ଓଡିଶା

odisha

ETV Bharat / state

ସରକାର ବଦଳିଲା ପରେ କାମ ବନ୍ଦ କରିଦେଲା ଠିକାସଂସ୍ଥା ! ଅଧପନ୍ତରିଆ ରାସ୍ତା ଏବେ ମରଣଯନ୍ତା

ସରକାର ବଦଳିବା ପରେ ଟେଣ୍ଡର ନେଇଥିବା ଠିକାସଂସ୍ଥା କାମ ବନ୍ଦ କରିଦେଇଥିବା ଅଭିଯୋଗ । ଖାଲଖମା, ଧୂଳି ଓ ଧୂଆଁରେ ଅଧପନ୍ତରିଆ ରାସ୍ତା ପାଲଟିଛି ମରଣଯନ୍ତା । ଅଭିଯୋଗ ଶୁଣୁନି ପ୍ରଶାସନ

By ETV Bharat Odisha Team

Published : 6 hours ago

ସରକାର ବଦଳିଲା ପରେ କାମ ବନ୍ଦ କରିଦେଲା ଠିକାସଂସ୍ଥା ! ଅଧପନ୍ତରିଆ ରାସ୍ତା ଏବେ ମରଣଯନ୍ତା
ସରକାର ବଦଳିଲା ପରେ କାମ ବନ୍ଦ କରିଦେଲା ଠିକାସଂସ୍ଥା ! ଅଧପନ୍ତରିଆ ରାସ୍ତା ଏବେ ମରଣଯନ୍ତା (eETV Bharat Odisha)

ନୟାଗଡ:ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ । ରାଜ୍ୟରେ ସରକାର ବଦଳିଗଲା ବୋଲି ଠିକାସଂସ୍ଥା ରାସ୍ତା କାମ ସମ୍ପୂର୍ଣ୍ଣ କରୁନଥିବା ଅଭିଯୋଗ । ଫଳରେ ଖାଲଖମା, ଧୂଳି ଓ ଧୂଆଁରେ ଅଧପନ୍ତରିଆ ରାସ୍ତା ଏବେ ପାଲଟିଛି ମରଣଯନ୍ତା । ପ୍ରତିଦିନ ଘଟୁଛି ଦୁର୍ଘଟଣା । ନୟାଗଡ଼ ସଦର ମହକୁମାର ପିଟିଏସ ଛକରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ 6 କିଲୋମିଟର ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ନେଇଥିଲା ଠିକା ସଂସ୍ଥା । 8 ପୂର୍ବେ କାମ ଆରମ୍ଭ ହୋଇଥିବା ବେଳେ ତଥାପି ସରୁନି ରାସ୍ତା କାମ । କ୍ରମାଗତ ଦୁର୍ଘଟଣା ପାଇଁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।

  • ୧୯ କୋଟିର ଟେଣ୍ଡର ନେଇଥିଲା ଠିକା ସଂସ୍ଥା:-

ସୂଚନା ଅନୁସାରେ, ଗତ ନିର୍ବାଚନ ପୂର୍ବରୁ ସ୍ଥାନୀୟ ବିଧାୟକ ଅରୁଣ କୁମାର ସାହୁ ଏହି ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ । ଏଥିପାଇଁ ମୋଟ 19 କୋଟି 39 ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଭଞ୍ଜନଗରର ‘ବଜରଙ୍ଗି କଣ୍ଟ୍ରକସନ’ ନାମକ ଏକ ଠିକାସଂସ୍ଥା ଏହାର ଟେଣ୍ଡର ଗ୍ରହଣ କରିଥିଲା । ଏହି 6 କିଲୋମିଟର ରାସ୍ତା ଉନ୍ନତିକରଣ ପାଇଁ ଠିକା ସଂସ୍ଥା 3ମାସ ତକେ ରାସ୍ତା କାମ ଆରମ୍ଭ କରିଥିଲା । ହେଲେ ନିର୍ବାଚନ ପରବର୍ତ୍ତୀ ସମୟରୁ ଏହି କାମ ବନ୍ଦ ପଡିଛି । କାମ ସମ୍ପୂର୍ଣ୍ଣ ହୋଇନଥିବାରୁ ଅଧାପନ୍ତରିଆ ରାସ୍ତା ଲୋକଙ୍କ ପାଇଁ ପାଲଟିଛି ମରଣଯନ୍ତା । ରାସ୍ତା ସାରା ଖାଲଢିପ, ଧୂଳି, ଧୂଆଁ ସହ ପଥର କଣିକାରେ ପରିବେଶ ପ୍ରଦୂଷିତ ହେଉଛି ।

