ଓଡିଶା

odisha

ETV Bharat / state

ବାତ୍ୟା ଆଶ୍ରୟସ୍ଥଳୀରେ ପଶିଲା ସମୁଦ୍ର ପାଣି, ଜଳବନ୍ଦୀରେ ୫୭୧ ପରିବାର

କେନ୍ଦ୍ରାପଡ଼ା ବଗପାଟିଆରେ ଆଶ୍ରୟସ୍ଥଳୀରେ ପଶିଲା ସମୁଦ୍ର ପାଣି । ବାତ୍ୟା ଦାନା ଲ୍ୟାଣ୍ଡଫଲ ବେଳେ ପ୍ରବଳ ବର୍ଷା ଯୋଗୁଁ ଥଇଥାନ କେନ୍ଦ୍ରକୁ ସମୁଦ୍ର ପାଣି ମାଡ଼ି ଆସିଛି ।

SEA WATER ENTERED BAGHPATIA
SEA WATER ENTERED BAGHPATIA (ETV BHARAT ODISHA)

By ETV Bharat Odisha Team

Published : 4 hours ago

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ବାତ୍ୟା 'ଦାନା'ର ତାଣ୍ଡବ । ସୁ ସୁ ପବନରେ ଭାଙ୍ଗିଲା ଗଛ, ଉଡିଲା ଘରର ଛାତ । ବାତ୍ୟାର ଗର୍ଜନରେ ଛାନିଆ ହୋଇଗଲେ ଲୋକେ । ଦାନାର ଭୟଙ୍କର ରୂପରେ ଦୁର୍ବିସହ ହୋଇପଡିଛି କେନ୍ଦ୍ରାପଡା । ଲ୍ୟାଣ୍ଡଫଲ ପରେ ସମୁଦ୍ର ଅଶାନ୍ତ ହେବାରୁ ବଗପାଟିଆରେ ପଶିଲା ସମୁଦ୍ର ପାଣି । ଫଳରେ ବଗପାଟିଆରେ ବାତ୍ୟା ଥଇଥାନ କେନ୍ଦ୍ର ବା ଆଶ୍ରୟସ୍ଥଳୀରେ ରହିଥିବା ୫୭୧ ପରିବାର ଏବେ ପାଣି ଘେରରେ । ବାତ୍ୟା ଯୋଗୁଁ କେନ୍ଦ୍ରାପଡାରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

କ୍ଷତିଗ୍ରସ୍ତ ହୋଇଛି ରାଜନଗର ବ୍ଲକର ୧୮ ପଞ୍ଚାୟତ:

ଗତକାଲି(ଗୁରୁବାର) ମଧ୍ୟରାତ୍ରିରେ କେନ୍ଦ୍ରାପଡାର ହାବେଳିଖଟିରେ ଲ୍ୟାଣ୍ଡଫଲ କରିଥିଲା ବାତ୍ୟା ଦାନା । ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ସାତଭାୟା ନିକଟ ଏହି ସ୍ଥାନରେ ଦାନା ଲ୍ୟାଣ୍ଡଫଲ କରିଥିବା ବେଳେ କ୍ଷତିଗ୍ରସ୍ତ ହୋଇଛି ରାଜନଗର ବ୍ଲକର ୧୮ଟି ପଞ୍ଚାୟତ । ସାତଭାୟାରୁ ଆସି ବଗପାଟିଆରେ ଥଇଥାନ ହୋଇଥିବା ବ୍ୟକ୍ତିମାନଙ୍କର ଦୁଃଖ ଏବେ ଦ୍ବିଗୁଣିତ ହୋଇଛି ।

SEA WATER ENTERED BAGHPATIA (ETV BHARAT ODISHA)

ବଗପାଟିଆରେ ପଶିଲା ସମୁଦ୍ର ପାଣି:

