ଓଡିଶା

odisha

ଖାଉଟି ଅଦାଲତର ନିର୍ଦେଶ, 12ଟଙ୍କା ପାଇଁ 3 ଲକ୍ଷ ଫାଇନ ଗଣିବେ ପାର୍କିଂ ଠିକାଦାର !

By ETV Bharat Odisha Team

Published : Feb 28, 2024, 7:43 PM IST

Consumer Court Imposes Rs 3 Lakh Fine: ସମ୍ବଲପୁର ରେଳଷ୍ଟେସନ ପରିସରରେ ଥିବା ପାର୍କିଙ୍ଗରୁ ଅଧିକ ଟଙ୍କା ନେବା ଠିକାଦାରଙ୍କୁ ପଡିଛି ମହଙ୍ଗା । ମାତ୍ର 12 ଟଙ୍କା ପାଇଁ ଗାଡି ପାର୍କିଙ୍ଗ ଠିକାଦାରକୁ ଦେବାକୁ ପଡିବ 3 ଲକ୍ଷ 10 ହଜାର 12 ଟଙ୍କାର ଫାଇନ । ଅଧିକ ପଢନ୍ତୁ

ଖାଉଟି ଅଦାଲତର ନିର୍ଦେଶ, 12 ଟଙ୍କା ପାଇଁ 3 ଲକ୍ଷ ଫାଇନ ଗଣିବେ ପାର୍କିଂ ଠିକାଦାର!
ଖାଉଟି ଅଦାଲତର ନିର୍ଦେଶ, 12 ଟଙ୍କା ପାଇଁ 3 ଲକ୍ଷ ଫାଇନ ଗଣିବେ ପାର୍କିଂ ଠିକାଦାର!

ଖାଉଟି ଅଦାଲତର ନିର୍ଦେଶ, 12 ଟଙ୍କା ପାଇଁ 3 ଲକ୍ଷ ଫାଇନ ଗଣିବେ ପାର୍କିଂ ଠିକାଦାର!

ସମ୍ବଲପୁର: ମାତ୍ର 12 ଟଙ୍କା ପାଇଁ 3 ଲକ୍ଷ ଫାଇନ । ଗାଡି ପାର୍କିଙ୍ଗ ଠିକାଦାରକୁ ଦେବାକୁ ପଡିବ 3 ଲକ୍ଷ 10 ହଜାର 12 ଟଙ୍କାର ଫାଇନ । ସମ୍ବଲପୁର ରେଳଷ୍ଟେସନ ପରିସରରେ ଥିବା ପାର୍କିଙ୍ଗରୁ ଅଧିକ ଟଙ୍କା ନେବା ଠିକାଦାରଙ୍କୁ ପଡିଛି ମହଙ୍ଗା । ସୂଚନା ଅନୁଯାୟୀ ସମ୍ବଲପୁର ମୋଦିପଡ଼ାର ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ଦାଶ ୧ ନଭେମ୍ବର ୨୦୨୩ରେ ସମ୍ବଲପୁର ରେଳଷ୍ଟେସନରେ ଥିବା ପାର୍କିଂରେ ତାଙ୍କ ସ୍କୁଟର (ଓଡି-୧୫-ଜେ-୭୦୦୩) ରଖି ଟ୍ରେନରେ ଭୁବନେଶ୍ବର ଯାଇଥିଲେ । ହେଲେ ୧୨ ଘଣ୍ଟା ପାଇଁ ତାଙ୍କ ପାଖରୁ ୩୦ ଟଙ୍କା ଆଦାୟ କରାଯାଇଥିଲା । ଅଧିକ ଟଙ୍କା ନେଉଥିବା ନେଇ ଉପସ୍ଥିତ କର୍ମଚାରୀଙ୍କୁ କହିବାରୁ କୌଣସି ସନ୍ତୋଷଜନକ ଉତ୍ତର ପାଇନଥିଲେ ପ୍ରଫୁଲ୍ଲ । ଏହାକୁ ନେଇ ବରିଷ୍ଠ ସାମ୍ବାଦିକ ଜଣକ ୬ ନଭେମ୍ବର ୨୦୨୩ରେ ଜିଲ୍ଲା ଖାଉଟି ବିବାଦ ପ୍ରତିକାର ଆୟୋଗରେ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ.. ଗ୍ରାହକଙ୍କୁ ଫେରେଇ ନଥିଲେ ୩ ଟଙ୍କା, ଏବେ ଗଣିବେ ୨୫ ହଜାର ଫାଇନ