ସରକାର ବଦଳିଲା ପରେ କାମ ବନ୍ଦ କରିଦେଲା ଠିକାସଂସ୍ଥା ! ଅଧପନ୍ତରିଆ ରାସ୍ତା ଏବେ ମରଣଯନ୍ତା (ETV Bharat Odisha)
  • ଉଡୁଛି ଧୂଳି, ଦେଖାଯାଉନି ରାସ୍ତା

ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ, ନିର୍ମାଣାଧୀନ ରାସ୍ତାରେ ପାଣି ସ୍ପ୍ରେ କରାଯାଉନଥିବାରୁ ପଥର ଗୁଣ୍ଡ ଓ ଧୂଳି ଉଡି ଘନକୁହୁଡି ପରି ସମସ୍ୟା ସୃଷ୍ଟି କରୁଛୁ । ମାତ୍ର କିଛି ଦୂର ପର୍ଯ୍ୟନ୍ତ ମଧ୍ୟ ରାସ୍ତା ଦୃଶ୍ୟମାନ ହେଉନାହିଁ। ଯାହାକି ଦୁର୍ଘଟଣାର ପ୍ରମୁଖ କାରଣ ସାଜିଛି । ପ୍ରତିଦିନ ଏହି ରାସ୍ତା ଦେଇ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ହଜାର ହଜାର ଗାଡି-ମୋଟର ଯାତାୟତ କରୁଛି । ଦୀର୍ଘ 8 ମାସ ହେଲା ରାସ୍ତାରେ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟିବାରେ ଲାଗିଛି । ଏନେଇ ସ୍ଥାନୀୟ ବାସିନ୍ଦା ରାସ୍ତା ଓ ଗୃହ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ଓ ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ତଥାପି କୌଣସି ସୁଫଳ ମିଳିନି । ଫଳରେ ବାଧ୍ୟ ହୋଇ ତୁରନ୍ତ ରାସ୍ତା ଓ ଡ୍ରେନ୍ କାମ ଶେଷ ନକଲେ ରାସ୍ତାରୋକ୍ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।

ସରକାର ବଦଳିଲା ପରେ କାମ ବନ୍ଦ କରିଦେଲା ଠିକାସଂସ୍ଥା ! ଅଧପନ୍ତରିଆ ରାସ୍ତା ଏବେ ମରଣଯନ୍ତା (eETV Bharat Odisha)
  • ଭିଆଇପି ରୋଡ଼, ରହିଛି ସବୁ ବିଭାଗର ମୁଖ୍ୟ କାର୍ଯ୍ୟାଳୟ

ନୟାଗଡ଼ ସହର ଭିଆଇପି ରୋଡ଼ ଭାବେ ପରିଚିତ ଏହି ରାସ୍ତା ପାର୍ଶ୍ବରେ ରହିଛି ଜିଲ୍ଲାପାଳଙ୍କ ବାସଭବନ, SPଙ୍କ କାର୍ଯ୍ୟାଳୟ ଏବଂ ପୋଲିସ ରିଜର୍ଭ ସହ RTO, DEO, BEO କାର୍ଯ୍ୟାଳୟ, DRDA ଅଫିସ, କୋର୍ଟ କର୍ମଚାରୀଙ୍କ ବାସଭବନ, RD-PWD ଡିଭିଜନ ଅଫିସ ପରି ତମାମ ଗୁରୁତ୍ବପୂର୍ଣ୍ଣ ଅଫିସ । କେବଳ ସରକାରୀ କାର୍ଯ୍ୟାଳୟ ନୁହେଁ ବରଂ ବୃଦ୍ଧାଶ୍ରମଠାରୁ ଆରମ୍ଭ କରି ନବୋଦୟ ବିଦ୍ୟାଳୟ, ମହର୍ଷୀ ଏବଂ ସରସ୍ଵତୀ ଶିଶୁ ମନ୍ଦିର ଓ ପୋଲିସ ଟ୍ରେନିଂ ସେଣ୍ଟର ମଧ୍ୟ ଏହି ରାସ୍ତାପାର୍ଶ୍ବରେ ରହିଛି । ତେଣୁ ପ୍ରତିଦିନ ଶହ ଶହ ଗାଡି ମଟର ଓ ସ୍କୁଲ କଲେଜର ଛାତ୍ରଛାତ୍ରୀ ଏହି ରାସ୍ତାରେ ଯାତାୟତ କରୁଛନ୍ତି । ତଥାପି ପ୍ରଶାସନ ଏହାର ନିର୍ମାଣ କାମ ଶେଷ କରିବା ଦିଗରେ ଅହେତୁକ ବିଳମ୍ବ ପ୍ରଦର୍ଶନ କରୁଛି ।

