ଓଡିଶା

odisha

ETV Bharat / state

ବାତ୍ୟା ଭୟରେ ହଷ୍ଟେଲ ଛାଡିଲେ ଛାତ୍ରଛାତ୍ରୀ

ବାତ୍ୟାକୁ ନଜରରେ ରଖି ଭୁବନେଶ୍ୱରର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ସତର୍କ କରାଯାଇଛି । ସେମାନଙ୍କୁ ଘରକୁ ଯିବାକୁ ପରାମର୍ଶ ଦିଆଯାଇଛି ।

Students Asked To Leave Hostels
Students Asked To Leave Hostels (ETV Bharat Odisha)

By ETV Bharat Odisha Team

Published : 4 hours ago

ଭୁବନେଶ୍ବର:ବାତ୍ୟାକୁ ନେଇ ଭୁବନେଶ୍ୱର ଭୟଭୀତ ଛାତ୍ରଛାତ୍ରୀ। ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ଅନେକ ହଷ୍ଟେଲରେ ଭୟର ବାତାବରଣ ଦେଖିବାକୁ ମିଳିଛି । କେତେକ ହଷ୍ଟେଲ କର୍ତ୍ତୃପକ୍ଷ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦେବା ପରେ ଅନେକ ଛାତ୍ରଛାତ୍ରୀ ହଷ୍ଟେଲ ଛାଡି ଘର ମୁହାଁ ହୋଇଛନ୍ତି। ଆଉ କେତେକ ପିଲା ଟ୍ରେନ ଓ ବସ ମିଳୁନଥିବାରୁ ବାଧ୍ୟ ହୋଇ ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଛାତ୍ରଛାତ୍ରୀଙ୍କୁ ଘରକୁ ଯିବାକୁ ପରାମର୍ଶ:
ଉତ୍କଳ ବିଶ୍ବ ବିଦ୍ୟାଳୟ, ବାଣୀବିହାର ଛାତ୍ର ଆଶୁତୋଷ କହିଛନ୍ତି, "ବାତ୍ୟା ଆସୁଥିବାରୁ ଘରକୁ ଯିବାକୁ ଆମକୁ ପରାମର୍ଶ ଦିଆଯାଇଛି । ବର୍ତ୍ତମାନ ଦ୍ବନ୍ଦ୍ବରେ ରହିଛୁ । ଅସୁବିଧା ହେଉଛି । କାରଣ ପାଖ ପିଲା ତ ପଳାଉଛନ୍ତି, ବସ ଭିଡ଼ ରହୁଛି । କ୍ଯାଣ୍ଟିନ ବନ୍ଦ ହେଲାଣି। କିଛି ପିଲା ତ ଖାଲି ହୋଇଗଲେଣି। ବାକି କିଛି ପିଲା ଯାଇପାରିବେନି । ଏଠାରେ ଖାଇବା, ପାଣି ଓ ବିଦ୍ୟୁତ୍ ଅସୁବିଧା ହେବ।" କେବଳ ସରକାରୀ ଶିକ୍ଷାନୁଷ୍ଠାନ ନୁହେଁ । ଅନେକ ଇଞ୍ଜିନିୟରିଂ କଲେଜ, ରେସିଡେନ୍ସିଆଲ କଲେଜ ଓ କୋଚିଂ ସେଣ୍ଟର ପିଲା ମଧ୍ୟ ଏବେ ଘର ମୁହାଁ ହୋଇଛନ୍ତି।

Students Asked To Leave Hostels (ETV Bharat Odisha)


