ଓଡିଶା

odisha

ETV Bharat / state

ଦୁର୍ବଳ ହେଲା ଅତି ବିଭୀଷଣ ବାତ୍ୟା 'ଦାନା'; ୨୮ରୁ ପାଗରେ ପରିବର୍ତ୍ତନ !

ବିଭୀଷଣ ବାତ୍ୟା 'ଦାନା' ସଦୃଶ ଲଘୁଚାପରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ନିଷ୍କ୍ରିୟ ବା ଦୁର୍ବଳ ହେବ ।

CYCLONE DANA WEAK
CYCLONE DANA WEAK (ETV Bharat Odisha)

By ETV Bharat Odisha Team

Published : 4 hours ago

ଭୁବନେଶ୍ବର: ଦୁର୍ବଳ ହେଉଛି ଅତି ବିଭୀଷଣ ବାତ୍ୟା 'ଦାନା'। ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହେଇଛି ଭୀଷଣ ବାତ୍ୟା 'ଦାନା' । ବାତ୍ୟାଟି ଦୁର୍ବଳ ହୋଇ ପ୍ରଥମେ ଅବପାତରେ ପରିଣତ ହୋଇଥିବା ବେଳେ ଅବଶିଷ୍ଟ ବାତ୍ୟା ଆଜି ସଦୃଶ ଲଘୁଚାପରେ ପରିଣତ ହୋଇଛି ।ଏହା ବର୍ତ୍ତମାନ ଉତ୍ତର ଓଡିଶା ଉପରେ ସକ୍ରିୟ ରହିଛି ।ପରବର୍ତ୍ତୀ ସମୟରେ ଏହା ଆହୁରି ଦୁର୍ବଳ ହୋଇ ୧୨ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ନିଷ୍କ୍ରିୟ ବା ଦୁର୍ବଳ ହୋଇଯିବ ।

ରାଜ୍ୟରେ କମିବ ବର୍ଷା :

ବାତ୍ୟା 'ଦାନା' ଦୁର୍ବଳ ହେବା ପରେ ରାଜ୍ୟରେ ଆସନ୍ତାକାଲିଠାରୁ ବର୍ଷା କମିବ । ଆଜି କିଛି କିଛି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାବେଳେ କୌଣସି ଜିଲ୍ଲାକୁ ସତର୍କ ସୂଚନା ନାହିଁ । ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ସହ ଆସନ୍ତାକାଲି ଠାରୁ ବର୍ଷା କମିବା ଓ ପାଗରେ ପରିବର୍ତ୍ତନ ଆସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ବର୍ତ୍ତମାନ ଶୀତର ସମ୍ଭାବନା ନଥିବାବେଳେ ବର୍ଷା ପରେ ତାପମାତ୍ରା ସାମାନ୍ୟ ବୃଦ୍ଧି ହେବାର ଆକଳନ କରିଛି ପାଣିପାଗ ବିଭାଗ ।

CYCLONE DANA WEAK (ETV Bharat Odisha)

ଓଉପଦାରେ ସର୍ବାଧିକ ବର୍ଷା:

ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଜାରି ରହିଥିବାବେଳେ ୪ଟି ସ୍ଥାନରେ ଭୀଷଣ ବର୍ଷା ସହ ୧୧ଟି ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ସେହିପରି ୧୯ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ବାଲେଶ୍ବର ଓଉପଦାରେ ସର୍ବାଧିକ ୨୪୦.୦୦ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ଭଦ୍ରକ ଧାମନଗରରେ ୨୧୫.୦୦ ବାଲେଶ୍ୱର ଖାଇରାରେ ୨୦୯.୦୦ ,ଭଦ୍ରକ ଭଣ୍ଡାରୀ ପୋଖରୀରେ ୨୦୫.୦୦ ମୟୂରଭଞ୍ଜ ନବନାରେ ୧୯୩.୪ ଓ ଭଦ୍ରକ ବଁଥରେ ୧୮୭ .୦୦ ମିମି ବର୍ଷା ରେକର୍ଡ କରାଯାଇଛି ।

CYCLONE DANA WEAK (ETV Bharat Odisha)

ଆସନ୍ତାକାଲି ଏସବୁ ଜିଲ୍ଲାରେ ବର୍ଷା ସମ୍ଭାବନା :

ଆସନ୍ତାକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜ ଓ ବାଲେଶ୍ୱରକୁ ୟେଲୋ ଓ୍ବାର୍ଣ୍ଣି ଜାରି ହୋଇଛି । ୨୮ ରୁ ପାଗରେ ପରିବର୍ତ୍ତନ ହେବା ନେଇ ପୂର୍ବାନୁମାନ କରଛି ପାଣିପାଗ ବିଭାଗ।

CYCLONE DANA WEAK (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details