ଏଥିରେ ପାର୍କିଂ ଠିକାଦାର ଏପି ସିଂହ, ସମ୍ବଲପୁର ଡିଆରଏମ ଓ ଡିସିଏମଙ୍କୁ ପକ୍ଷଭୁକ୍ତ କରାଯାଇଥିଲା । ମାମଲାର ବିଚାର କରି ଆୟୋଗର ସଭାପତି ଡ.ରମାକାନ୍ତ ଶତପଥୀ ରାୟ ପ୍ରକାଶ କରିଛନ୍ତି । ଅଭିଯୋଗକାରୀଙ୍କୁ 2 ଲକ୍ଷ ଟଙ୍କା କ୍ଷତି ପୂରଣ, ମାମଲା ପରିଚାଳନା ବାବଦକୁ 10 ହଜାର ଟଙ୍କା,12 ଟଙ୍କାର 12 ପ୍ରତିଶତ ସୁଧହାର ସହ ଫେରସ୍ତ, ଜିଲ୍ଲା ଖାଉଟି କଲ୍ୟାଣ ପାଣ୍ଠିକୁ 1 ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଖାଉଟି ଅଦାଲତ ନିର୍ଦେଶ ଦେଇଛନ୍ତି । ଏଥିରେ ପାର୍କିଙ୍ଗ ଅଞ୍ଚଳ ଠିକାରେ ନେଇଥିବା ଠିକାଦାର ଏ.ପି ସିଂହ ଅଭିଯୋଗକାରୀଙ୍କୁ 3 ଲକ୍ଷ 10 ହଜାର 12 ଟଙ୍କା କ୍ଷତିପୂରଣ ଦେବାକୁ ଅଦାଲତ ଉଲ୍ଲେଖ କରିଛନ୍ତି । ସେହିପରି ଠିକାଦାର ଭବିଷ୍ୟତରେ ଉପଭୋକ୍ତ ମାନଙ୍କୁ ଯେମିତି ଶୋଷଣ ନକରିବେ, ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଖାଉଟି ଅଦାଲତ । ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ରେଳବାଇ ପକ୍ଷରୁ ସମ୍ପୃକ୍ତ ଠିକାଦାର ଙ୍କୁ 71 ହଜାରର ଅଲଗା ଫାଇନ କରାଯାଇଛି ।

ପୂର୍ବରୁ ସମ୍ବଲପୁର ସହରର ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାଶ ଗତ ଏପ୍ରିଲ 28 ତାରିଖରେ ବୁଢ଼ାରଜା ଅଞ୍ଚଳରେ ଥିବା ଏକ ଜେରେକ୍ସ ଦୋକାନରେ ଗୋଟିଏ ଜେରକ୍ସ କପି ବାହାର କରିବା ପାଇଁ ଦୋକାନୀଙ୍କୁ ୫ ଟଙ୍କା ଦେଇଥିଲେ । ଦୋକାନୀ ଜଣକ ତାଙ୍କୁ ଆଉ ୩ ଟଙ୍କା ଦେଇନଥିଲେ । ତେବେ ୩ ଟଙ୍କା ନଦେଇ ଦୋକାନୀ ଜଣକ ପ୍ରଫୁଲ୍ଲ ଦାଶଙ୍କୁ ଦୁର୍ବ୍ୟବହାର କରିଥିଲେ । ଏହା ପରେ ସେ ଖାଉଟି ଅଦାଲତର ଦ୍ବାରସ୍ଥ ହୋଇ କେସ କରିବା ପରେ ଖାଉଟି ଅଦାଲତ ଏନେଇ ଜେରକ୍ସ ଦୋକାନୀଙ୍କୁ ୨୫ ହଜାର ଟଙ୍କା ଫାଇନ ଦେବା ପାଇଁ ସେପ୍ଚେମ୍ବର ମାସରେ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details