କଟକ:ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଓଡ଼ିଶା । ଏଣିକି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ-ଏସସିବି(SCB)ରେ ହେବ ହୃତପିଣ୍ଡ ପ୍ରତିରୋପଣ ବା ହାର୍ଟ ଟ୍ରାନ୍ସପ୍ଲାଣ୍ଟ । ଯାହାକି 3 ମାସ ମଧ୍ୟରେ ଆରମ୍ଭ ହେବ । ଚେନ୍ନାଇର ଏମଜିଏମ(MGM) ହସ୍ପିଟାଲ ସହାୟତାରେ ଏସସିବି ମେଡିକାଲରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ଆରମ୍ଭ ହେବ । ଏନେଇ ଆଜି ଏସସିବି ମେଡିକାଲର ଭିତ୍ତିଭୂମି ଅନୁଧ୍ୟାନ କରିବା ସହ ସିଟିଭିଏସ୍ ଓପିଡି ଶୁଭାରମ୍ଭ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
୩ ମାସରେହୃତପିଣ୍ଡ ପ୍ରତିରୋପଣ :
ଏହି କେନ୍ଦ୍ରରେ ରୋଗୀଙ୍କ ସ୍କ୍ରିନିଂ ସହ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ରୋଗୀଙ୍କୁ ଚିହ୍ନଟ କରାଯିବ । ଆସନ୍ତା ୩ ମାସ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ଆରମ୍ଭ ହେବ । ଏସସିବି ମେଡ଼ିକାଲର ଡାକ୍ତରଙ୍କ ସହ ଏମଜିଏମ ଟିମ ଡାକ୍ତରମାନେ ସମସ୍ତ ପ୍ରକ୍ରିୟାର ତଦାରଖ କରିଛନ୍ତି । ପୂର୍ବରୁ ଏସସିବି ମେଡିକାଲରେ ଲିଭର, କିଡନୀ ଏବଂ ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ସଫଳତାର ସହ କରାଯାଇଛି ।
ପ୍ରଥମ ଥର ସରକାରୀ ହସପିଟାଲରେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ:
ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗକହିଛନ୍ତି,‘ଗତ ମାସରେ ଏମଜିଏମ ସହ ରାଜ୍ୟ ସରକାରଙ୍କ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା । ତାହା ଆଜିଠୁ ଏକପ୍ରକାର କାର୍ଯ୍ୟକ୍ଷମ ହୋଇଛି । ଆଜିଠୁ ସ୍କ୍ରିନିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ସରକାରଙ୍କ ନିୟମାବଳୀ ଅନୁସାରେ କରି ଏହି କାର୍ଯ୍ୟକ୍ରମ ଆମେ ଖୁବଶୀଘ୍ର ଆରମ୍ଭ କରିବୁ । ହାର୍ଟ ଟ୍ରାନ୍ସପ୍ଲାଣ୍ଟ ପ୍ରଥମ ଥର ଗୋଟିଏ ସରକାରୀ ହସ୍ପିଟାଲ ଏସସିବିରେ ଆରମ୍ଭ ହେବ । ପ୍ରାଇଭେଟରେ କରାଯାଉଛି କିନ୍ତୁ ପ୍ରଥମ ଥର ସରକାରୀ ହସ୍ପିଟାଲରେ କରାଯିବ ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ । ସ୍କ୍ରିନିଂ ପ୍ରକ୍ରିୟାରେ କିଛି ନିୟମ ଅଛି । ତାହା ଡାକ୍ତରମାନେ କରିବେ । ଯାହାର ସ୍କ୍ରିନିଂ କରାଯାଇଥିବା ସେମାନଙ୍କୁ ଆମେ ଜଣାଇବୁ ।’
ଓଡ଼ିଶା ଟିମକୁ ସାହାଯ୍ୟ କରିବ ଏମଜିଏମ ହସ୍ପିଟାଲ: