ଓଡିଶା

odisha

ETV Bharat / state

କାହିଁକି ଦଶମୀରେ ମା’ଙ୍କୁ ଦହି ପଖାଳ ଲାଗି କରାଯାଏ, କାହିଁକି ହୁଏ ସିନ୍ଦୁର ଖେଳ ? କଣ ଏହି ପରମ୍ପରା

ଦଶମୀରେ ମା’ଙ୍କୁ ଦହି ପଖାଳ ଲାଗି କରାଯାଏ । ବଙ୍ଗୀୟ ପରମ୍ପରାରେ ସିନ୍ଦୁର ଖେଳିଥାନ୍ତି ମହିଳା ? ଜାଣନ୍ତୁ ଏହି ପରମ୍ପରା

By ETV Bharat Odisha Team

Published : 4 hours ago

OCCASION OF VIJAYADASHAMI
OCCASION OF VIJAYADASHAMI (ETV Bharat Odisha)

କଟକ:ହଜାର ବର୍ଷର ସହର କଟକ ସହର ରେ ର ରହିଛି ଅନେକ ପରମ୍ପରା । ଆଉ ଦଶହରା ପର୍ବ ଆସିଲେ ଏହି ପରମ୍ପରା କଥା ମନେ ପଡେ । ଭାଇଚାରାର ସହର କଟକରେ ଦଶହରା ପର୍ବକୁ ନେଇ ଏଭଳି ଅନେକ ପରମ୍ପରା ରହିଛି ଆଉ ଯାହାକି ଏବେବି ଉଜ୍ଜୀବିତ ରହିଛି । ସପ୍ତମୀ, ଅଷ୍ଟମୀ ନବମୀ ପରି ଦଶମୀ ରେ ମଧ୍ୟ ଅନେକ ପରମ୍ପରା ରହିଛି । ଯାହାକି ଏଯାବତ ବଜାୟ ରହି ଆସୁଛି।ଦଶମୀରେ ଦହି ପଖାଳ, ସିନ୍ଦୁର ଖେଳ ଭଳି ଅପରାଜିତା ପୂଜା କଥା ଯାହାକି ଏବେବି ଅନେକ ପୂଜା ମଣ୍ଡପରେ କରାଯାଉଛି । କଟକର ଅନେକ ମଣ୍ଡପରେ ମା’ଙ୍କୁ ଦେବୀ ଭାବରେ ନୁହେଁ ବରଂ ଝିଅ ଭାବରେ ପୂଜା କରନ୍ତି । ତେବେ କାହିଁକି ଏହି ପରମ୍ପରା ?

ଏହା ବି ପଢନ୍ତୁ- ପକ୍ଷୀଙ୍କୁ ସୁରକ୍ଷା ଦେବାକୁ ବାହାରିଲେ ମା’ ଦୁର୍ଗା !

ଏହା ବି ପଢନ୍ତୁ- ଦୁର୍ଗା ପୂଜାରେ ମା’ଙ୍କୁ ବି ଛାଡିଲେନି, 15 ଲକ୍ଷ ଟଙ୍କାର ସୁନା ରୂପା ଚୋରାଇ ନେଲେ

Dahi Pakhala For Devotees After Offering To Goddess Durga (ETV Bharat Odisha)