ସାତଭାୟା ଥଇଥାନ ସ୍ଥଳୀରୁ ମଗରକନ୍ଦା ଗାଁ ଓ ସାତଭାୟା ଗାଁର ୫୭୧ ପରିବାର ବଗପାଟିଆରେ ଥଇଥାନ ହୋଇଥିଲେ । କିନ୍ତୁ ବାତ୍ୟାର ପ୍ରଭାବରେ ସମୁଦ୍ର ଜୁଆର ଉଚ୍ଚକୁ ଉଠି ପାଣି ମାଡି ଆସିବାରୁ ବଗପାଟିଆ ଏବେ ପାଣି ଘେରରେ ରହିଛି । ଥଇଥାନ ହୋଇ ଥିଲା ବଗପାଟିଆ । ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି।

SEA WATER ENTERED BAGHPATIA (ETV BHARAT ODISHA)

ଏହା ମଧ୍ଯ ପଢନ୍ତୁ-DANA LANDFALL LIVE UPDATES: ଲ୍ୟାଣ୍ଡଫଲ ପରେ ବାତ୍ୟା 'ଦାନା'ର ତାଣ୍ଡବ, ସ୍ଥିତି ସମୀକ୍ଷା କରୁଛନ୍ତି ସିଏମ୍‌, ବିମାନ ସେବା ଆରମ୍ଭ

ଏହା ମଧ୍ୟ ପଢନ୍ତୁ-କେନ୍ଦ୍ରାପଡ଼ା ହାବେଳିଖଟିରେ ଲ୍ୟାଣ୍ଡଫଲ କଲା ବାତ୍ୟା ଦାନା, ପବନ ବେଗ ୧୨୦ କିଲୋମିଟର, ବର୍ଷା ଜାରି

ଏହା ମଧ୍ୟ ପଢନ୍ତୁ-ବାତ୍ୟା ବେଳେ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ, ମାଆ ଗୃହରେ ଜନ୍ମ ନେଲେ ୧୬୦୦ ଶିଶୁ

SEA WATER ENTERED BAGHPATIA (ETV BHARAT ODISHA)

ଦାନା ଲ୍ୟାଣ୍ଡଫଲ:

ଉଗ୍ରରୂପ ଧାରଣ କରି ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ କରିଥିଲା ବାତ୍ୟା 'ଦାନା' । ମଧ୍ୟରାତ୍ର ପ୍ରାୟ ୧ଟା ୩୦ ମିନିଟ ସମୟରେ ଭିତରକନିକାର ହବାଳିଖଟି ନେଚର କ୍ୟାମ୍ପରେ ସ୍ଥଳଭାଗ ଛୁଇଁଥିଥିଲା । ଏବେବି ଲ୍ୟାଣ୍ଡଫଲ ପକ୍ରିୟା ଜାରି ରହିଛି । ସ୍ଥଳଭାବକୁ ପ୍ରବେଶ କରିବା ସମୟରେ ପବନର ବେଗ 100ରୁ 110 କିଲୋମିଟର ରହିଥିଲା । କେନ୍ଦ୍ରାପଡାରେ ତୁହାକୁ କୁହା ବର୍ଷା ଜାରି ରହିଛି । କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର ଓ ବାଲେଶ୍ବରରେ ବ୍ୟାପକ କ୍ଷୟକ୍ଷତି । ଆଉ ୨ ଘଣ୍ଟା ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ପକ୍ରିୟା ଜାରି ରହିବ । ପଶ୍ଚିମ-ଉତ୍ତର-ପଶ୍ଚିମକୁ ଗତି କରି ବାତ୍ୟା ଧିରେ ଧିରେ ଦୁର୍ବଳ ହେବା ନେଇ ସମ୍ଭାବନା ରହିଛି ।

SEA WATER ENTERED BAGHPATIA (ETV BHARAT ODISHA)
SEA WATER ENTERED BAGHPATIA (ETV BHARAT ODISHA)

ଇଟିଭି ଭାରତ,କେନ୍ଦ୍ରାପଡା

ABOUT THE AUTHOR

...view details