ଓଡିଶା

odisha

ETV Bharat / state

ଦୁର୍ବଳ ହେଉଛି ବାତ୍ୟା ଫେଙ୍ଗାଲ, ଆଗାମୀ ୨୪ ଘଣ୍ଟାରେ ୧୭ ଜିଲ୍ଲାରେ ବର୍ଷା - IMD ODISHA WEATHER LATEST UPDATE

ଲ୍ୟାଣ୍ଡଫଲ କରିଛି ବାତ୍ୟା ଫେଙ୍ଗାଲ । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ । ଆହୁରି ୩ ଦିନ ଓଡ଼ିଶାରେ ବର୍ଷା ।

Rain In Odisha
Rain In Odisha (ETV Bharat Odisha)

By ETV Bharat Odisha Team

Published : Dec 1, 2024, 5:19 PM IST

ଭୁବନେଶ୍ବର: ଗତକାଲି ରାତିରେ ସ୍ଥଳଭାଗ ଛୁଇଁଛି ବାତ୍ୟା 'ଫେଙ୍ଗାଲ' (ଫେଞ୍ଜାଲ) । ଲ୍ୟାଣ୍ଡଫଲ ପରେ ଏହା ଉତ୍ତର ତାଲିମନାଡୁ ଓ ପଣ୍ଡିଚେରୀ ଉପକୂଳରେ ଗତ ୧୨ ଘଣ୍ଟା ଧରି ସ୍ଥିର ରହିଛି । ଏହା ଧିରେ ଧିରେ ପଶ୍ଚିମ ଆଡକୁ ଗତି କରି ଆଗାମୀ ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ । ବାତ୍ୟା ପ୍ରଭାବରେ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି । ଫେଙ୍ଗାଲ ପ୍ରଭାବରେ ଓଡ଼ିଶାରେ ମଧ୍ୟ ଏନେକ ଜିଲ୍ଲାରେ ବର୍ଷା ଲାଗି ରହିଛି । ରାଜ୍ୟରେ ଆହୁରି ୩ ଦିନ ଅର୍ଥାତ ୪ ତାରିଖ ଯାଏଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

୨୪ ଘଣ୍ଟାରେ ୧୭ ଜିଲ୍ଲାରେ ବର୍ଷା:

Rain In Odisha (ETV Bharat Odisha)

ବାତ୍ୟା ଫେଙ୍ଗାଲ ପ୍ରଭାବରେ ବଙ୍ଗୋପସାଗରରେୁ ଓଡ଼ିଶା ମଧ୍ୟକୁ ଆର୍ଦ୍ରତାପୂର୍ଣ୍ଣ ବାୟୁ ପ୍ରବେଶ କରୁଛି । ଏହା ପ୍ରଭାବରେ ରାଜ୍ୟରେ ଆହୁରି ୩ ଦିନ ଅର୍ଥାତ ୪ ତାରିଖ ଯାଏ ବର୍ଷା ହେବା । ଆଗାମୀ ୨୪ ଘଣ୍ଟା ମଧ୍ୟରେ ୧୭ ଜିଲ୍ଲାରେ ବିକ୍ଷିପ୍ତ ଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଜିଲ୍ଲା ଗୁଡ଼ିକ ହେଉଛି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ।

୪ ତାରିଖ ଯାଏଁ ବର୍ଷା:

ଆସନ୍ତାକାଲି ମଧ୍ୟ ୧୪ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଜିଲ୍ଲାଗୁଡ଼ିକ ହେଉଛି ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର । ସେପଟେ ୩ ତାରିଖରେ ସମ୍ପୂର୍ଣ୍ଣ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡିକରେ ବର୍ଷା ଲାଗି ରହିବ । ଜିଲ୍ଲାଗୁଡ଼ିକ ହେଉଛି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମ । ୪ ତାରିଖରେ ଦକ୍ଷିଣ ଓଡ଼ିଶାର ୬ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା । ଜିଲ୍ଲାରଗୁଡ଼ିକ ହେଉଛି ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ଗଜପତି ଓ କଳାହାଣ୍ଡି ।

ଏହା ମଧ୍ୟ ପଢ଼ନ୍ତୁ...ଲ୍ୟାଣ୍ଡଫଲ କଲା ବାତ୍ୟା 'ଫେଙ୍ଗାଲ', ଓଡ଼ିଶାରେ ଡିସେମ୍ବର ୩ ଯାଏଁ ବର୍ଷା

ଏହା ମଧ୍ୟ ପଢ଼ନ୍ତୁ...ବଙ୍ଗୋପସାଗରରେ ତୀବ୍ର ହେଉଛି ଅବପାତ, ଓଡ଼ିଶାରେ ଆହୁରି ୩ ଦିନ ବର୍ଷା

ନୂଆପଡ଼ାରେ ସର୍ବାଧିକ ବର୍ଷା:

ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ, ଆଗାମୀ ୪ରୁ ୫ ଦିନ ମଧ୍ୟରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ନୂଆପଡ଼ାରେ ସର୍ବାଧିକ ୧୬.୪ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ସର୍ବାଧିକ ତାପମାତ୍ରା ଗଞ୍ଜାମ ଛତ୍ରପୁରରେ ରେକର୍ଡ ହୋଇଥିବା ବେଳେ ବୌଦ୍ଧରେ ସର୍ବନିମ୍ନ ୧୧.୨ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ବରରେ ସର୍ବାଧିକ ୨୮.୯ ଓ ସର୍ବନିମ୍ନ ୨୦.୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ କଟକରେ ସର୍ବାଧିକ ୨୭.୦ ଓ ସର୍ବନିମ୍ନ ୧୮.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details