ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାତ୍ୟା ‘ଦାନା’ ସମୀକ୍ଷା, କେତେ ପ୍ରସ୍ତୁତ କଣ୍ଟ୍ରୋଲ ରୁମ ପରଖିବେ

ଦାନା ପାଇଁ ତିଆରି କଣ୍ଟ୍ରୋଲ ରୁମରେ ବାତ୍ୟା ପ୍ରସ୍ତୁତି ସମୀକ୍ଷା କରିବେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ବ୍ୟାପକ ପ୍ରସ୍ତୁତି ।

CYCLONE DANA UPDATES
CYCLONE DANA UPDATES (ETV Bharat Odisha)

By ETV Bharat Odisha Team

Published : 5 hours ago

ଭୁବନେଶ୍ବର: ଆସୁଛି ବାତ୍ୟା ‘ଦାନା’ । ଏଥିପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ବାତ୍ୟା ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ଘର ଛାଡି ରିଲିଫ ସେଣ୍ଟରକୁ ଆସିବାକୁ ଅନୁରୋଧ କରିଛି ପ୍ରଶାସନ । ସ୍ବାସ୍ଥ୍ୟ ବିଭାଗ ବି ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି । ସେପଟେ କିପରି କରାଯାଇଛି ପ୍ରସ୍ତୁତି ତାହାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସନ୍ଧ୍ୟା ସମୟରେ ରାଜୀବ ଭବନରେ ପ୍ରତିଷ୍ଠା ହୋଇଥିବା କଣ୍ଟ୍ରୋଲ ରୁମ ଆସି ସ୍ଥିତି ପରଖିବେ ।

ରିଲିଫ ସେଣ୍ଟରକୁ ଆସିବାକୁ ଲୋକଙ୍କୁ ଅନୁରୋଧ :

ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ସ୍ଥାନାନ୍ତର କାର୍ଯ୍ୟ ଆଜି ସୂର୍ଯ୍ୟ ଅସ୍ତ ବା ସଂଧ୍ୟା ସୁଦ୍ଧା ସାରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ସାଢେ ପାଞ୍ଚ ହଜାର ରିଲିଫ ସେଣ୍ଟର କରାଯାଇଛି । ଖାଦ୍ୟ ଔଷଧ ଶିଶୁ ଔଷଧ ମହାଜୁଦ ଅଛି । ଘର ଛାଡ଼ି ରିଲିଫ ସେଣ୍ଟର ଆସିବାକୁ ଆମେ ଅନୁରୋଧ କରୁଛୁ । ଯଦି ଘରେ ନଥିବା ବେଳେ ଚୋରି ଆଶଙ୍କା ରହୁଛି, ଆମେ ସବୁ ଗାଁରେ ପୋଲିସ ମୁତୟନ କରୁଛୁ । ବାତ୍ୟା ଦିଗ ବଦଳିବାର ବି ଆଶା ଅଛି ।’

ଜୀବନ ସବୁଠୁ ମୂଲ୍ୟବାନ, ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ:

CYCLONE DANA UPDATES (ETV Bharat Odisha)

ମନ୍ତ୍ରୀ ଆହୁରି କହିଛନ୍ତି, ‘୧୩ଟି ଜିଲ୍ଲାରେ ବାତ୍ୟା ଦାନା ପ୍ରଭାବ ପଡିବାର ସମ୍ଭାବନା ରହିଛିମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ପୁରୀ ଓ ଯାଜପୁର ପରି 6 ଜିଲ୍ଲା ଅଧିକ ପ୍ରଭାବିତ ହେବ। ଭଦ୍ରକ ଓ ବାଲେଶ୍ବର ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଜୀବନ ସବୁଠାରୁ ମୂଲ୍ୟବାନ । ସୁରକ୍ଷା ପାଇଁ ସରକାର ସବୁ ସୁବିଧା ଯୋଗାଇବେ । ସମ୍ପତ୍ତି ଓ ଘରକୁ ସରକାର ସୁରକ୍ଷା ଦେବେ । ଜନସାଧାରଣଙ୍କୁ ସୁବିଧା ଯୋଗାଇବାକୁ ଆଶାରୁ ଆରମ୍ଭ କରି ସମସ୍ତ କର୍ମୀ ଅଛନ୍ତି । କ୍ୟାବିନେଟ ବୈଠକରେ ସାମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ନେଇ ସଚିବମାନେ ଅବଗତ କରିବେ । ମନ୍ତ୍ରୀ ସୁରେଶ ପୂଜାରୀ ଆହୁରି କହିଛନ୍ତି, ଆଜି (ବୁଧବାର) ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ନିଜେ କଣ୍ଟ୍ରୋଲ ରୁମ ଆସିବେ । ପ୍ରସ୍ତୁତିର ସମୀକ୍ଷା କରିବେ ।’