ସରକାର ବଦଳିଲା ପରେ କାମ ବନ୍ଦ କରିଦେଲା ଠିକାସଂସ୍ଥା ! ଅଧପନ୍ତରିଆ ରାସ୍ତା ଏବେ ମରଣଯନ୍ତା (eETV Bharat Odisha)

ଏହା ମଧ୍ୟ ପଢନ୍ତୁ:- Cuttack City Problems: ସହରର ସମସ୍ୟାକୁ ନେଇ କଡା ଟିପ୍ପଣୀ ରଖିଲେ ହାଇକୋର୍ଟ, ତୁରନ୍ତ ମୌଳିକ ସମସ୍ୟା ପୂରଣ କର ନଚେତ୍‌ କାର୍ଯ୍ୟାନୁଷ୍ଠାନ - Orissa High Court

ଏହା ମଧ୍ୟ ପଢନ୍ତୁ:-ରାସ୍ତା ପାଇଁ ରାସ୍ତାରୋକ, ବାଙ୍କୀ-ସିମର ରାସ୍ତାରେ ଯାତାୟାତ ଠପ

ଏହା ମଧ୍ୟ ପଢନ୍ତୁ-ଛାତ୍ରଛାତ୍ରୀ ଦେଲେ ଉଚିତ ଶିକ୍ଷା ! କାଦୁଅ ରାସ୍ତାରେ ଚାଲିଲେ ତହସିଲଦାର ଓ ବିଡିଓ - BDO WALKED IN MUDDY ROAD

  • ଏମିତି ସଫେଇ ଦେଲା ପୂର୍ତ୍ତ ବିଭାଗ:-

ଅଧାପନ୍ତରିଆ ରାସ୍ତା ମରଣଯନ୍ତା ପାଲଟିଥିବା ବେଳେ ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇନି ବୋଲି କହିଛି ପୂର୍ତ୍ତ ବିଭାଗ । ବିଭାଗ ସଫେଇ ଦେଇଛି ଯେ, ରାସ୍ତା ନିର୍ମାଣ କାମ ବିଳମ୍ବ ହୋଇନାହିଁ । ଏବେ ମଧ୍ୟ ଅବଧି ସମୟ ରହିଛି । ବର୍ଷା ଦିନ ପାଇଁ ପିଚୁ କାମ ବନ୍ଦ ରହିଛି । ଏବେ ପାଣିପାଗ ଠିକ୍ ରହିଥିବାରୁ ଠିକାସଂସ୍ଥାକୁ ଶୀଘ୍ର ରାସ୍ତା କାମ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତୁରନ୍ତ ରାସ୍ତା ନିର୍ମାଣ କାମ ସରିବା ପାଇଁ ପୂର୍ତ୍ତ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ଵରୀ ସିଂ କହିଛନ୍ତି ।

ସରକାର ବଦଳିଲା ପରେ କାମ ବନ୍ଦ କରିଦେଲା ଠିକାସଂସ୍ଥା ! ଅଧପନ୍ତରିଆ ରାସ୍ତା ଏବେ ମରଣଯନ୍ତା (eETV Bharat Odisha)

ଇଟିଭି ଭାରତ, ନୟାଗଡ

ABOUT THE AUTHOR

...view details