ଓଡିଶା

odisha

ETV Bharat / state

ସରିଲା ବାତ୍ୟା 'ଦାନା' ଲ୍ୟାଣ୍ଡଫଲ ପ୍ରକ୍ରିୟା, ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜରେ ବର୍ଷା ଆଲର୍ଟ

କେନ୍ଦ୍ରାପଡାରେ ତାଣ୍ଡବ ରଚିବା ପରେ ଶେଷ ହୋଇଛି ବାତ୍ୟା 'ଦାନା'ର ଲ୍ୟାଣ୍ଡଫଲ ପ୍ରକ୍ରିୟା । ଲ୍ୟାଣ୍ଡଫଲ ୯ ଘଣ୍ଟା ଲାଗିଥିବା ଭୁବନେଶ୍ବର ପାଣିପାଗ ବିଭାଗ ନିର୍ଦ୍ଦେଶଙ୍କ ସୂଚନା ।

DANA LANDFALL PROCESS COMPLETED
DANA LANDFALL PROCESS COMPLETED (ETV BHARAT ODISHA)

By ETV Bharat Odisha Team

Published : 4 hours ago

ଭୁବନେଶ୍ବର:ଦୁର୍ବଳ ହେଲା ଭୀଷଣ ବାତ୍ୟା ଦାନା । ଶେଷ ହେଲା ବାତ୍ୟା ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା । ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଶେଷ ହେବା ସହ ଭୀଷଣ ବାତ୍ୟା ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି । ଆସନ୍ତା ୬ ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ । ଗତ ରାତିରୁ ଆରମ୍ଭ ହୋଇଥିବା ଲ୍ୟାଣ୍ଡଫଲ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି । ପାଖାପାଖି ୯ ଘଣ୍ଟା ଧରି ଲ୍ୟାଣ୍ଡଫଲ ପ୍ରକ୍ରିୟା ଚାଲିବା ପରେ ଶେଷ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।

ବାତ୍ୟା ଲ୍ୟାଣ୍ଡଫଲ ପ୍ରକ୍ରିୟାରେ ଟିକେ ବିଳମ୍ବ :

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ''ବର୍ତ୍ତମାନ ବାତ୍ୟା ଉତ୍ତର ଉପକୂଳ ଜିଲ୍ଲାରେ କେନ୍ଦ୍ରୀଭୂତ ହୋଇଛି । ଗତ 6 ଘଣ୍ଟା ହେବ ଘଣ୍ଟାପ୍ରତି 10 କିମି ବେଗରେ ଗତି କରୁଛି 'ଦାନା' । ଭଦ୍ରକରୁ 30 କିମି ଉତ୍ତର ପୂର୍ବରେ ରହିଛି ବାତ୍ୟା । ଧାମରାରୁ 50 କିମି ଦୂରରେ ରହିଛି ଦାନା। ବାତ୍ୟାର କେନ୍ଦ୍ର ସ୍ଥଳରେ ବର୍ତ୍ତମାନ ଘଣ୍ଟାପ୍ରତି 80 ରୁ 90 କିଲୋମିଟର ବେଗରେ ବହୁଛି ପବନ । ଝଟକା ପବନ ଘଣ୍ଟାପ୍ରତି 100 କିମି ଯାଇପାରେ । କେନ୍ଦ୍ରାପଡାର ରାଜକନିକାର ସର୍ବାଧିକ ବର୍ଷା 156 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟାରେ ଟିକେ ବିଳମ୍ବ ହୋଇଛି । ଯେହେତୁ ବାତ୍ୟାର ଉଭୟ ପାର୍ଶ୍ୱରେ 2 ଟି ଆଣ୍ଟି-ସ୍ଲାଇକ୍ଲୋନ ରହିଥିଲା ସେଥି ପାଇଁ ବାତ୍ୟା ଦାନା ଲ୍ୟାଣ୍ଡଫଲ କରିବାରେ ବିଳମ୍ବ ହୋଇଛି । ବର୍ଷା ନେଇ ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜକୁ ରେଡ ଆଲର୍ଟ ଜାରି କରାଯାଇଛି । ''

DANA LANDFALL PROCESS COMPLETED (ETV BHARAT ODISHA)

