାବିତ ନହୁଏ ସେନେଇ ସମସ୍ତ ବ୍ୟବସ୍ଥା କରୁଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ଅଧିକ ପଢ଼ନ୍ତୁ

ନନ୍ଦନକାନନ
ନନ୍ଦନକାନନ

By ETV Bharat Odisha Team

Published : Mar 5, 2024, 2:10 PM IST

ନନ୍ଦନକାନନ

ଭୁବନେଶ୍ବର: ଆଗକୁ ମାଡ଼ି ଆସୁଛି ଭୀଷଣ ଗ୍ରୀଷ୍ମ ପ୍ରବାହ । ପ୍ରାଣୀ ଉଦ୍ୟାନରେ ଥିବା ପଶୁପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଏନେଇ ଧ୍ୟାନ ଦେଇଛନ୍ତି । ପ୍ରାଣୀ ଉଦ୍ୟାନରେ ଥିବା ପଶୁପକ୍ଷୀମାନଙ୍କ ପାଇଁ ବ୍ୟାପକ ଭାବରେ ବନ୍ଦୋବସ୍ତ କରାଯାଇଛି । ବିଶେଷ ଭାବରେ ଏହି ସମୟରେ ଅନେକ ପ୍ରାଣୀ ସଂକ୍ରମିତ ହେବାର ସମ୍ଭାବନା ଅଧିକ ଥାଏ । ତେଣୁ ସଂକ୍ରମିତ ନହେବା ପାଇଁ ସ୍ବତନ୍ତ୍ର ଟିମର ଦୈନିକ ଭାବରେ ଯାଞ୍ଚ କରୁଛନ୍ତି ।

ଖରାଦିନ ପାଇଁ ନନ୍ଦନକାନନରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଗକୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜୀବଜନ୍ତୁଙ୍କ ପାଇଁ ସୁରକ୍ଷା ଓ ସେମାନଙ୍କୁ ସୁସ୍ଥ ଜୀବନ ଶୈଳୀ ଯେଭଳି ଭାବରେ ପ୍ରଭାବିତ ନହୁଏ ସେନେଇ ସମସ୍ତ ବ୍ୟବସ୍ଥା କରୁଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ବିଶେଷ ଭାବରେ ଦେଖାଯାଇଥାଏ ଯେ, ହିଟ ୱେଭ୍‌ ଦ୍ଵାରା ଅନେକ ଜୀବଜନ୍ତୁ ସଂକ୍ରମିତ ହୋଇଥାନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଦୈନିକ ଭାବରେ ଏକ ସ୍ୱତନ୍ତ୍ର ପ୍ରାଣୀ ଚିକିତ୍ସକ ଟିମଙ୍କ ଦ୍ଵାରା ପଶୁପକ୍ଷୀମାନଙ୍କର ଯାଞ୍ଚ କରାଯାଉଛି । ତେବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗ୍ରୀଷ୍ମ ପ୍ରବାହକୁ ନେଇ ପ୍ରତ୍ୟେକ ଜୀବଜନ୍ତୁଙ୍କ ଖୁଆଡ ମଧ୍ୟରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯେଭଳି ଭାବରେ ବାମ୍ବୋ ବା ବାଉଁଶର ମ୍ୟାଟ, ଜାଲି, ପରଦା ସହ ସ୍ପ୍ରୀଙ୍କଲିଂ ୱାଟର ଓ ଫାଉଣ୍ଟେନ ଆଦିର ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରାଣୀ-ମଣିଷ ସଂଘର୍ଷ ରୋକିବାକୁ ପ୍ରୟାସ, ନନ୍ଦନକାନନରେ ବନ କର୍ମଚାରୀଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ଵସ୍ତରୀୟ ହେବ ନନ୍ଦନକାନନ; ଦୁବାଇରୁ ଆସିବ ଚିତା ବାଘ, ମିଳିବ ନାଇଟ୍ ସଫାରୀ ମଜା

ଏହାସହ ବାଘ, ସିଂହ, ଚିତାବାଘ ଭଳି ପ୍ରାଣୀଙ୍କ ପାଇଁ ପ୍ରବାହିତ ପାଣିର ବ୍ୟବସ୍ଥା କରାଯାଇଛି । ସେମାନେ ରହୁଥିବା ଖୁଆଡ଼ ମଧ୍ୟରେ ଥିବା ପ୍ରବାହିତ ପାଣିର ମଧ୍ୟ ବ୍ୟବସ୍ଥା କରାଯାଇଛି । ସାଧାରଣ ଭାବରେ ଗ୍ରୀଷ୍ମ ଋତୁରେ ହେଉଥିବା ଫଳକୁ ପଶୁପକ୍ଷୀମାନଙ୍କ ଖାଦ୍ୟ ତାଲିକାରେ ବେଶି ମାତ୍ରାରେ ଯୋଗ କରାଯାଇଛି । ଯେପରି ଭାବରେ ତରଭୁଜ, ସପୁରୀ ଭଳି ବିଭିନ୍ନ ଗ୍ରୀଷ୍ମ ଋତୁରେ ହେଉଥିବା ଫଳକୁ ସେମାନଙ୍କ ଖାଦ୍ୟ ଆକାରରେ ଦିଆଯାଉଛି । ବିଶେଷ ଭାବରେ ପ୍ରଖର ଗ୍ରୀଷ୍ମ ପ୍ରବାହ ସମୟରେ ସେମାନଙ୍କ ପାଇଁ ହୋଇଥିବା ସ୍ଵତନ୍ତ୍ର ସ୍ଥାନରେ ସେମାନଙ୍କୁ ରଖାଯିବ । ଏପରି କି ପର୍ଯ୍ୟଟକମାନଙ୍କ ପାଇଁ ଅଧିକ ମାତ୍ରାରେ ଭିଜିଟର ସିଟ ଆଉଟର ବ୍ୟବସ୍ଥା କରାଯିବ । ଏହାସହ ସେମାନଙ୍କ ପାଇଁ ମାଗଣା ପାନୀୟ ଜଳର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନିର୍ଦ୍ଦେଶକ ମନୋଜ ଭି ନାୟର ।

ଇଟିଭୁି ଭାରତ, ଭୁବନେଶ୍ବର

ABOUT THE AUTHOR

...view details