କଟକ: ସମ୍ପ୍ରସାରଣ ହେବ କଟକ ସହର। ବଢିବ କଟକର ସୀମା । CDA ସହିତ ମିଶିବ 102 ଟି ଗାଁ। ଭୁବନେଶ୍ୱର ଓ କଟକ ମଧ୍ୟରେ ଏହି ସବୁ ଗାଁ ରହିଛି । ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି CDA । ବାଙ୍କୀ ଓ କଟକ-ସଦରର ନିର୍ବାଚନ ମଣ୍ଡଳୀର ଗାଁ ଗୁଡିକ ସହରରେ ମିଶିବ । ପୂର୍ବରୁ 287 ଟି ଗାଁ ସହରରେ ମିଶିଥିଲା । ଏଣିକି BDA ଓ CDA ର ସୀମା ଏକ ହେବ ବୋଲି CDA ଉପାଧ୍ୟାକ୍ଷ ଅନାମ ପାତ୍ର ସୂଚନା ଦେଇଛନ୍ତି ।
ବିସ୍ତାର ହେବ CDA:
କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ରେ ଆଉ ୧୦୨ଟି ଗାଁ ମିଶିବ । କଣ୍ଟାପଡ଼ା ତହସିଲ, ଡମପଡ଼ା, ଆଠଗଡ଼, ସାଲେପୁର, ନିଶ୍ଚିନ୍ତକୋଇଲି ଭଳି ୫ଟି ତହସିଲର ଏହି ୧୦୨ଟି ଗାଁ ମିଶିବା ଫଳରେ ସିଡିଏର କଳେବର ବ୍ୟାପକ ହେବ । ଏହାଦ୍ଵାରା ସୀମା ଏକ ହୋଇଯିବ । ପୂର୍ବରୁ ସିଡିଏରେ ୨୮୭ଟି ଗ୍ରାମ ମିଶିଥିଲା । ଏବେ ଆଉ ୧୦୨ଟି ଗ୍ରାମ ମିଶିବାକୁ ଯାଉଛି। ଗତ ଅଥୋରିଟି ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି ବୋଲି ସିଡିଏ ଉପାଧ୍ଯକ୍ଷ ଅନାମ ଚରଣ ପାତ୍ର ସୂଚନା ଦେଇଛନ୍ତି ।
ଏହା ବି ପଢନ୍ତୁ...ଓଡ଼ିଶାରେ ନୂଆ ସହର ରୋଡମ୍ୟାପ୍ , ବୃହତ ସମ୍ବଲପୁର ଓ ରାଉରକେଲା ପାଇଁ ଯୋଜନା
ଏହା ବି ପଢନ୍ତୁ...ଭାରତରେ ସହରୀକରଣର ବିସ୍ତାର, କଣ ରହିଛି ଗୃହ ନିର୍ମାଣର ସ୍ୱପ୍ନ - Dream Of Housing For All