ଏହା ମଧ୍ଯ ପଢନ୍ତୁ-DANA LANDFALL LIVE UPDATES: ଲ୍ୟାଣ୍ଡଫଲ ପରେ ବାତ୍ୟା 'ଦାନା'ର ତାଣ୍ଡବ, ସ୍ଥିତି ସମୀକ୍ଷା କରୁଛନ୍ତି ସିଏମ୍‌, ବିମାନ ସେବା ଆରମ୍ଭ

ଏହା ମଧ୍ୟ ପଢନ୍ତୁ-କେନ୍ଦ୍ରାପଡ଼ା ହାବେଳିଖଟିରେ ଲ୍ୟାଣ୍ଡଫଲ କଲା ବାତ୍ୟା ଦାନା, ପବନ ବେଗ ୧୨୦ କିଲୋମିଟର, ବର୍ଷା ଜାରି

ଏହା ମଧ୍ୟ ପଢନ୍ତୁ-ବାତ୍ୟା ବେଳେ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ, ମାଆ ଗୃହରେ ଜନ୍ମ ନେଲେ ୧୬୦୦ ଶିଶୁ

DANA LANDFALL PROCESS COMPLETED (ETV BHARAT ODISHA)

ଭଦ୍ରକରେ ସର୍ବାଧିକ ବର୍ଷା :

ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାରେ ତୁହାକୁ ତୁହାକୁ ବର୍ଷା ହୋଇଥିଲା । ଭଦ୍ରକରେ ସର୍ବାଧିକ ୧୫୮ ମିଲିିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ, ରାଜକନିକାରେ 156 ମିଲିମିଟର ରେକର୍ଡ କରାଯାଇଛି । ସେହିପରି ରାଜନଗରରେ 100 ମିଲିମିଟର , ମାର୍ଶାଘାଇ ରେ 110 ମିଲିମିଟର, ଖୋର୍ଦ୍ଧା ବାଲିଅନ୍ତାରେ 92 ମିଲିମିଟର, ଔପଦାରେ 109 ମିଲିମିଟର , ବାସୁଦେବପୁରରେ 110 ମିଲିମିଟର ଓ ପାରାଦୀପରେ 48 ମିଲିମିଟର ବର୍ଷା ହୋଇଛିବା ରେକର୍ଡ ହୋଇଛି ।

  • କେଉଁଠି କେତେ ବର୍ଷା ?
  • ଭଦ୍ରକ- 158 ମିଲିିମିଟର ବର୍ଷା
  • ରାଜକନିକା- 156 ମିଲିମିଟର ବର୍ଷା
  • ରାଜନଗର - 100 ମିଲିମିଟର ବର୍ଷା
  • ମାର୍ଶାଘାଇ - 110 ମିଲିମିଟର ବର୍ଷା
  • ଖୋର୍ଦ୍ଧା ବାଲିଅନ୍ତା- 92 ମିଲିମିଟର ବର୍ଷା
  • ଔପଦା - 109 ମିଲିମିଟର ବର୍ଷା
  • ବାସୁଦେବପୁର - 110 ମିଲିମିଟର ବର୍ଷା
  • ପାରାଦ୍ବୀପ - 48 ମିଲିମିଟର ବର୍ଷା
DANA LANDFALL PROCESS COMPLETED (ETV BHARAT ODISHA)

9 ଘଣ୍ଟା ଧରି ଚାଲିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା:

24 ତାରିଖ (ଗୁରବାର) ବିଳମ୍ବିତ ରାତି ପ୍ରାୟ 1ଟା 30 ମିନିଟ ସମୟରେ କେନ୍ଦ୍ରାପଡା ଜିଲ୍ଲା ଭିତରକନିକା ଜାତୀୟ ଉଦ୍ୟାନ ଅନ୍ତର୍ଗତ ହାବେଳିଖଟିଠାରେ ବାତ୍ୟା 'ଦାନା' ଲ୍ୟାଣ୍ଡଫଲ କରିଥିଲା । ପରେ ଭଦ୍ରକ, କେନ୍ଦୁଝରର ଆନନ୍ଦପୁର ଏବଂ ଅନୁଗୁଳ ଜିଲ୍ଲା ଆଡକୁ ଗତି କରି କ୍ରମଶଃ ଦୁର୍ବଳ ହୋଇଛି । ପାଖାପାଖି 9 ଘଣ୍ଟା ଧରି ଚାଲିଥିଲା ଲ୍ୟାଣ୍ଡଫଲ ପ୍ରକ୍ରିୟା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details