ବାତ୍ୟାକୁ ଦୃଷ୍ଟିରେ ରଖି ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ମାନେ ହଷ୍ଟେଲରେ ରହିଛନ୍ତି ସେମାନେ ସୁରକ୍ଷିତ ଏବ୍ ବିଶ୍ଵବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ରହିବେ। ଏହା ସହ ଆଜି ଠାରୁ ବାତ୍ୟାର ପ୍ରକୋପ ଶେଷ ପର୍ଯ୍ୟନ୍ତ ହଷ୍ଟେଲ ଛାଡ଼ିବାକୁ କୁହାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଛାତ୍ରଛାତ୍ରୀମାନଙ୍କ ପାଇଁ ବାତ୍ୟାକୁ ନେଇ ସଚେତନତା ପାଇଁ ନିର୍ଦ୍ଦେଶାବଳୀ ଦିଆଯାଇଛି । ଯେଉଁମାନେ ହଷ୍ଟେଲରେ ରହିବେ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ରଖିବେ। ଅତି ଆବଶ୍ୟକ ଜିନିଷ ଶୁଖିଲା ଖାଦ୍ୟ, ଲାଇଟ, ଆବଶ୍ୟକ ଜିନିଷ ଆଦି ନିଜ ପାଖରେ ରଖିବାକୁ ପରାମର୍ଶ ଦିଆଯାଇଛି। ଏପଟେ ମଧ୍ୟ କ୍ୟାପିଟାଲ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କ ସୂଚନା ମୁତାବକ, ହଷ୍ଟେଲରେ ପିଲାମାନେ ରହିଛନ୍ତି। "ବାତ୍ୟା ପାଇଁ ସମସ୍ତ ସୁରକ୍ଷା ଯୋଗାଇ ଦିଆଯିବ। ଏହା ସହିତ ହଷ୍ଟେଲ ୱାଡେନ୍ ସମ୍ପୂର୍ଣ୍ଣ ସହଯୋଗ କରିବେ" ବୋଲି କହିଛନ୍ତି ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ମଙ୍ଗରାଜ।



ବାତ୍ୟା ସମୟରେ ସତର୍କତା

୧. ଘର ଭିତରେ ସୁରକ୍ଷିତ ରୁହନ୍ତୁ: ଯଦି ଆବଶ୍ୟକ ନହୁଏ ତେବେ ଘରୁ ବାହାରକୁ ଯିବା ଠାରୁ ଦୂରେଇ ରୁହନ୍ତୁ। ହଷ୍ଟେଲ ଘର ମଧ୍ୟରେ ରହିବା ସହ ସମସ୍ତ ସୁରକ୍ଷା ପ୍ରୋଟୋକଲଗୁଡିକ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି।

୨. ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଷ୍ଟକ୍ କରନ୍ତୁ: ବାତ୍ୟା 'ଦାନା'କୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ଖାଦ୍ୟ, ଜଳ ଏବଂ ଆଗାମୀ ଦିନ ପାଇଁ କୌଣସି ଆବଶ୍ୟକୀୟ ସାମଗ୍ରୀ ମହଜୁଦ କରି ରଖନ୍ତୁ।

୩. ସମ୍ବଳ ସଂରକ୍ଷଣ କରନ୍ତୁ:ଜଳ ଏବଂ ବିଦ୍ୟୁତ ଅଳ୍ପ ବ୍ୟବହାର କରନ୍ତୁ, ଯେହେତୁ ବାତ୍ୟା ପାଇଁ ଏହା ବିଭିନ୍ନ ସମୟରେ କଟି ଯିବାର ସମ୍ଭାବନା ରହିଛି।

୪. ଜରୁରୀକାଳୀନ ସମ୍ପର୍କ: ଫୋନ୍ ଚାର୍ଜ ରଖନ୍ତୁ ଏବଂ ଆପଣଙ୍କ ପରିବାର ସହିତ ଯୋଗାଯୋଗରେ ରୁହନ୍ତୁ। ଯଦି କୌଣସି ଜରୁରୀକାଳୀନ ପରିସ୍ଥିତି ଉପୁଜେ, ତେବେ ତୁରନ୍ତ ସେମାନଙ୍କୁ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାନ୍ତୁ।


୫. କର୍ତ୍ତୃପକ୍ଷଙ୍କ ସହ ସହଯୋଗ କରନ୍ତୁ: ବିନା ଦ୍ୱିଧାରେ ହଷ୍ଟେଲ କର୍ମଚାରୀ ଏବଂ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ଅନୁସରଣ କରନ୍ତୁ।


୬. ଶାନ୍ତ ରହିବାକୁ ପରାମର୍ଶ:ଏହି ସମୟରେ ସାହସ ଏବଂ ଧର୍ଯ୍ୟ ଜରୁରୀ। ଆମେ ସମସ୍ତଙ୍କୁ ଶାନ୍ତ ରହିବାକୁ ଏବଂ ଦାୟିତ୍ବବୋଧ କାର୍ଯ୍ୟ କରିବାକୁ ଅନୁରୋଧ କରୁଛୁ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details