କାହିଁକି ଦଶମୀ ରେ ଲାଗୁ ହୁଏ ଦହି ପଖାଳ-
ଦଶହରା ପର୍ବର ଆଜି ଶେଷ ପୂଜା ଅର୍ଥାତ ବିଜୟା ଦଶମୀ । ପରମ୍ପରା ଅନୁଯାୟୀ ସହରର ଅନେକ ମଣ୍ଡପରେ ମାଙ୍କ ପୂଜା କରାଯାଇଛି । ବିଶେଷକରି ଆଜି ବିଜୟା ଦଶମୀର ଅନେକ ପରମ୍ପରା କଥା ଯାହାକି ଆଜି ବି ବଜାୟ ରଖିଛି କଟକ।ବିଜୟା ଦଶମୀ ରେ ଦହି ପଖାଳ ଦେଇ ମାଙ୍କୁ ବିଦାୟ ଦେବାର ପରମ୍ପରା ଏବେବି ଉଜ୍ଜୀବିତ ରହିଛି । ବଙ୍ଗୀୟ ପରମ୍ପରା ଅନୁଯାୟୀ ଯେଉଁ ମଣ୍ଡପରେ ପୂଜା କରାଯାଉଛି ସେହି ମଣ୍ଡପରେ ହିଁ ଏହି ଦହି ପଖାଳ ଭୋଗ ମା’ଙ୍କ ପାଖରେ ଲାଗୁ କରାଯାଇଥାଏ । ଯେମିତି କି କଟକ କାଜିବଜାର ପୂଜା ମଣ୍ଡପ ଏହାର ଅନ୍ୟତମ ଉଦାହରଣ ବୋଲି କୁହାଯିବ । ମଣ୍ଡପରେ ମା’ ପୂଜା ପାଇବା ଦିନ ଠାରୁ ହିଁ ଏହି ଠାରେ ଦହି ପଖାଳ ଭୋଗ ଲାଗୁ କରାଯାଏ । ଦହିପଖାଳ ସାଙ୍ଗକୁ ଛଙ୍କା, ଶାଗ ଭଜା, କୋବି ଭଜା ଆଦି ମାଙ୍କ ପାଖରେ ଲାଗୁ କରାଯାଇଥାଏ ।ବିଶ୍ୱାସ ରହିଛି ଝିଅ ଯେପରି ବାପ ଘରୁ ଶାଶୁ ଘରକୁ ଗଲା ବେଳେ ଦହି ଦିଆଯାଏ, ଠିକ ମାଙ୍କୁ ମଧ୍ୟ ସେହିପରି ଦହି ପଖାଳ ଭୋଗ ଲାଗୁ କରାଯାଏ । ଏହି ପ୍ରସାଦ ମାଙ୍କ ନିକଟରେ ଲାଗୁହେବା ପରେ ସାହିର ସମସ୍ତ ଘରେ ଘରେ ବଣ୍ଟନ କରିବାର ପରମ୍ପରା ରହିଛି ।

DAHI PAKHALA FOR GODDESS DURGA (ETV Bharat Odisha)
ଏହା ବି ପଢନ୍ତୁ- ଏମିତି ଏକ ପୂଜା ମଣ୍ଡପ, ଭୋଗରେ ଲାଗି ହୁଏ ଆମିଷ

ଏହା ବି ପଢନ୍ତୁ- କାଚ ମହଲରେ ବିରାଜିଛନ୍ତି ମା' ଜଗତ ଜନନୀ

କାହିଁକି ଦଶମୀ ରେ ସିନ୍ଦୁର ଖେଳ !

କେବଳ ସେତିକି ନୁହେଁ, ଏହି ପୂଜା ମଣ୍ଡପରେ ଦେବୀଙ୍କୁ ମା’ରୂପରେ ନୁହେଁ ବରଂ ଝିଅ ରୂପରେ ପୂଜା କରାଯାଇଥାଏ । ସେଥିପାଇଁ ତ ଝିଅ ବିଦା ଭଳି ମାଙ୍କୁ ବିଦା କରିବାର ପରମ୍ପରାକୁ ଏମାନେ ଆଜି ବି ପାଳନ କରୁଛନ୍ତି । ବିଜୟାଦଶମୀ ଦିନ ମା’ଙ୍କ ନିକଟରେ ସିନ୍ଦୁର ଖେଳ ଖେଳିବାର ପରମ୍ପରା ବି ଏବେବି ଉଜ୍ଜୀବିତ ରହିଛି । ସଧଵା ମହିଳା ମାନେ କେବଳ ଏହି ସିନ୍ଦୁର ଖେଳ ଖେଳିବାର ପରମ୍ପରା ରହିଛି । ମହିଳା ମାନେ ପ୍ରଥମେ ମା’ଙ୍କ ପାଦରେ ସିନ୍ଦୁର ଦେଇଥାନ୍ତି । ପରେ ପରସ୍ପର ମଧ୍ୟରେ ସିନ୍ଦୁର ଲଗାଇ ମା’ଙ୍କୁ ବିଦାୟ ଦେଇଥାନ୍ତି । ତେବେ ଝିଅ ବିଦା ବେଳେ ଯେମିତି କୋହ ଆସେ, ମା’ଙ୍କୁ ବିଦା କରିବା ସମୟରେ ସେହିପରି କୋହ ଆସିଥାଏ ବୋଲି ମହିଳା ଭକ୍ତ ମାନେ କହିଛନ୍ତି । ଆଜି ମାଙ୍କୁ ସିନ୍ଦୁର ଲଗାଇବା ବେଳେ ଅନେକ ଶ୍ରଦ୍ଧାଳୁ ଭାବ ବିହୁଳ ହୋଇପଡିଥିଲେ ।

ABOUT THE AUTHOR

...view details