CYCLONE DANA UPDATES (ETV Bharat Odisha)

ବାତ୍ୟା ପାଇଁ ସଜାଗ ସ୍ବାସ୍ଥ୍ୟ ବିଭାଗ:

ସେହିପରି ବାତ୍ୟା ପ୍ରଭାବିତ ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗ ସଜାଗ ରହିଛି । ଡାକ୍ତରଙ୍କ ଛୁଟି ବାତିଲ କରିବା ଲାଗି ସ୍ଵାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ପ୍ରଭାବିତ ଜିଲ୍ଲାରେ ମୁଖ୍ୟ ଚିକିତ୍ସା ଅଧିକାରୀ ମାନେ ସବୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, "ବାତ୍ୟା ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ । ପ୍ରଭାବିତ ଜିଲ୍ଲା ଗୁଡିକରେ ସିଡିଏମଓ ମାନଙ୍କୁ ନର୍ଦ୍ଦେଶ ଦିଆଯାଇଛି । ଆଶୁ ଚିକିତ୍ସା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବେ । ସାପ କାମୁଡା ଇଞ୍ଜେକ୍ସନ ସହ ସମସ୍ତ ପ୍ରକାର ସେବା ଦେବାକୁ ଆଲର୍ଟ ରହିବେ । ଆଣ୍ଟି ଭେନମ ମଧ୍ୟ ବ୍ୟାପକ ଭାବେ ରଖାଯାଇଛି । ଡାକ୍ତର ମାନଙ୍କର ଛୁଟି ମଧ୍ୟ ବାତିଲ ହୋଇଛି ।’

ଏହା ମଧ୍ୟ ପଢନ୍ତୁ:

ଭିତରକନିକା-ଧାମରା ମଝିରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଦାନା’, IMD ଜାରି କଲା ଲ୍ୟାଣ୍ଡଫଲ ପଏଣ୍ଟ, ଭଦ୍ରକ-କେନ୍ଦ୍ରାପଡ଼ାକୁ ବିପଦ !

ବଙ୍ଗୋପସାଗରରେ ଆଖି ଦେଖାଇଲା ବାତ୍ୟା 'ଦାନା', ଓଡ଼ିଶା ଉପକୂଳ ମୁହାଁ ! ଭୀଷଣ ବାତ୍ୟା ରୂପରେ ଛୁଇଁବ ସ୍ଥଳଭାଗ

ଓଡ଼ିଶା ସରକାରଙ୍କ ବାତ୍ୟା ‘ଦାନା’ ମୁକାବିଲା: ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ, ୬ ଜିଲ୍ଲା ସମ୍ବେଦନଶୀଳ

ମାଡିଆସୁଛି ‘ଦାନା’, ମୁକାବିଲା ପାଇଁ 9 ମନ୍ତ୍ରୀଙ୍କୁ 9 ଜିଲ୍ଲା ଦାୟିତ୍ବ

ଆଖି ଦେଖାଇଲାଣି ‘ଦାନା’: କେନ୍ଦ୍ରାପଡା ଚାଷୀଙ୍କ ମନରେ ଛନକା, ପ୍ରସ୍ତୁତ ପ୍ରଶାସନ

ଜିରୋ କାଜୁଆଲିଟିକୁ ଗୁରୁତ୍ବ:

ସ୍ବାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ନିଜେ ସବୁ ମନିଟରିଂ କରୁଛନ୍ତି । ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ଲୋକଙ୍କ ପାଖରେ ସେବା ପହଞ୍ଚାଇବେ । ଜିରୋ କାଜୁଆଲିଟିକୁ ଗୁରୁତ୍ବ । ସାମ୍ଭାବ୍ୟ ବାତ୍ୟା ଓ ବନ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଗର୍ଭବତୀଙ୍କୁ ଚିହ୍ନଟ କରାଯାଇଛି । ଯେଉଁମାନଙ୍କର 7ରୁ 15 ଦିନ ମଧ୍ୟରେ ପ୍ରସବ ସମ୍ଭାବନା ରହିଛି, ସେମାନଙ୍କୁ ଘରୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି ।’

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details